ମହାମାରୀ କରୋନାର ଦ୍ୱିତୀୟ ଲହରରେ ଦେଶର ଅର୍ଥନୀତିରେ ୨ ଲକ୍ଷ କୋଟି ଟଙ୍କା କ୍ଷତି: RBI

The Sakala Picture
Published On

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ବିତୀୟ ଲହରରେ ସାରା ଦେଶ ଥରହର ।ଏବେ ସଂକ୍ରମଣ ହାର କିଛି ମାତ୍ରାରେ କମିଛି ।ମାତ୍ର ମହାମାରୀ ଭୁତାଣୁ ଯୋଗୁଁ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ କଣ ପ୍ରଭାବ ପଡିଛି ତା ଉପରେ ତଥ୍ୟ ରଖିଛି RBI ।କୋଭିଡ ଦ୍ବିତୀୟ ଲହରୀକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଚିନ୍ତାଜନକ ତଥ୍ୟ ରଖିଛି । ଏହି ଲହରୀ କାଳରେ ଦେଶ ସମ୍ମୁଖୀନ ହୋଇପାରେ ଗଭୀର ଅର୍ଥନୈତିକ ଦୁଃସ୍ଥିତି । ଚଳିତ ଆର୍ଥିକ ବର୍ଷରେ ଦେଶ […]

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ବିତୀୟ ଲହରରେ ସାରା ଦେଶ ଥରହର ।ଏବେ ସଂକ୍ରମଣ ହାର କିଛି ମାତ୍ରାରେ କମିଛି ।ମାତ୍ର ମହାମାରୀ ଭୁତାଣୁ ଯୋଗୁଁ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ କଣ ପ୍ରଭାବ ପଡିଛି ତା ଉପରେ ତଥ୍ୟ ରଖିଛି RBI ।କୋଭିଡ ଦ୍ବିତୀୟ ଲହରୀକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଚିନ୍ତାଜନକ ତଥ୍ୟ ରଖିଛି । ଏହି ଲହରୀ କାଳରେ ଦେଶ ସମ୍ମୁଖୀନ ହୋଇପାରେ ଗଭୀର ଅର୍ଥନୈତିକ ଦୁଃସ୍ଥିତି । ଚଳିତ ଆର୍ଥିକ ବର୍ଷରେ ଦେଶ ୨ ଲକ୍ଷ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇପାରେ ବୋଲି ପ୍ରକାଶ କରିଛି ଆରବିଆଇ । ୨୦୨୧ ଜୁନ ଲାଗି ପ୍ରକାଶିତ ମାସିକ ବୁଲେଟିନରେ ଆରବିଆଇ କହିଛି- କୋଭିଡଜନିତ ବିଭିନ୍ନ କଣ୍ଟେନମେଣ୍ଟ ପଦକ୍ଷେପ ଯୋଗୁ ବହୁ କ୍ଷୁଦ୍ର ସହର ଓ ଗ୍ରାମରେ ଚାହିଦା ବହୁମାତ୍ରାରେ ହ୍ରାସ ପାଇଛି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

କୋଭିଡର ଦ୍ବିତୀୟ ଲହରୀ ମୁଖ୍ୟତଃ ଆଭ୍ୟନ୍ତରୀଣ ଚାହିଦାକୁ ଗଭୀର ଭାବେ ପ୍ରଭାବିତ କରିଛି । କରୋନା ଭାଇରସଜନିତ ମହାମାରୀ ପରିପ୍ରେକ୍ଷୀରେ ପୂର୍ବାବସ୍ଥା ଫେରି ଆସିବା ନେଇ ଏବେ ବି ସଂଶୟ ଜାରି ରହିଛି । ଏହି ବୁଲେଟିନରେ ରିଜର୍ଭ ବ୍ୟାଙ୍କ ଦେଶର ସାମଗ୍ରିକ ଆର୍ଥିକ ସ୍ଥିତିର ଚିତ୍ର ପ୍ରକାଶ କରିଥିବାବେଳେ ଦେଶର ରାଜସ୍ବ ଫ୍ରେମୱର୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି । ରିପୋର୍ଟରେ କୁହାଯାଇଛି- ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଦେଶରେ ଆଭ୍ୟନ୍ତରୀଣ ଚାହିଦା ଉପରେ ପ୍ରଭାବ ପଡିଛି । ଏହା ସତ୍ତ୍ବେ କୃଷି, ଶିଳ୍ପ ଉତ୍ପାଦନ, ରପ୍ତାନି, ପ୍ରତ୍ୟକ୍ଷ ସମ୍ପର୍କବିହୀନ ସେବା ଆଦି ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ତେବେ ଦେଶରେ ପରିବର୍ଦ୍ଧିତ ଟିକାକରଣ ପ୍ରକ୍ରିୟା ଆର୍ଥିକ ଅବସ୍ଥାକୁ ପୂର୍ବାବସ୍ଥାକୁ ଫେରାଇବା ଦିଗରେ ସକ୍ଷମ ହୋଇପାରିବ ବୋଲି ଆରବିଆଇ ଆଶା ବ୍ୟକ୍ତ କରିଛି । ରାଜସ୍ବ ଫ୍ରେମୱର୍କ ଓ ଗୁଣବତ୍ତାଭିତ୍ତିକ ବ୍ୟୟ ଦୃଷ୍ଟିରୁ ଆରବିଆଇ କହିଛି- ସାରା ବିଶ୍ବରେ କରୋନା ଭାଇରସ ଯୋଗୁ ଅନେକ ରାଷ୍ଟ୍ରର ସରକାରଙ୍କ ଆର୍ଥିକ ପଦକ୍ଷେପ ପରି ଭାରତରେ ମଧ୍ୟ ସମଅବସ୍ଥା ପରିଲକ୍ଷିତ ହୋଇଛି ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର