କୋଭିଡ ଆରୋଗ୍ୟ ବଟିକା ନାଁରେ ଦେଇଦେଲେ ବିଷ, ପରିବାରର ୩ ମୃତ

The Sakala Picture
Published On

ଚେନ୍ନାଇ: କୋଭିଡ୍ ଆରୋଗ୍ୟ ବଟିକା ନାଁରେ ଦିଆଗଲା ବିଷ । ବିଷ କ୍ରିୟାରେ ପ୍ରାଣ ହରାଇଛନ୍ତି ଗୋଟିଏ ପରିବାରର ୩ ଜଣ ସଦସ୍ୟ । ଘଟଣା ଘଟିଛି ତାମିଲନାଡୁର ଇରୋଡରେ । ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଇରୋଡର କୀଜଭାନି ଗାଁର ଜଣେ ବ୍ୟକ୍ତି ତଥା ମୁଖ୍ୟ ଅଭିଯୁକ୍ତ ଆର.କଲ୍ୟାଣସୁନ୍ଦରମ କିଛି ମାସ ପୂର୍ବରୁ ସ୍ଥାନୀୟ କାରୁନ୍‌ ଗୋନ୍ଦଭଲାସୁ ଗାଁର କାରୁପାନକୋରୁନ୍ଦରଙ୍କଠାରୁ ଧାର ସୂତ୍ରରେ ୧୫ […]

ଚେନ୍ନାଇ: କୋଭିଡ୍ ଆରୋଗ୍ୟ ବଟିକା ନାଁରେ ଦିଆଗଲା ବିଷ । ବିଷ କ୍ରିୟାରେ ପ୍ରାଣ ହରାଇଛନ୍ତି ଗୋଟିଏ ପରିବାରର ୩ ଜଣ ସଦସ୍ୟ । ଘଟଣା ଘଟିଛି ତାମିଲନାଡୁର ଇରୋଡରେ । ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଇରୋଡର କୀଜଭାନି ଗାଁର ଜଣେ ବ୍ୟକ୍ତି ତଥା ମୁଖ୍ୟ ଅଭିଯୁକ୍ତ ଆର.କଲ୍ୟାଣସୁନ୍ଦରମ କିଛି ମାସ ପୂର୍ବରୁ ସ୍ଥାନୀୟ କାରୁନ୍‌ ଗୋନ୍ଦଭଲାସୁ ଗାଁର କାରୁପାନକୋରୁନ୍ଦରଙ୍କଠାରୁ ଧାର ସୂତ୍ରରେ ୧୫ ଲକ୍ଷ ଟଙ୍କା ନେଇଥିଲା । ପରେ ସେ ଟଙ୍କା ଦେବାକୁ ଅସମର୍ଥ ହେବା ସହ ଋଣଦାତାଙ୍କ ଚାପର ସମ୍ମୁଖୀନ ହେବା ଯୋଗୁଁ ଏହାକୁ ନେଇ ଅନେକଥର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଶେଷରେ କଲ୍ୟାଣସୁନ୍ଦରମ ଏକ ମନ୍ଦ ଉପାୟ ପାଞ୍ଚି ଉକ୍ତ ପରିବାରକୁ ସମ୍ପୂର୍ଣ ମାରିଦେବା ଲାଗି ନିଷ୍ପତ୍ତି ନେଇଥିଲା ଓ ଏହି କାର୍ଯ୍ୟରେ ସାବରି ନାମକ ଜଣେ ଯୁବକଙ୍କ ସହାୟତା ନେଇଥିଲା । ସାବରି ଜଣେ ସ୍ୱାସ୍ଥ୍ୟକର୍ମୀ ଭାବେ ଯାଇ ସେମାନଙ୍କୁ କୋଭିଡ ଆରୋଗ୍ୟ ବଟିକା ନାଁରେ ବିଷ ମିଶ୍ରିତ ବଟିକା ଦେଇଥିଲା । ବିଶ୍ୱାସରେ ବିଷ ମିଶାଇଥିବା ଏହି ସ୍ୱାସ୍ଥ୍ୟକର୍ମୀଙ୍କ ଫନ୍ଦି ବୁଝି ନପାରି ପରିବାରର ୪ ସଦସ୍ୟ ଏହି ବିଷ ମିଶ୍ରିତ ଔଷଧ ଖାଇଦେଇଥିଲେ ।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

ବିଷ ମିଶ୍ରିତ ବଟିକା ଖାଇ କାରୁପାନକୋରୁନ୍ଦର, ତାଙ୍କ ପତ୍ନୀ ମଲ୍ଲିକା, କନ୍ୟା ଦୀପା ଓ ସହାୟିକା କୁପାଲ ଗୁରୁତର ହୋଇ ପଡ଼ିଥିଲେ । ବିଷକ୍ରିୟାରେ ମଲ୍ଲିକା, ଦୀପା ଓ କୁପଲଙ୍କ ମୃତ୍ୟୁ ଘଟିଥିବା ବେଳେ କାରୁପାନକୋରୁନ୍ଦର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପୋଲିସ କଲ୍ୟାଣସୁନ୍ଦରମ ଓ ସାବରିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ସେମାନଙ୍କ ଜାମିନ ଖାରଜ ହେବା ପରେ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

28 Jun 2021 By The Sakala

କୋଭିଡ ଆରୋଗ୍ୟ ବଟିକା ନାଁରେ ଦେଇଦେଲେ ବିଷ, ପରିବାରର ୩ ମୃତ

ଚେନ୍ନାଇ: କୋଭିଡ୍ ଆରୋଗ୍ୟ ବଟିକା ନାଁରେ ଦିଆଗଲା ବିଷ । ବିଷ କ୍ରିୟାରେ ପ୍ରାଣ ହରାଇଛନ୍ତି ଗୋଟିଏ ପରିବାରର ୩ ଜଣ ସଦସ୍ୟ । ଘଟଣା ଘଟିଛି ତାମିଲନାଡୁର ଇରୋଡରେ । ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଇରୋଡର କୀଜଭାନି ଗାଁର ଜଣେ ବ୍ୟକ୍ତି ତଥା ମୁଖ୍ୟ ଅଭିଯୁକ୍ତ ଆର.କଲ୍ୟାଣସୁନ୍ଦରମ କିଛି ମାସ ପୂର୍ବରୁ ସ୍ଥାନୀୟ କାରୁନ୍‌ ଗୋନ୍ଦଭଲାସୁ ଗାଁର କାରୁପାନକୋରୁନ୍ଦରଙ୍କଠାରୁ ଧାର ସୂତ୍ରରେ ୧୫ ଲକ୍ଷ ଟଙ୍କା ନେଇଥିଲା । ପରେ ସେ ଟଙ୍କା ଦେବାକୁ ଅସମର୍ଥ ହେବା ସହ ଋଣଦାତାଙ୍କ ଚାପର ସମ୍ମୁଖୀନ ହେବା ଯୋଗୁଁ ଏହାକୁ ନେଇ ଅନେକଥର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଶେଷରେ କଲ୍ୟାଣସୁନ୍ଦରମ ଏକ ମନ୍ଦ ଉପାୟ ପାଞ୍ଚି ଉକ୍ତ ପରିବାରକୁ ସମ୍ପୂର୍ଣ ମାରିଦେବା ଲାଗି ନିଷ୍ପତ୍ତି ନେଇଥିଲା ଓ ଏହି କାର୍ଯ୍ୟରେ ସାବରି ନାମକ ଜଣେ ଯୁବକଙ୍କ ସହାୟତା ନେଇଥିଲା । ସାବରି ଜଣେ ସ୍ୱାସ୍ଥ୍ୟକର୍ମୀ ଭାବେ ଯାଇ ସେମାନଙ୍କୁ କୋଭିଡ ଆରୋଗ୍ୟ ବଟିକା ନାଁରେ ବିଷ ମିଶ୍ରିତ ବଟିକା ଦେଇଥିଲା । ବିଶ୍ୱାସରେ ବିଷ ମିଶାଇଥିବା ଏହି ସ୍ୱାସ୍ଥ୍ୟକର୍ମୀଙ୍କ ଫନ୍ଦି ବୁଝି ନପାରି ପରିବାରର ୪ ସଦସ୍ୟ ଏହି ବିଷ ମିଶ୍ରିତ ଔଷଧ ଖାଇଦେଇଥିଲେ ।

ବିଷ ମିଶ୍ରିତ ବଟିକା ଖାଇ କାରୁପାନକୋରୁନ୍ଦର, ତାଙ୍କ ପତ୍ନୀ ମଲ୍ଲିକା, କନ୍ୟା ଦୀପା ଓ ସହାୟିକା କୁପାଲ ଗୁରୁତର ହୋଇ ପଡ଼ିଥିଲେ । ବିଷକ୍ରିୟାରେ ମଲ୍ଲିକା, ଦୀପା ଓ କୁପଲଙ୍କ ମୃତ୍ୟୁ ଘଟିଥିବା ବେଳେ କାରୁପାନକୋରୁନ୍ଦର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପୋଲିସ କଲ୍ୟାଣସୁନ୍ଦରମ ଓ ସାବରିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ସେମାନଙ୍କ ଜାମିନ ଖାରଜ ହେବା ପରେ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

https://www.thesakala.in/national-international/3-dead-after-being-given-poison-in-guise-of-country-made-covid-19-cure-pills/article-3299
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର