ନିର୍ବାଚନ ଜିତିବା ପାଇଁ ଗୁଜୁରାଟରେ ‘ଆପ’ ଖେଳିଲା ବିଜୁଳି କାର୍ଡ, ସରକାର ଗଢିଲେ ମିଳିବ ୩ ଶହ ୟୁନିଟ ମାଗଣା ବିଜୁଳି

The Sakala Picture
Published On

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଗୁଜୁରାଟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଗୁଜୁରାଟରେ ନିର୍ବାଚନ ଜିତିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ଦଳର ସଂଯୋଜକ ଅରବିନ୍ଦ କେଜରିୱାଲ ସୁରଟରେ ଦଳର ନିର୍ବାଚନୀ ଘୋଷଣା କରିଛନ୍ତି । ନିର୍ବାଚନ ଜିତିବା ପାଇଁ ଗୁଜରାଟରେ ଆରମ୍ଭ ହେଲା କେଜ୍ରିୱାଲଙ୍କ ବିଜୁଳି ରାଜନୀତି। ଦିଲ୍ଲୀ ଏବଂ ପଞ୍ଜାବରେ ମାଗଣା ବିଦ୍ୟୁତ୍ ଯୋଗାଣ ନେଇ ଆପ୍ […]

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଗୁଜୁରାଟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଗୁଜୁରାଟରେ ନିର୍ବାଚନ ଜିତିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ଦଳର ସଂଯୋଜକ ଅରବିନ୍ଦ କେଜରିୱାଲ ସୁରଟରେ ଦଳର ନିର୍ବାଚନୀ ଘୋଷଣା କରିଛନ୍ତି । ନିର୍ବାଚନ ଜିତିବା ପାଇଁ ଗୁଜରାଟରେ ଆରମ୍ଭ ହେଲା କେଜ୍ରିୱାଲଙ୍କ ବିଜୁଳି ରାଜନୀତି। ଦିଲ୍ଲୀ ଏବଂ ପଞ୍ଜାବରେ ମାଗଣା ବିଦ୍ୟୁତ୍ ଯୋଗାଣ ନେଇ ଆପ୍ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବା ବେଳେ ଏବେ ଗୁଜରାଟରେ ସମାନ ପ୍ରତିଶ୍ରୁତି ଦେଇ ସେ ଗୁଜରାଟକୁ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି। ଗୁଜରାଟରେ ଆପ ସରକାର ଗଢ଼ିଲେ ୩୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇବୁ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହା ସହ ସମସ୍ତ ପୁରୁଣା ବିଲ୍ ମଧ୍ୟ ଛାଡ କରିବେ ବୋଲି କେଜ୍ରିୱାଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ଦଳ ତରଫରୁ ଘୋଷଣା କରାଯାଇଛି ଯେ ସରକାର ଗଠନ ହେବାର ୩ ମାସ ମଧ୍ୟରେ ଏଠାରେ ୩ ଶହ ୟୁନିଟ ଯାଏ ବିଜୁଳି ମାଗଣାରେ ପ୍ରଦାନ କରାଯିବ । ଏହା ଛଡା ରାଜ୍ୟରେ ୨୪ ଘଣ୍ଟା ବିଜୁଳି ଲୋକଙ୍କୁ ମିଳିବ । ସବୁଠାରୁ ବଡ ଘୋଷଣା ହେଉଛି ଡିସେମ୍ବର ୩୧ ଯାଏ ବାକି ଥିବା ସମସ୍ତ ବିଲକୁ ଛାଡ କରାଯିବ ।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

21 Jul 2022 By The Sakala

ନିର୍ବାଚନ ଜିତିବା ପାଇଁ ଗୁଜୁରାଟରେ ‘ଆପ’ ଖେଳିଲା ବିଜୁଳି କାର୍ଡ, ସରକାର ଗଢିଲେ ମିଳିବ ୩ ଶହ ୟୁନିଟ ମାଗଣା ବିଜୁଳି

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଗୁଜୁରାଟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଗୁଜୁରାଟରେ ନିର୍ବାଚନ ଜିତିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ଦଳର ସଂଯୋଜକ ଅରବିନ୍ଦ କେଜରିୱାଲ ସୁରଟରେ ଦଳର ନିର୍ବାଚନୀ ଘୋଷଣା କରିଛନ୍ତି । ନିର୍ବାଚନ ଜିତିବା ପାଇଁ ଗୁଜରାଟରେ ଆରମ୍ଭ ହେଲା କେଜ୍ରିୱାଲଙ୍କ ବିଜୁଳି ରାଜନୀତି। ଦିଲ୍ଲୀ ଏବଂ ପଞ୍ଜାବରେ ମାଗଣା ବିଦ୍ୟୁତ୍ ଯୋଗାଣ ନେଇ ଆପ୍ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବା ବେଳେ ଏବେ ଗୁଜରାଟରେ ସମାନ ପ୍ରତିଶ୍ରୁତି ଦେଇ ସେ ଗୁଜରାଟକୁ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି। ଗୁଜରାଟରେ ଆପ ସରକାର ଗଢ଼ିଲେ ୩୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇବୁ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହା ସହ ସମସ୍ତ ପୁରୁଣା ବିଲ୍ ମଧ୍ୟ ଛାଡ କରିବେ ବୋଲି କେଜ୍ରିୱାଲ କହିଛନ୍ତି।

ଦଳ ତରଫରୁ ଘୋଷଣା କରାଯାଇଛି ଯେ ସରକାର ଗଠନ ହେବାର ୩ ମାସ ମଧ୍ୟରେ ଏଠାରେ ୩ ଶହ ୟୁନିଟ ଯାଏ ବିଜୁଳି ମାଗଣାରେ ପ୍ରଦାନ କରାଯିବ । ଏହା ଛଡା ରାଜ୍ୟରେ ୨୪ ଘଣ୍ଟା ବିଜୁଳି ଲୋକଙ୍କୁ ମିଳିବ । ସବୁଠାରୁ ବଡ ଘୋଷଣା ହେଉଛି ଡିସେମ୍ବର ୩୧ ଯାଏ ବାକି ଥିବା ସମସ୍ତ ବିଲକୁ ଛାଡ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର