କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବେ କରାଯାଇଛି ହତ୍ୟା, ବେକରେ ୧୦ଟି ଗଭୀର କ୍ଷତ ସହ ଶରୀରରେ ରହିଛି ୨୬ଟି ଗଭୀର କ୍ଷତ

The Sakala Picture
Published On

ଜୟପୁର : ରାଜସ୍ଥାନ ଉଦୟପୁରରେ ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ବଡ ଖୁଲାସା ହୋଇଛି। କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ମୁତାବକ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। କହ୍ନେୟାଲାଲଙ୍କ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ କହ୍ନେୟାଲାଲଙ୍କ ବେକରେ ୧୦ଟି ଗଭୀର କ୍ଷତ ଥିବା ସହ ସାରା ଶରୀରରେ ୨୬ଟି ଗଭୀର କ୍ଷତ ରହିଛି । ତାଙ୍କ ଶରୀରକୁ ବାରମ୍ବାର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି। ଏଥିସହିତ ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା […]

ଜୟପୁର : ରାଜସ୍ଥାନ ଉଦୟପୁରରେ ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ବଡ ଖୁଲାସା ହୋଇଛି। କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ମୁତାବକ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। କହ୍ନେୟାଲାଲଙ୍କ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ କହ୍ନେୟାଲାଲଙ୍କ ବେକରେ ୧୦ଟି ଗଭୀର କ୍ଷତ ଥିବା ସହ ସାରା ଶରୀରରେ ୨୬ଟି ଗଭୀର କ୍ଷତ ରହିଛି । ତାଙ୍କ ଶରୀରକୁ ବାରମ୍ବାର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି। ଏଥିସହିତ ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିବା ପାଇଁ ମଧ୍ୟ ଚେଷ୍ଟା କରାଯାଇଥିବା ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଗତ ମଙ୍ଗଳବାର ଦିନ ଦ୍ୱିପ୍ରହରେ କହ୍ନେୟାଲାଲ ନାମକ ଜଣେ ଦର୍ଜୀଙ୍କୁ ତାଲିବାନ ତରିକାରେ ହତ୍ୟା କରାଯାଇଛି । କହ୍ନେୟାଲାଲଙ୍କ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ କହ୍ନେୟାଲାଲଙ୍କ ଗୋଟିଏ ହାତ ମଧ୍ୟ ଭାଙ୍ଗିଛି । ଅଧିକ ରକ୍ତ ବୋହିବାରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନ୍ଆଇଏ ଓ ଏସ୍ଆଇଟି ଘଟଣାର ତଦନ୍ତ ଆରମ୍ଭ କରଛନ୍ତି । ସେପଟେ ଅଭିଯୁକ୍ତ ରିଆଜ୍ ଓ ମହମ୍ମଦ ଗୋସଙ୍କୁ ୪ ଦିନ ମଧ୍ୟରେ ଫାଶୀ ଦେବାକୁ ଦାବି ଉଠିଲାଣି । ରାଜସ୍ଥାନର ଜଣେ ମନ୍ତ୍ରୀ ୪ ଦିନ ମଧ୍ୟରେ ଫାଶୀ ଦେବାକୁ ଦାବି କରିଛନ୍ତି । ବିଭିନ୍ନ ରାଜନେତା ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣା ପାଇଁ ଦାବି କରିବା ସହ ତାଙ୍କର ଇସ୍ତଫା ଦାବି କରିଥିବା ଜଣାପଡିଛି । ରାଜସ୍ଥାନ ଉଦୟପୁରର ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ହତ୍ୟାକାରୀ ଗ୍ରାହକ ବେଶରେ ଆସି ଟେଲର କହ୍ନେୟାଲାଲଙ୍କୁ ହତ୍ୟା କରିଥିଲେ ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ସୂଚନାଯୋଗ୍ୟ ମଙ୍ଗଳବାର ଅପରାହ୍ନ ୨ ହତ୍ୟାକାରୀ ରିଆଜ୍ ଓ ଗୋସ୍ ମହମ୍ମଦ ଗ୍ରାହକ ଭାବେ କହ୍ନେୟାଙ୍କ ସିଲେଇ ଦୋକାନକୁ ଆସିଥିଲେ। ଆଉ କହ୍ନେୟାଲାଲ କିଛି ବୁଝିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ପ୍ରାଣ ବଞ୍ଚାଇବାକୁ କହ୍ନେୟାଲାଲ ଚିତ୍କାର କରିଥିଲେ ବି ଶେଷ ନିଃଶ୍ୱାସ ଯାଏଁ ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ହତ୍ୟାର ଭିଡିଓ ଜାରି କରିବା ସହ ଇସଲାମଙ୍କୁ ଅପମାନ କରାଯାଇଥିବା ଘଟଣାର ପ୍ରତିଶୋଧ ନେଇଥିବା ଏହି ଭିଡିଓରେ ଦୁଇ ଅଭିଯୁକ୍ତ କହିଥିଲେ। ପୁଲିସ ଘଟଣାପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେପଟେ ଏହି ଘଟଣା ପରେ ଉଦୟପୁରରେ ୧୪୪ ଧାରା ଜାରି ହେବା ସହ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର