କୃଷକଙ୍କୁ ବୁଝାଇ ପାରିଲେନି କେନ୍ଦ୍ରସରକାର, ପ୍ରତ୍ୟାହାର ହେବ ୩ ନୂଆ କୃଷି ଆଇନ

The Sakala Picture
Published On

ନୂଆଦିଲ୍ଲୀ: ଦୀର୍ଘ ଦିନର ଛକା ପଞ୍ଝା ପରେ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ହେବ। ଏ ନେଇ ଗୁରୁ ନାନକ ଦେବଙ୍କ ଜୟନ୍ତୀରେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ୩ଟି କୃଷି ଆଇନକୁ ପ୍ରତ୍ୟାହାର କରି ନେଉଛନ୍ତି । ସେ ଯାହା କରୁଛନ୍ତି ଦେଶବାସୀଙ୍କ କଲ୍ୟାଣ ପାଇଁ କରୁଛନ୍ତି । ଆସନ୍ତା ସଂସଦ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି […]

ନୂଆଦିଲ୍ଲୀ: ଦୀର୍ଘ ଦିନର ଛକା ପଞ୍ଝା ପରେ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ହେବ। ଏ ନେଇ ଗୁରୁ ନାନକ ଦେବଙ୍କ ଜୟନ୍ତୀରେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ୩ଟି କୃଷି ଆଇନକୁ ପ୍ରତ୍ୟାହାର କରି ନେଉଛନ୍ତି । ସେ ଯାହା କରୁଛନ୍ତି ଦେଶବାସୀଙ୍କ କଲ୍ୟାଣ ପାଇଁ କରୁଛନ୍ତି । ଆସନ୍ତା ସଂସଦ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ସୂଚନା ଅନୁଯାୟୀ, ଏନଡିଏ ସରକାର ୨୦୨୦ ମସିହାରେ ସଂସଦରେ ବିଲ ପାସ ହେବା ପରେ ମୋହର ମାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  । ନୂତନ ଚାଷୀ ଆଇନକୁ ନେଇ ଦେଶରେ ଏକ ପ୍ରକାର ଆନ୍ଦୋଳନର ଅଗ୍ନି ଲାଗିଥିଲା  । ଆନ୍ଦୋଳନ, ହରକତ ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି  । ଯାହା ସରକାରଙ୍କୁ ଏକ ପ୍ରକାର ଅକଳରେ ପକାଇଥିଲା  । କୃଷି ଆଇନ ପ୍ରତ୍ୟାହାର ନେଇ କୌଣସି ମଧ୍ୟ ସୂଚନା ନଥିବାବେଳେ ଅଚାନକ ଏଭଳି ବଡ଼ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ଗୁରୁ ନାନକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧନ କରିବା ସହ ସମସ୍ତ ଆନ୍ଦୋଳନରତ କୃଷକଙ୍କ ପାଇଁ ଏହି ଘୋଷଣା କରିଥିଲେ  । ସେ କହିଥିଲେ, ମୋର ସମସ୍ତ ଚାଷୀ ବନ୍ଧୁଙ୍କୁ ମିନତି ଆଜିର ଏପରି ପବିତ୍ର ଦିନରେ ଦେଶରୁ ଚାଷୀ ଆଇନ ହଟାଇବା କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି  । ତେଣୁ ଆପଣ ମାନେ ନିଜ ନିଜ ଘରକୁ ଫେରି କ୍ଷେତକୁ ଯିବା ପାଇଁ ଅନୁରୋଧ କରିଛନ୍ତି  ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୯୨% ମତଦାନ, ଏହି ଭୋଟ୍ ସୁନାମି ବିଜେପି ନା ମମତା କାହାକୁ ଦେବ ଫାଇଦା?

କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ଆଇନକୁ ନେଇ ଦେଶରେ ତମ୍ବି ତଫାନ ଦେଖାଦେଇଥିଲା । ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଦେଶର ଅନ୍ନଦାତା । ମାସ ମାସ ଧରି ଆନ୍‌ଦୋଳନ ଚଳାଇ ଆସିଛନ୍ତି । ନୂଆ କୃଷି ଆଇନ ନେଇ କେନ୍ଦ୍ର ସରକାର ଓ କୃଷକ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ଯାୟରେ ବହୁ ଆଲୋଚନା ହୋଇଥିଲା । କିନ୍ତୁ କୌଣସି ନିଷ୍କର୍ଷ ବାହାରି ନଥିଲା । କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଜିଦରେ ଅଡି ବସିଥିଲେ ଚାଷୀ । ଶେଷରେ ସେମାନଙ୍କ ଆନ୍‌ଦୋଳନ ଆଗରେ ସରକାର ମୁଣ୍ଡ ନୁଆଁଇଛନ୍ତି । ୩ଟି ଯାକ ଆଇନ୍‌ ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

19 Nov 2021 By The Sakala

କୃଷକଙ୍କୁ ବୁଝାଇ ପାରିଲେନି କେନ୍ଦ୍ରସରକାର, ପ୍ରତ୍ୟାହାର ହେବ ୩ ନୂଆ କୃଷି ଆଇନ

ନୂଆଦିଲ୍ଲୀ: ଦୀର୍ଘ ଦିନର ଛକା ପଞ୍ଝା ପରେ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ହେବ। ଏ ନେଇ ଗୁରୁ ନାନକ ଦେବଙ୍କ ଜୟନ୍ତୀରେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ୩ଟି କୃଷି ଆଇନକୁ ପ୍ରତ୍ୟାହାର କରି ନେଉଛନ୍ତି । ସେ ଯାହା କରୁଛନ୍ତି ଦେଶବାସୀଙ୍କ କଲ୍ୟାଣ ପାଇଁ କରୁଛନ୍ତି । ଆସନ୍ତା ସଂସଦ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁଯାୟୀ, ଏନଡିଏ ସରକାର ୨୦୨୦ ମସିହାରେ ସଂସଦରେ ବିଲ ପାସ ହେବା ପରେ ମୋହର ମାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  । ନୂତନ ଚାଷୀ ଆଇନକୁ ନେଇ ଦେଶରେ ଏକ ପ୍ରକାର ଆନ୍ଦୋଳନର ଅଗ୍ନି ଲାଗିଥିଲା  । ଆନ୍ଦୋଳନ, ହରକତ ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି  । ଯାହା ସରକାରଙ୍କୁ ଏକ ପ୍ରକାର ଅକଳରେ ପକାଇଥିଲା  । କୃଷି ଆଇନ ପ୍ରତ୍ୟାହାର ନେଇ କୌଣସି ମଧ୍ୟ ସୂଚନା ନଥିବାବେଳେ ଅଚାନକ ଏଭଳି ବଡ଼ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।

ଗୁରୁ ନାନକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧନ କରିବା ସହ ସମସ୍ତ ଆନ୍ଦୋଳନରତ କୃଷକଙ୍କ ପାଇଁ ଏହି ଘୋଷଣା କରିଥିଲେ  । ସେ କହିଥିଲେ, ମୋର ସମସ୍ତ ଚାଷୀ ବନ୍ଧୁଙ୍କୁ ମିନତି ଆଜିର ଏପରି ପବିତ୍ର ଦିନରେ ଦେଶରୁ ଚାଷୀ ଆଇନ ହଟାଇବା କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି  । ତେଣୁ ଆପଣ ମାନେ ନିଜ ନିଜ ଘରକୁ ଫେରି କ୍ଷେତକୁ ଯିବା ପାଇଁ ଅନୁରୋଧ କରିଛନ୍ତି  ।

କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ଆଇନକୁ ନେଇ ଦେଶରେ ତମ୍ବି ତଫାନ ଦେଖାଦେଇଥିଲା । ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଦେଶର ଅନ୍ନଦାତା । ମାସ ମାସ ଧରି ଆନ୍‌ଦୋଳନ ଚଳାଇ ଆସିଛନ୍ତି । ନୂଆ କୃଷି ଆଇନ ନେଇ କେନ୍ଦ୍ର ସରକାର ଓ କୃଷକ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ଯାୟରେ ବହୁ ଆଲୋଚନା ହୋଇଥିଲା । କିନ୍ତୁ କୌଣସି ନିଷ୍କର୍ଷ ବାହାରି ନଥିଲା । କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଜିଦରେ ଅଡି ବସିଥିଲେ ଚାଷୀ । ଶେଷରେ ସେମାନଙ୍କ ଆନ୍‌ଦୋଳନ ଆଗରେ ସରକାର ମୁଣ୍ଡ ନୁଆଁଇଛନ୍ତି । ୩ଟି ଯାକ ଆଇନ୍‌ ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର