ସ୍ବଦେଶ ଫେରିଲେ ଫ୍ରାନ୍ସରେ ଅଟକିଥିବା ୨୭୬ ଭାରତୀୟ ଯାତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ସ୍ବଦେଶ ଫେରିଲେ ଫ୍ରାନ୍ସରେ ଅଟକିଥିବା ଭାରତୀୟ । ଅଟକିଥିବା ୩୦୩ ଯାତ୍ରୀଙ୍କ ମଧ୍ୟରୁ ମୁମ୍ବାଇରେ ପହଞ୍ଚିଛନ୍ତି ୨୭୬ ଯାତ୍ରୀ। ମାନବ ଚାଲାଣ ଅଭିଯୋଗ ହେବା ପରେ ଗତ ୨୨ ତାରିଖରୁ ଫ୍ରାନ୍ସରେ ଅଟକିଥିଲା ବିମାନ । ଫ୍ରାନସରେ ରହିବାକୁ ଅନୁମତି ମିଳିବା ପରେ ୨୭ ଭାରତୀୟ ସେଠାରେ ରହିଛନ୍ତି । ଅବଶିଷ୍ଟ ୧୭୬ ଯାତ୍ରୀ ଭାରତ ଫେରିଛନ୍ତି । ଗତକାଲି ଗ୍ରୀନ ସିଗନାଲ ମିଳିବା ପରେ ଅପରାହ୍ଣ ସାଢେ ୨ଟାରେ ରୋମାନିଆ କମ୍ପାନି ଲିଜେଣ୍ଡ ଏୟାରଲାଇନ୍ସର […]

ନୂଆଦିଲ୍ଲୀ: ସ୍ବଦେଶ ଫେରିଲେ ଫ୍ରାନ୍ସରେ ଅଟକିଥିବା ଭାରତୀୟ । ଅଟକିଥିବା ୩୦୩ ଯାତ୍ରୀଙ୍କ ମଧ୍ୟରୁ ମୁମ୍ବାଇରେ ପହଞ୍ଚିଛନ୍ତି ୨୭୬ ଯାତ୍ରୀ। ମାନବ ଚାଲାଣ ଅଭିଯୋଗ ହେବା ପରେ ଗତ ୨୨ ତାରିଖରୁ ଫ୍ରାନ୍ସରେ ଅଟକିଥିଲା ବିମାନ । ଫ୍ରାନସରେ ରହିବାକୁ ଅନୁମତି ମିଳିବା ପରେ ୨୭ ଭାରତୀୟ ସେଠାରେ ରହିଛନ୍ତି । ଅବଶିଷ୍ଟ ୧୭୬ ଯାତ୍ରୀ ଭାରତ ଫେରିଛନ୍ତି ।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ଗତକାଲି ଗ୍ରୀନ ସିଗନାଲ ମିଳିବା ପରେ ଅପରାହ୍ଣ ସାଢେ ୨ଟାରେ ରୋମାନିଆ କମ୍ପାନି ଲିଜେଣ୍ଡ ଏୟାରଲାଇନ୍ସର ବିମାନ ଆଜି ମୁମ୍ବାଇରେ ପହଞ୍ଚିଥିଲା । ଫ୍ରାନ୍ସର ରହିଥିବା ୨୭ ଯାତ୍ରୀ ଆଶ୍ରୟ ନେବାକୁ ଚାହିଁଥିବାରୁ ସେମାନଙ୍କୁ ସେଠାରେ ରଖାଯାଇଛି । ଗତ ଗୁରୁବାର ୩୦୩ ଯାତ୍ରୀଙ୍କୁ ନେଇ ୟୁଏଇର ଦୁବାଇରୁ ଏକ ବିମାନ ନିକାରାଗୁଆ ଯିବା ବାଟରେ ପ୍ୟାରିସ ଠାରୁ ୧୫୦ କିଲୋମିଟର ଦୂର ଭାଟ୍ରି ବିମାନବନ୍ଦରରେ ଅବତରଣ କରିଥିଲା ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

ଏହି ଯାତ୍ରୀଙ୍କ ମଧ୍ୟରେ ଥିଲେ ୧୧ ନାବାଳକ ଓ ଜଣେ ୨୧ ମାସର ଶିଶୁ । ବିମାନକୁ ଭାରତ ଫେରାଇ ନେବା ଲାଗି ପ୍ୟାରିସସ୍ଥିତ ଭାରତୀୟ ଦୂତାବାସ ହସ୍ତକ୍ଷେପ କରିଥିଲା । ବିମାନଟି ଆମେରିକା ବା କାନାଡ଼ାରେ ବେଆଇନ ଭାବେ ପ୍ରବେଶ କରିବା ସମ୍ଭାବନା ଥିଲା । ୨୦୨୩ରେ ପ୍ରାୟ ୯୭ ହଜାର ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ସୂଚନା ମିଳିଛି । ଗତ ବର୍ଷ ତୁଳନାରେ ଏହି ହାର ୫୧ ଦଶମିକ ୬୧ ପ୍ରତିଶତ ଅଧିକ । ପ୍ରାୟ ୪୧ ହଜାର ୭୭୦ ଭାରତୀୟ ମେକ୍ସିକୋ ସୀମା ଅତିକ୍ରମ କରି ଆମେରିକାରେ ପ୍ରବେଶ ଲାଗି ଉଦ୍ୟମ କରିଥିଲେ ।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତର ଆନ୍ଦୋଳନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଙ୍କ ଉପରୁ ପୋଲିସ ମାମଲା ପ୍ରତ୍ୟାହାର କଲେ ସରକାର

26 Dec 2023 By The Sakala

ସ୍ବଦେଶ ଫେରିଲେ ଫ୍ରାନ୍ସରେ ଅଟକିଥିବା ୨୭୬ ଭାରତୀୟ ଯାତ୍ରୀ

ନୂଆଦିଲ୍ଲୀ: ସ୍ବଦେଶ ଫେରିଲେ ଫ୍ରାନ୍ସରେ ଅଟକିଥିବା ଭାରତୀୟ । ଅଟକିଥିବା ୩୦୩ ଯାତ୍ରୀଙ୍କ ମଧ୍ୟରୁ ମୁମ୍ବାଇରେ ପହଞ୍ଚିଛନ୍ତି ୨୭୬ ଯାତ୍ରୀ। ମାନବ ଚାଲାଣ ଅଭିଯୋଗ ହେବା ପରେ ଗତ ୨୨ ତାରିଖରୁ ଫ୍ରାନ୍ସରେ ଅଟକିଥିଲା ବିମାନ । ଫ୍ରାନସରେ ରହିବାକୁ ଅନୁମତି ମିଳିବା ପରେ ୨୭ ଭାରତୀୟ ସେଠାରେ ରହିଛନ୍ତି । ଅବଶିଷ୍ଟ ୧୭୬ ଯାତ୍ରୀ ଭାରତ ଫେରିଛନ୍ତି ।

ଗତକାଲି ଗ୍ରୀନ ସିଗନାଲ ମିଳିବା ପରେ ଅପରାହ୍ଣ ସାଢେ ୨ଟାରେ ରୋମାନିଆ କମ୍ପାନି ଲିଜେଣ୍ଡ ଏୟାରଲାଇନ୍ସର ବିମାନ ଆଜି ମୁମ୍ବାଇରେ ପହଞ୍ଚିଥିଲା । ଫ୍ରାନ୍ସର ରହିଥିବା ୨୭ ଯାତ୍ରୀ ଆଶ୍ରୟ ନେବାକୁ ଚାହିଁଥିବାରୁ ସେମାନଙ୍କୁ ସେଠାରେ ରଖାଯାଇଛି । ଗତ ଗୁରୁବାର ୩୦୩ ଯାତ୍ରୀଙ୍କୁ ନେଇ ୟୁଏଇର ଦୁବାଇରୁ ଏକ ବିମାନ ନିକାରାଗୁଆ ଯିବା ବାଟରେ ପ୍ୟାରିସ ଠାରୁ ୧୫୦ କିଲୋମିଟର ଦୂର ଭାଟ୍ରି ବିମାନବନ୍ଦରରେ ଅବତରଣ କରିଥିଲା ।

ଏହି ଯାତ୍ରୀଙ୍କ ମଧ୍ୟରେ ଥିଲେ ୧୧ ନାବାଳକ ଓ ଜଣେ ୨୧ ମାସର ଶିଶୁ । ବିମାନକୁ ଭାରତ ଫେରାଇ ନେବା ଲାଗି ପ୍ୟାରିସସ୍ଥିତ ଭାରତୀୟ ଦୂତାବାସ ହସ୍ତକ୍ଷେପ କରିଥିଲା । ବିମାନଟି ଆମେରିକା ବା କାନାଡ଼ାରେ ବେଆଇନ ଭାବେ ପ୍ରବେଶ କରିବା ସମ୍ଭାବନା ଥିଲା । ୨୦୨୩ରେ ପ୍ରାୟ ୯୭ ହଜାର ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ସୂଚନା ମିଳିଛି । ଗତ ବର୍ଷ ତୁଳନାରେ ଏହି ହାର ୫୧ ଦଶମିକ ୬୧ ପ୍ରତିଶତ ଅଧିକ । ପ୍ରାୟ ୪୧ ହଜାର ୭୭୦ ଭାରତୀୟ ମେକ୍ସିକୋ ସୀମା ଅତିକ୍ରମ କରି ଆମେରିକାରେ ପ୍ରବେଶ ଲାଗି ଉଦ୍ୟମ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର