ଶିକ୍ଷା ଉପରେ କରୋନା ମାଡ଼: ସ୍କୁଲ ଯିବାରୁ ବଞ୍ଚିତ ହୋଇଛନ୍ତି ୧୫.୬୦ କୋଟି ଶିଶୁ

The Sakala Picture
Published On

ନ୍ୟୁୟର୍କ: ସାରା ବିଶ୍ବରେ ବିପର୍ଯ୍ୟୟ ସୃଷ୍ଟି କରିଛି ଚୀନର ଉହାନରୁ ବ୍ୟାପିଥିବା କରୋନା ଭୂତାଣୁ। ଏ ପର୍ଯ୍ୟନ୍ତ ଏହି ମହାମାରୀରେ ୪୨ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୨୦ କୋଟିରୁ ଊର୍ଦ୍ଦ୍ବ ଲୋକ ସଂକ୍ରମିତ ହେଲେଣି। ଅର୍ଥନୀତି, ବାଣିଜ୍ୟ ବ୍ୟବସାୟ ଏବଂ ନିଯୁକ୍ତି ଆଦି ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଛି କରୋନା । ତେବେ ସେସବୁ କ୍ଷେତ୍ର ମଧ୍ୟରୁ ଶିକ୍ଷାକ୍ଷେତ୍ରର ସର୍ବାଧିକ କ୍ଷତି ହୋଇଛି। କରୋନା ସଙ୍କଟ ଯୋଗୁଁ ବିଶ୍ବର ପ୍ରାୟ ୧୫.୬୦ କୋଟି ଶିଶୁ […]

ନ୍ୟୁୟର୍କ: ସାରା ବିଶ୍ବରେ ବିପର୍ଯ୍ୟୟ ସୃଷ୍ଟି କରିଛି ଚୀନର ଉହାନରୁ ବ୍ୟାପିଥିବା କରୋନା ଭୂତାଣୁ। ଏ ପର୍ଯ୍ୟନ୍ତ ଏହି ମହାମାରୀରେ ୪୨ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୨୦ କୋଟିରୁ ଊର୍ଦ୍ଦ୍ବ ଲୋକ ସଂକ୍ରମିତ ହେଲେଣି। ଅର୍ଥନୀତି, ବାଣିଜ୍ୟ ବ୍ୟବସାୟ ଏବଂ ନିଯୁକ୍ତି ଆଦି ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଛି କରୋନା । ତେବେ ସେସବୁ କ୍ଷେତ୍ର ମଧ୍ୟରୁ ଶିକ୍ଷାକ୍ଷେତ୍ରର ସର୍ବାଧିକ କ୍ଷତି ହୋଇଛି। କରୋନା ସଙ୍କଟ ଯୋଗୁଁ ବିଶ୍ବର ପ୍ରାୟ ୧୫.୬୦ କୋଟି ଶିଶୁ ବିଦ୍ୟାଳୟ ଯାଇପାରୁନାହାନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୨.୫ କୋଟି ପିଲା ଆଉ କେବେ ବି ବିଦ୍ୟାଳୟକୁ ଯାଇପାରିବେ ନାହିଁ ବୋଲି ମିଳିତ ଜାତିସଂଘର ମହାସିଚବ ଆଣ୍ଟୋନିଓ ଗୁତରେସେ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କରୋନା କାଳରେ ବିଶ୍ବ ଶିକ୍ଷା ସଙ୍କଟ ଦେଇ ଗତି କରୁଛି। ବିଦ୍ୟାଳୟ ବନ୍ଦ ରହିଛି। ଏବେ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହନ ଦେବାକୁ ପଡିବ। ଏଭଳି ବ୍ୟବସ୍ଥା ବିକଶିତ କରିବାକୁ ହେବ ଯାହା ଭବିଷ୍ୟତରେ ଶିଶୁରେ ଶିକ୍ଷାରେ କାମରେ ଆସିବ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ୟୁନିସେଫର ମୁଖପାତ୍ର ଜେମ୍ସ ଏଲ୍ଡର କହିଛନ୍ତି ଯେ କରୋନା ଯୋଗୁଁ ବିଶ୍ବର ୬୦ କୋଟି ଶିଶୁ ବିଦ୍ୟାଳୟକୁ ଯାଇପାରୁନାହାନ୍ତି। ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ପ୍ରାୟ ୫୦ ପ୍ରତିଶତ ଦେଶରେ ୨୦୦ ଦିନ ହେଲା ବିଦ୍ୟାଳୟ ବନ୍ଦ ରହିଛି। ଦକ୍ଷିଣ ଆମେରିକାର ପ୍ରାୟ ୧୮ ଦେଶରେ ବିଦ୍ୟାଳୟଗୁଡିକ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ବନ୍ଦ ରହିଛି। ପୂର୍ବ ଏବଂ ଦକ୍ଷିଣ ଆଫ୍ରିକୀୟ ଦେଶ ଗୁଡିକରେ ୫ରୁ ୧୮ ବର୍ଷ ବୟସର ୪୦ ପ୍ରତିଶତ ଶିଶୁ ଏବଂ କିଶୋର ସ୍କୁଲ ଯିବାରୁ ବଞ୍ଚିତ ହୋଇଛନ୍ତି। ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ୮ କୋଟି ଶିଶୁଙ୍କୁ ଏହି ସୁବିଧା ମିଳିପାରୁ ନାହିଁ। ୟୁନିସେଫର ସଦ୍ୟ ରିପୋର୍ଟ ଅନୁଯାୟୀ ୨୦୨୦ ମାର୍ଚ୍ଚରୁ ୨୦୨୧ ଫେବୃଆରୀ ଯାଏଁ ବିଶ୍ବର ୧୪ ଦେଶରେ ଅଧିକାଂଶ ସ୍କୁଲ ବନ୍ଦ ରହିଛି। ଏଥିରେ ଭାରତ ମଧ୍ୟ ସାମିଲ ରହିଛି। ଏହି ଦେଶଗୁଡିକର ୧୬.୮୦ କୋଟି ଶିଶୁ ସ୍କୁଲ ଯାଇପାରୁନାହାନ୍ତି। ପାନାମାରେ ସବୁଠାରୁ ଅଧିକ ଦିନ ସ୍କୁଲ ବନ୍ଦ ରହିଛି। ଏହା ପଛକୁ ରହିଛି ବାଂଲାଦେଶ। ଏହି ରିପୋର୍ଟରେ ୟୁରୋପ ଏବଂ ଉତ୍ତର ଆମେରିକୀୟ ଦେଶଗୁଡିକ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇ ନାହିଁ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର