ଋଷ କବଜାରେ ୟୁକ୍ରେନ୍‌ର ପରମାଣୁ ଘାଟି : ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣ ୟୁକ୍ରେନ ସୈନିକ ଓ ନାଗରିକଙ୍କ ମୃତ୍ୟୁ

The Sakala Picture
Published On

କିବ୍‌ : ଭୟଙ୍କର ହେବାରେ ଲାଗିଛି ଯୁଦ୍ଧ । ୟୁକ୍ରେନର ବିଭିନ୍ନ ଷ୍ଟ୍ରାଟେଜିକ ବେସରେ ଋଷର ମିସାଇଲ ବର୍ଷା ଜାରି ରହିଛି। ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧର ପ୍ରଥମ ଦିନରେ ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରିଥିଲା ଋଷ । ଉଭୟ ପକ୍ଷର ସେନା ମୃତାହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍‌ର ୧୩୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି । ଋଷ ସେନା ଗୁରୁବାର ୟୁକ୍ରେନର […]

କିବ୍‌ : ଭୟଙ୍କର ହେବାରେ ଲାଗିଛି ଯୁଦ୍ଧ । ୟୁକ୍ରେନର ବିଭିନ୍ନ ଷ୍ଟ୍ରାଟେଜିକ ବେସରେ ଋଷର ମିସାଇଲ ବର୍ଷା ଜାରି ରହିଛି। ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧର ପ୍ରଥମ ଦିନରେ ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରିଥିଲା ଋଷ । ଉଭୟ ପକ୍ଷର ସେନା ମୃତାହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍‌ର ୧୩୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି । ଋଷ ସେନା ଗୁରୁବାର ୟୁକ୍ରେନର ଚିର୍ନୋବିଲ୍‌ ପରମାଣୁ ଘାଟି ଉପରେ ଆକ୍ରମଣ କରି କବଜା କରିନେଇଥିବା ଜଣାପଡିଛି । ୟୁକ୍ରେନ୍‌ ସେନା ଋଷ ସହ ପାରୁ ପର୍ଯ୍ୟନ୍ତ ଲଢି ସୁଦ୍ଧା ପରମାଣୁ ଘାଟିକୁ ରକ୍ଷା କରିବାରେ ସକ୍ଷମ ହୋଇନାହାନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଜେଲେଂସ୍କିଙ୍କ ବ୍ୟକ୍ତିଗତ ପରାମର୍ଶଦାତା ମାୟହେଲୋ ପୋଡୋୟ।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

କ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜଲେନସ୍କି ଟ୍ୱିଟ୍ କରି କହିଛନ୍ତି ଯେ ଋଷର ପ୍ରଥମ ଦିନ ଆକ୍ରମଣରେ ୟୁକ୍ରେନର ୧୩୭ ଜଣଙ୍କର ମୃତ୍ୟୁ ଘଟିଛି । ଯେଉଁଥିରେ ୧୦ ଜଣ ସେନା ଅଧିକାରୀ ରହିଛନ୍ତି । ସେହିପରି ୩୧୬ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ଆମ ସହିତ ଏକାଠି ହୋଇ ଲଢେଇ କରିବାକୁ କେହି ନାହାନ୍ତି । ଋଷକୁ ୟୁକ୍ରେନ ସହ ଲଢେଇ କରିବାକୁ ଏକୁଟିଆ ଛଡା ଯାଇଛି ।ନିଜକୁ ସୁରକ୍ଷିତ ରଖିବା ପାଇଁ ଏବଂ ନିଜର ସ୍ୱାଧୀନତା ବଜାୟ ରଖିବାକୁ ପ୍ରୟାସ ୟୁକ୍ରେନ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିବ ବୋଲି ଜଲେନସ୍କି କହିଛନ୍ତି । ଏମିତିକି ୟୁକ୍ରେନକୁ ନାଟୋରେ ସଦସ୍ୟତା ଦେବା ପାଇଁ କିଏ ଗ୍ୟାରେଂଟି ଦେବ ବୋଲି ଜଲେନସ୍କି କହିଛନ୍ତି । ରାଜଧାନୀ କିଭରେ ରୁଷିଆ ସେନା ପ୍ରବେଶ କରି ସାରିଛନ୍ତି । କିଭରେ କର୍ଫ୍ୟୁ ଜାରି ହୋଇଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ନିଜ ଦେଶବାସୀଙ୍କୁ କହିଛନ୍ତି ଜଲେନସ୍କି।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ରୁଷ କେବଳ ୟୁକ୍ରେନର ସାମାରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଥିବା ଦାବି କରିଛି। ହେଲେ ରୁଷ ସୈନ୍ୟମାନେ ସାଧାରଣ ଲୋକଙ୍କ ପ୍ରତିଷ୍ଠାନ ଗୁଡ଼ିକ ଉପରେ ମଧ୍ୟ ହମଲା କରୁଛନ୍ତି। ସେମାନେ ସାଧାରଣ ଲୋକଙ୍କୁ ମାରୁଛନ୍ତି ଓ ଶାନ୍ତିପୂର୍ଣ୍ଣ ସହର ଗୁଡ଼ିକରେ ସୈନ୍ୟ ଛାଉଣି କରୁଛନ୍ତି।ଏହା ଧୋକ୍କା ଓ ଏହା ଅକ୍ଷମଣୀୟ ଭୁଲ। ଗୁରୁବାର ଓଡେଶା ରିଜନର ଜମିନିୟି ଦ୍ୱୀପରେ ମୁତୟନ ହୋଇଥିବା ସମସ୍ତ ବର୍ଡର ଗାର୍ଡଙ୍କୁ ରୁଷ ପକ୍ଷରୁ ହତ୍ୟା କରାଯାଇଛି। ଏଥିସହ ସେମାନେ ଉକ୍ତ ଦ୍ୱୀପକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି। ଏବେ ବି ଆମେ ରୁଷ ସହ ଲଢ଼େଇ ଜାରି ରଖିଛୁ। ଆଗକୁ ବି ଲଢ଼େଇ ଜାରି ରହିବ। ଆମେ କେବେ ବି ଆତ୍ମସମର୍ପଣ କରିବୁ ନାହିଁ ବୋଲି ଜେଲେନସ୍କି ଦମ୍ଭୋକ୍ତି କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସୂଚନାଯୋଗ୍ୟ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପର ସବୁଠାରୁ ବଡ଼ ସାମରିକ କାର୍ୟ୍ୟାନୁଷ୍ଠାନର ଏକ ଅଂଶ ଭାବରେ ରୁଷ ୟୁକ୍ରେନ ଉପରେ ତିନି ପାର୍ଶ୍ୱରୁ ଆକ୍ରମଣ କରିଛି, ଯାହା ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଏହି ସମୟରେ ୟୁକ୍ରେନ ଗୁରୁବାର ଦିନ ମିଳିତ ଜାତିସଂଘକୁ ମାନବ ଅଧିକାର ପରିଷଦର ବୈଠକ ଡକାଇବାକୁ ଆହ୍ବାନ ଦେଇଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତୁରନ୍ତ ୟୁକ୍ରେନରେ ଆକ୍ରମଣ ବନ୍ଦ କରିବାକୁ କହିଛନ୍ତି। ପ୍ରକାଶଥାଉକି ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିରୋଧରେ ଡ୍ରାଫ୍ଟରେ ଶୁକ୍ରବାର ଦିନ ୟୁଏନଏସସିରେ ଭୋଟ୍ ହେବ। ଏଥି ସହିତ ନାଟୋ ମଧ୍ୟ ଏକ ଜରୁରୀ ବୈଠକ ଡାକିଛି।

25 Feb 2022 By The Sakala

ଋଷ କବଜାରେ ୟୁକ୍ରେନ୍‌ର ପରମାଣୁ ଘାଟି : ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣ ୟୁକ୍ରେନ ସୈନିକ ଓ ନାଗରିକଙ୍କ ମୃତ୍ୟୁ

କିବ୍‌ : ଭୟଙ୍କର ହେବାରେ ଲାଗିଛି ଯୁଦ୍ଧ । ୟୁକ୍ରେନର ବିଭିନ୍ନ ଷ୍ଟ୍ରାଟେଜିକ ବେସରେ ଋଷର ମିସାଇଲ ବର୍ଷା ଜାରି ରହିଛି। ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧର ପ୍ରଥମ ଦିନରେ ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରିଥିଲା ଋଷ । ଉଭୟ ପକ୍ଷର ସେନା ମୃତାହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍‌ର ୧୩୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି । ଋଷ ସେନା ଗୁରୁବାର ୟୁକ୍ରେନର ଚିର୍ନୋବିଲ୍‌ ପରମାଣୁ ଘାଟି ଉପରେ ଆକ୍ରମଣ କରି କବଜା କରିନେଇଥିବା ଜଣାପଡିଛି । ୟୁକ୍ରେନ୍‌ ସେନା ଋଷ ସହ ପାରୁ ପର୍ଯ୍ୟନ୍ତ ଲଢି ସୁଦ୍ଧା ପରମାଣୁ ଘାଟିକୁ ରକ୍ଷା କରିବାରେ ସକ୍ଷମ ହୋଇନାହାନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଜେଲେଂସ୍କିଙ୍କ ବ୍ୟକ୍ତିଗତ ପରାମର୍ଶଦାତା ମାୟହେଲୋ ପୋଡୋୟ।

କ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜଲେନସ୍କି ଟ୍ୱିଟ୍ କରି କହିଛନ୍ତି ଯେ ଋଷର ପ୍ରଥମ ଦିନ ଆକ୍ରମଣରେ ୟୁକ୍ରେନର ୧୩୭ ଜଣଙ୍କର ମୃତ୍ୟୁ ଘଟିଛି । ଯେଉଁଥିରେ ୧୦ ଜଣ ସେନା ଅଧିକାରୀ ରହିଛନ୍ତି । ସେହିପରି ୩୧୬ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ଆମ ସହିତ ଏକାଠି ହୋଇ ଲଢେଇ କରିବାକୁ କେହି ନାହାନ୍ତି । ଋଷକୁ ୟୁକ୍ରେନ ସହ ଲଢେଇ କରିବାକୁ ଏକୁଟିଆ ଛଡା ଯାଇଛି ।ନିଜକୁ ସୁରକ୍ଷିତ ରଖିବା ପାଇଁ ଏବଂ ନିଜର ସ୍ୱାଧୀନତା ବଜାୟ ରଖିବାକୁ ପ୍ରୟାସ ୟୁକ୍ରେନ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିବ ବୋଲି ଜଲେନସ୍କି କହିଛନ୍ତି । ଏମିତିକି ୟୁକ୍ରେନକୁ ନାଟୋରେ ସଦସ୍ୟତା ଦେବା ପାଇଁ କିଏ ଗ୍ୟାରେଂଟି ଦେବ ବୋଲି ଜଲେନସ୍କି କହିଛନ୍ତି । ରାଜଧାନୀ କିଭରେ ରୁଷିଆ ସେନା ପ୍ରବେଶ କରି ସାରିଛନ୍ତି । କିଭରେ କର୍ଫ୍ୟୁ ଜାରି ହୋଇଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ନିଜ ଦେଶବାସୀଙ୍କୁ କହିଛନ୍ତି ଜଲେନସ୍କି।

ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ରୁଷ କେବଳ ୟୁକ୍ରେନର ସାମାରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଥିବା ଦାବି କରିଛି। ହେଲେ ରୁଷ ସୈନ୍ୟମାନେ ସାଧାରଣ ଲୋକଙ୍କ ପ୍ରତିଷ୍ଠାନ ଗୁଡ଼ିକ ଉପରେ ମଧ୍ୟ ହମଲା କରୁଛନ୍ତି। ସେମାନେ ସାଧାରଣ ଲୋକଙ୍କୁ ମାରୁଛନ୍ତି ଓ ଶାନ୍ତିପୂର୍ଣ୍ଣ ସହର ଗୁଡ଼ିକରେ ସୈନ୍ୟ ଛାଉଣି କରୁଛନ୍ତି।ଏହା ଧୋକ୍କା ଓ ଏହା ଅକ୍ଷମଣୀୟ ଭୁଲ। ଗୁରୁବାର ଓଡେଶା ରିଜନର ଜମିନିୟି ଦ୍ୱୀପରେ ମୁତୟନ ହୋଇଥିବା ସମସ୍ତ ବର୍ଡର ଗାର୍ଡଙ୍କୁ ରୁଷ ପକ୍ଷରୁ ହତ୍ୟା କରାଯାଇଛି। ଏଥିସହ ସେମାନେ ଉକ୍ତ ଦ୍ୱୀପକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି। ଏବେ ବି ଆମେ ରୁଷ ସହ ଲଢ଼େଇ ଜାରି ରଖିଛୁ। ଆଗକୁ ବି ଲଢ଼େଇ ଜାରି ରହିବ। ଆମେ କେବେ ବି ଆତ୍ମସମର୍ପଣ କରିବୁ ନାହିଁ ବୋଲି ଜେଲେନସ୍କି ଦମ୍ଭୋକ୍ତି କରିଛନ୍ତି।

ସୂଚନାଯୋଗ୍ୟ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପର ସବୁଠାରୁ ବଡ଼ ସାମରିକ କାର୍ୟ୍ୟାନୁଷ୍ଠାନର ଏକ ଅଂଶ ଭାବରେ ରୁଷ ୟୁକ୍ରେନ ଉପରେ ତିନି ପାର୍ଶ୍ୱରୁ ଆକ୍ରମଣ କରିଛି, ଯାହା ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଏହି ସମୟରେ ୟୁକ୍ରେନ ଗୁରୁବାର ଦିନ ମିଳିତ ଜାତିସଂଘକୁ ମାନବ ଅଧିକାର ପରିଷଦର ବୈଠକ ଡକାଇବାକୁ ଆହ୍ବାନ ଦେଇଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତୁରନ୍ତ ୟୁକ୍ରେନରେ ଆକ୍ରମଣ ବନ୍ଦ କରିବାକୁ କହିଛନ୍ତି। ପ୍ରକାଶଥାଉକି ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିରୋଧରେ ଡ୍ରାଫ୍ଟରେ ଶୁକ୍ରବାର ଦିନ ୟୁଏନଏସସିରେ ଭୋଟ୍ ହେବ। ଏଥି ସହିତ ନାଟୋ ମଧ୍ୟ ଏକ ଜରୁରୀ ବୈଠକ ଡାକିଛି।

https://www.thesakala.in/national-international/137-ukrainian-soldiers-and-civilians-killed-on-first-day-of-war/article-9501
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର