ପୁଲିସକୁ ଅରୁଚିକର ଟିପ୍ପଣୀ ନେଇ କେଜ୍ରିଓ୍ଵାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୩୦ ପୂର୍ବତନ ଆଇପିଏସ ଅଫିସର

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ। ଏହି ଅଭିଯୋଗ ସମଗ୍ର ଦେଶର ୩୦ ପୂର୍ବତନ ଅଇପିଏସ ଅଫିସରଙ୍କ ପକ୍ଷରୁ କରାଯାଇଛି। ଅବସରପ୍ରାପ୍ତ ଏହି ଆଇପିଏସ ଅଫିସର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଗୁଜରାଟ ଗସ୍ତ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦେଶର ପୋଲିସଙ୍କ ମନୋବଳ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପୁଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ଏହି ମାମଲା ଗୁଜରାଟରେ […]

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ। ଏହି ଅଭିଯୋଗ ସମଗ୍ର ଦେଶର ୩୦ ପୂର୍ବତନ ଅଇପିଏସ ଅଫିସରଙ୍କ ପକ୍ଷରୁ କରାଯାଇଛି। ଅବସରପ୍ରାପ୍ତ ଏହି ଆଇପିଏସ ଅଫିସର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଗୁଜରାଟ ଗସ୍ତ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦେଶର ପୋଲିସଙ୍କ ମନୋବଳ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପୁଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଏହି ମାମଲା ଗୁଜରାଟରେ ଘଟିଛି। କେଜ୍ରିଓ୍ଵାଲ ଭୋଜନ ପାଇଁ ଓଟୋରେ ବାହାରିଥିଲେ। ହେଲେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀ ଓଟୋକୁ ଅଟକାଇ କ୍ରେଜିଓ୍ଵାଲଙ୍କୁ ଓଟୋରେ ନଯିବାକୁ କହିଥିଲେ। ଏହାକୁ ନେଇ କେଜ୍ରିଓ୍ଵାଲ ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଉକ୍ତ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଅଭିଯୋଗ ହୋଇଛି ଯେ, ଏହି ସମୟରେ କେଜ୍ରିଓ୍ଵାଲ ପୋଲିସ ବିରୋଧରେ କିଛି ଅରୁଚିକର ଏବଂ ଅଭଦ୍ର ଟିପ୍ପଣୀ କରିଥିଲେ। ଏହି ଟିପ୍ପଣୀରେ ପୁଲିସ କର୍ମଚାରୀଙ୍କ ମନୋବଳକୁ ଆଘାତ ଲାଗିଛି। କେଜ୍ରିଓ୍ଵାଲ ଦେଶର ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ପୁଲିସ୍ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ବାଧ୍ୟ। ଏମିତିରେ କେବଳ ରାଜନୈତିକ ଫାଇଦା ଉଠାଇବା ଉଦ୍ଦେଶ୍ୟରେ କେଜ୍ରିଓ୍ଵାଲ ପୁଲିସ୍ ଅଧିକାରୀଙ୍କୁ ନିଜର କର୍ତ୍ତବ୍ୟ ପାଳନ କରିବାରେ ରୋକିବା ପୁଲିସ୍ ପାଇଁ ଅପମାନର କଥା। କେଜ୍ରିଓ୍ଵାଲଙ୍କ ଏମିତି କାର୍ଯ୍ଯ ବହୁତ ନିରାଶଜନକ ବୋଲି ଅବସରପ୍ରାପ୍ତ ଆଇପିଏସ ଅଧିକାରୀମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ସୂଚନାଯୋଗ୍ୟ, ଗୁଜରାଟରେ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଗୁଜରାଟରେ ନିଜର ସାଙ୍ଗଠନିକ ମଜବୁତ କରିବା ପାଇଂ କେଜ୍ରିଓ୍ଵାଲ ଗତ ଅନେକ ମାସରେ ଗୁଜରାଟର ଅଲଗା ଅଲଗା ଜିଲ୍ଲା ଗସ୍ତ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର