ଛତିଶଗଡର ସୁକମାରେ ପୋଲିସ-ମାଓବାଦୀ ମୁହାଁମୁହିଁ; ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ସଫା
ଛତିଶଗଡ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ସଫା । ଛତିଶଗଡର ସୁକମା ଜିଲ୍ଲା ଗୋଲାପଲ୍ଳୀ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟବେଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜଙ୍ଗଲରେ ଥିବା ମାଓ କ୍ୟାମ୍ପରେ ଶତାଧିକ ମାଓବାଦୀ ଲୁଚି ରହି ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ଧରଣର ଟାର୍ଗେଟ କରିବାକୁ ଯୋଜନା କରୁଥିଲେ । ଶତାଧିକ ମାଓବାଦୀ କେମ୍ପ କରି ରହିଥିବା ନେଇ ସୁରକ୍ଷା କର୍ମୀଙ୍କୁ ମିଳିଥିଲା ସୁଚନା । DRG ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ଏବେବି ଗୁଳି ବିନିମୟ ଜାରି ରହିଛି ।





