ବାଲ୍ୟ ବିବାହ କରିଥିବା ଓ କରାଉଥିବା ଘଟଣାରେ ୧୮୦୦ଜଣଙ୍କୁ ଗିରଫ କଲା ଆସାମ ପୁଲିସ

The Sakala Picture
Published On

ନୂଆଦିଲ୍ଲୀ: ବାଲ୍ୟ ବିବାହକୁ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ ।  ନିର୍ଦ୍ଦେଶ ପରେ ବର୍ତ୍ତମାନ ସୁଦ୍ଧା ବାଲ୍ୟ ବିବାହ ଘଟଣାରେ ସମ୍ପୃକ୍ତ ଥିବା ନେଇ ୧୮୦୦ଜଣଙ୍କୁ ଗିରଫ କରିଛି ଆସାମ ପୁଲିସ । ଏ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନ ଦେଇଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଯେ, ନ୍ତି, ‘ ଆମର ସରକାର ରାଜ୍ୟରେ ବାଲ୍ୟ ବିବାହ ଶେଷ କରିବାକୁ ଦୃଢ଼ ସଂକଳ୍ପ ନେଇଛି। ଆସାମ ପୁଲିସ ରାଜ୍ୟରେ ବାଲ୍ୟ […]

ନୂଆଦିଲ୍ଲୀ: ବାଲ୍ୟ ବିବାହକୁ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ ।  ନିର୍ଦ୍ଦେଶ ପରେ ବର୍ତ୍ତମାନ ସୁଦ୍ଧା ବାଲ୍ୟ ବିବାହ ଘଟଣାରେ ସମ୍ପୃକ୍ତ ଥିବା ନେଇ ୧୮୦୦ଜଣଙ୍କୁ ଗିରଫ କରିଛି ଆସାମ ପୁଲିସ । ଏ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସେ ଆହୁରି ମଧ୍ଯ କହିଛନ୍ତି ଯେ, ନ୍ତି, ‘ ଆମର ସରକାର ରାଜ୍ୟରେ ବାଲ୍ୟ ବିବାହ ଶେଷ କରିବାକୁ ଦୃଢ଼ ସଂକଳ୍ପ ନେଇଛି। ଆସାମ ପୁଲିସ ରାଜ୍ୟରେ ବାଲ୍ୟ ବିବାହର ୪୦୦୪ ମାମଲା ରୁଜୁ କରିଛନ୍ତି। ଏଦିଗ‌ରେ ପୁଲିସର କାର୍ଯ୍ଯା ନୁଷ୍ଠାନ ଫେବ୍ରୁଆରି ୩ ତାରିଖରୁ ଆରମ୍ଭ ହୋଇଯାଇଛି। ମୁଁ ସମସ୍ତଙ୍କୁ ସହଯୋଗର ନିବେଦନ କରୁଛି। ଗତ ମାସରେ କ୍ୟାବିନେଟରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ବିଶ୍ୱା ଶର୍ମା ଆହୁରି କହିଥିଲେ ଯେ, ମହିଳାଙ୍କ ବିବାହର ଆଇନଗତ ବୟସ ହେଲା ୧୮ ବର୍ଷ। କମ୍‌ ବୟସର ଝିଅଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ୧୪ବର୍ଷରୁ କମ ବୟସର ପିଲାଙ୍କୁ ବିବାହ କରୁଥିବା ପୁରୁଷଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଜରିଆରେ ଯାଞ୍ଚ ହେବା ନେଇ ମଞ୍ଜୁରୀ ମିଳିଯାଇଛି। ଅନେକ ବ୍ୟକ୍ତିଙ୍କୁ ଏଥିପାଇଁ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ ବୋଲି ସେ କହିଥିଲେ। କମ୍‌ ବୟସରେ ବିବାହ ଏବଂ ମାତୃତ୍ୱକୁ ରୋକିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ଅଛନ୍ତି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର