କାବୁଲ ସହରର ଖୋଲା ଆକାଶରେ ଫୁଟିଲା ଗୁଳି; 17 ଜଣ ମୃତ, 41 ଜଣ ଆହତ

The Sakala Picture
Published On

କାବୁଲ: କାବୁଲରେ ସହରରେ ଖୋଲା ଆକାଶରେ ଗୁଳି ବିନିମୟରେ 17 ଜଣ ମୃତ, 41 ଜଣ ଆହତ । ଖୁସିରେ ଗୁଳି ଫୁଟାଇଲେ, ୧୭ଜଣଙ୍କୁ ମାରିଦେଲେ । ପଞ୍ଜଶୀର ବିଜୟ ନେଇ ଏକ ଅନିଶ୍ଚିତ ଖବରରେ ବିଭୋର ହୋଇ ଫାଙ୍କା ଗୁଳିଚାଳନା କଲେ ତାଲିବାନୀ ଆତଙ୍କୀ । ଏହା ଦ୍ୱାର ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ କାବୁଲ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ‘ନ୍ୟାସ୍‌ନାଲ୍‌ […]

କାବୁଲ: କାବୁଲରେ ସହରରେ ଖୋଲା ଆକାଶରେ ଗୁଳି ବିନିମୟରେ 17 ଜଣ ମୃତ, 41 ଜଣ ଆହତ । ଖୁସିରେ ଗୁଳି ଫୁଟାଇଲେ, ୧୭ଜଣଙ୍କୁ ମାରିଦେଲେ । ପଞ୍ଜଶୀର ବିଜୟ ନେଇ ଏକ ଅନିଶ୍ଚିତ ଖବରରେ ବିଭୋର ହୋଇ ଫାଙ୍କା ଗୁଳିଚାଳନା କଲେ ତାଲିବାନୀ ଆତଙ୍କୀ । ଏହା ଦ୍ୱାର ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ କାବୁଲ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ‘ନ୍ୟାସ୍‌ନାଲ୍‌ ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌ ଅଫ୍ ଆଫଗାନିସ୍ତାନ୍‌’କୁ ପରାସ୍ତ କରି ପଞ୍ଜଶୀର ଉପତ୍ୟକାକୁ ନିୟନ୍ତ୍ରଣାଧୀନ କରି ପାରିଛନ୍ତି ବୋଲି ତାଲିବାନ୍‌ ଘୋଷଣା କରିବା ପରେ ଶୁକ୍ରବାରେ ସମଗ୍ର କାବୁଲ୍‌ରେ ଉତ୍ସବ ପାଳନକାଳୀନ ଭୀଷଣ ବନ୍ଧୁକ ଫୁଟିବା ଶଦ୍ଦ ଶୁଭିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଗତକାଲିର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ତାଲିବାନ ଆଫଗାନିସ୍ତାନକୁ ନର୍କ ବନାଇ ଦେଇଥିବା ବେଳେ ଆହତ ଆତ୍ମୀୟସଜ୍ଜନଙ୍କୁ ଧରି ଲୋକେ ଡାକ୍ତରଖାନା ନେଉଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ସେୟାର୍ ହୋଇଥିବା ଫଟୋ ଏବଂ ଭିଡିଓରେ ଦେଖାଯାଇଥିଲା। ସର୍ବଶକ୍ତିମାନ ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାକୁ ନିୟନ୍ତ୍ରଣାଧୀନ କରିଛୁ । ବିଶୃଙ୍ଖଳା ସୃଷ୍ଟିକାରୀମାନେ ପରାସ୍ତ ‌ହୋଇଛନ୍ତି ଏବଂ ଏଥର ପଞ୍ଜଶୀର ଆମ ଅଧୀନକୁ ଆସିଛି ବୋଲି ଜଣେ ତାଲିବାନ୍‌ କମାଣ୍ଡର୍‌ କହୁଥିଲେ । ତେବେ ଗତ କିଛି ଦିନ ସଂଘର୍ଷ ମଧ୍ୟରେ ଉଭୟ ପକ୍ଷରୁ ପ୍ରାୟ ୩୦୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର