ପାକିସ୍ତାନରେ ଭୟଙ୍କର ରେଳ ଦୁର୍ଘଟଣା: ୨୨ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ

The Sakala Picture
Published On

ନୂଆଦିଲ୍ଲୀ: ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଥିବା ବେଳେ ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୫୦ ରୁ ଅଧିକ ଲୋକ ଆହତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସହାରା ରେଲୱେ ଷ୍ଟେସନ ନିକଟରେ ହୋଇଛି । ଏହି ଷ୍ଟେସନ ଶହଜାଦପୁର ଏବଂ ନୱାବଶାହ ମଧ୍ୟରେ ରହିଛି । ଟ୍ରେନରେ ବହୁ ସଂଖ୍ୟାରେ ଯାତ୍ରୀ ଥିଲେ । ଟ୍ରେନ କରାଚୀରୁ ପଞ୍ଜାବ ଯାଉଥିବା ବେଳେ […]

ନୂଆଦିଲ୍ଲୀ: ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଥିବା ବେଳେ ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୫୦ ରୁ ଅଧିକ ଲୋକ ଆହତ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସହାରା ରେଲୱେ ଷ୍ଟେସନ ନିକଟରେ ହୋଇଛି । ଏହି ଷ୍ଟେସନ ଶହଜାଦପୁର ଏବଂ ନୱାବଶାହ ମଧ୍ୟରେ ରହିଛି । ଟ୍ରେନରେ ବହୁ ସଂଖ୍ୟାରେ ଯାତ୍ରୀ ଥିଲେ । ଟ୍ରେନ କରାଚୀରୁ ପଞ୍ଜାବ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ନୱାବ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରେନର ଲାଇନଚ୍ୟୁତ୍ ହେବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଅଧିକରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ପାକିସ୍ତାନୀ ରେଲୱେର ଡିଭିଜନଲ ସୁପରିଟେଣ୍ଡେଣ୍ଟ ସୁକୁର ହମମ୍ମଦୁର ରହମାନଙ୍କ କହିବା ଅନୁସାରେ ୧୦ ବଗି ଚାଇନଲ୍ୟୁତ ହୋଇଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର