ବିଶ୍ବର ୨୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୩, ଦିଲ୍ଲୀ ରାଜଧାନୀ ସହର ମଧ୍ୟରେ ସବୁଠାରୁ ପ୍ରଦୂଷିତ

The Sakala Picture
Published On

ନୂଆଦିଲ୍ଲୀ : ବିଶ୍ବର ୨୦ଟି ପ୍ରଦୂଷିତ ସହର ମଧ୍ୟରେ କେବଳ ଭାରତର ୧୩ଟି ସହର ରହିଛି। ସେହିପରି ରାଜଧାନୀ ସହର ମଧ୍ୟରେ ଦିଲ୍ଲୀ ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଥିଲା ବେଳେ ଏହି ତାଲିକାରେ ସର୍ବନିମ୍ନରେ ରହିଛି। କେବଳ ସହର କିମ୍ବା ରାଜଧାନୀ ସହର ନୁହେଁ, ଭାରତ ବିଶ୍ବର ପଞ୍ଚମ ପ୍ରଦୂଷିତ ରାଷ୍ଟ୍ର ଭାବେ ଏହି ତାଲିକାରେ ସ୍ଥାନିତ ହୋଇଛି। ପ୍ରଦୂଷଣ ଦୃଷ୍ଟିରୁ ସାରା ବିଶ୍ବରେ ଭାରତର ସ୍ଥାନ ୨୦୨୩ରେ ୪ ରହିଥିଲା ବେଳେ ୨୦୨୪ରେ ଏହି ସ୍ଥିତିରେ […]

ନୂଆଦିଲ୍ଲୀ : ବିଶ୍ବର ୨୦ଟି ପ୍ରଦୂଷିତ ସହର ମଧ୍ୟରେ କେବଳ ଭାରତର ୧୩ଟି ସହର ରହିଛି। ସେହିପରି ରାଜଧାନୀ ସହର ମଧ୍ୟରେ ଦିଲ୍ଲୀ ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଥିଲା ବେଳେ ଏହି ତାଲିକାରେ ସର୍ବନିମ୍ନରେ ରହିଛି। କେବଳ ସହର କିମ୍ବା ରାଜଧାନୀ ସହର ନୁହେଁ, ଭାରତ ବିଶ୍ବର ପଞ୍ଚମ ପ୍ରଦୂଷିତ ରାଷ୍ଟ୍ର ଭାବେ ଏହି ତାଲିକାରେ ସ୍ଥାନିତ ହୋଇଛି। ପ୍ରଦୂଷଣ ଦୃଷ୍ଟିରୁ ସାରା ବିଶ୍ବରେ ଭାରତର ସ୍ଥାନ ୨୦୨୩ରେ ୪ ରହିଥିଲା ବେଳେ ୨୦୨୪ରେ ଏହି ସ୍ଥିତିରେ ଆହୁରି ଅବନତି ଘଟିବା ସହିତ ଭାରତ ପଞ୍ଚମ ସ୍ଥାନକୁ ଖସି ଆସିଛି ବୋଲି ସ୍ବିଜରଲାଣ୍ଡର ଏୟାର କ୍ବାଲିଟି ଟେକନୋଲୋଜି କମ୍ପାନୀ ‘ଆଇକ୍ୟୁ ଏୟାର’ ଦ୍ବାରା ଜାରି କରାଯାଇଥିବା ‘ଦି ୱାର୍ଲଡ ଏୟାର କ୍ବାଲିଟି ରିପୋର୍ଟ-୨୦୨୪’ରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଚାଞ୍ଚଲ୍ୟ: କଲେଜ କୋଠାରୁ ଡେଇଁ ପିଅନଙ୍କ ଆତ୍ମହତ୍ୟା

ଏହି ରିପୋର୍ଟ ଅନୁଯାୟୀ ଭାରତର ହାରାହାରି ପ୍ରଦୂଷଣ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲେ ହେଁ ଦେଶର ୧୩ ସହର ସବୁଠୁ ପ୍ରଦୂଷିତ ସହର ତାଲିକାରେ ରହିଛି। ୨୦୨୩ ତୁଳନାରେ ୨୦୨୪ରେ ଭାରତରେ ପିଏମ ୨.୫ ସାନ୍ଧ୍ରତା ହ୍ରାସ ପାଇଛି। ୨୦୨୩ରେ ଏହି ସ୍ତର ପ୍ରତି ଘନ ମିଟର ପ୍ରତି ୫୪.୪ ମାଇକ୍ରୋଗ୍ରାମ ରହିଥିଲା ବେଳେ ୨୦୨୪ରେ ଏହି ସ୍ତର୫୦.୬ ମାଇକ୍ରୋଗ୍ରାମ ରହିଛି। ଏହାସତ୍ତ୍ବେ ବିଭିନ୍ନ ସହରର ପ୍ରଦୂଷଣ ସ୍ଥିତିରେ ଅବନତି ଘଟିଥିବା କୁହାଯାଇଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢି ଚାଲିଛି। ଏଠାରେ ୨୦୨୩ରେ ପିଏମ ୨.୫ ସ୍ତର ପ୍ରତି ଘନ ମିଟର ପ୍ରତି ୯୨.୭ ମାଇକ୍ରୋଗ୍ରାମ ରହିଥିଲା ବେଳେ ବାର୍ଷିକ ସ୍ତରରେ ହାରାହାରି ଭାବେ ଏହା ୯୧.୬ ମାଇକ୍ରୋଗ୍ରାମ ରହିଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

ବିଶ୍ବର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ବ୍ୟତୀତ ଆସାମର ବାରିଣୀହାଟ୍‌, ମୁଲାନପୁର(ପଞ୍ଜାବ), ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗନଗର, ଗ୍ରେଟର ନୋଏଡା, ଭିୱାଦି, ମୁଜାଫରନଗର,ନୋଏଡା ଏବଂ ହନୁମାନଗଡ଼ ଆଦି ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାର୍ଗଦର୍ଶିକା ଅନୁସାରେ ପ୍ରତି ଘନ ମିଟର ପ୍ରତି ପିଏମ୨.୫ ସ୍ତର ହାରାହାରି ଭାବେ ୫ ମାଇକ୍ରୋଗ୍ରାମ ରହିବା କଥା। କିନ୍ତୁ ଭାରତର ପ୍ରାୟ ୩୫ ପ୍ରତିଶତ ସହର ଏହି ମାନ ଠାରୁ ୧୦ଗୁଣ ଅଧିକ ପ୍ରଦୂଷିତ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଭାରତର ଏଭଳି ପ୍ରଦୂଷଣ ସ୍ଥିତି ଲୋକଙ୍କ ପାଇଁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବିପଦ ହୋଇଥିଲା ବେଳେ ଏହାଦ୍ବାରା ହାରାହାରି ଭାବେ ଲୋକଙ୍କ ଆୟୁ ୫.୨ ବର୍ଷ ହ୍ରାସ ପାଉଛି ବୋଲି କୁହାଯାଇଛି। ଭାରତରେ ପ୍ରଦୂଷଣଜନିତ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି। ଗତବର୍ଷ ଲ୍ୟାନ୍‌ସେଟ୍‌ ପ୍ଲାନେଟାରୀ ହେଲ୍ଥ ପକ୍ଷରୁ ପ୍ରକାଶ କରାଯାଇଥÒବା ରିପୋର୍ଟ ଅନୁସାରେ ୨୦୦୯ରୁ ୨୦୨୯ ମଧ୍ୟ॥ରେ ପ୍ରତିବର୍ଷ ପ୍ରଦୂଷଣଜିତ ମୃତ୍ୟୁସଂଖ୍ୟା ୧.୫ ନିୟୁତ ରହିଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

12 Mar 2025 By The Sakala

ବିଶ୍ବର ୨୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୩, ଦିଲ୍ଲୀ ରାଜଧାନୀ ସହର ମଧ୍ୟରେ ସବୁଠାରୁ ପ୍ରଦୂଷିତ

ନୂଆଦିଲ୍ଲୀ : ବିଶ୍ବର ୨୦ଟି ପ୍ରଦୂଷିତ ସହର ମଧ୍ୟରେ କେବଳ ଭାରତର ୧୩ଟି ସହର ରହିଛି। ସେହିପରି ରାଜଧାନୀ ସହର ମଧ୍ୟରେ ଦିଲ୍ଲୀ ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଥିଲା ବେଳେ ଏହି ତାଲିକାରେ ସର୍ବନିମ୍ନରେ ରହିଛି। କେବଳ ସହର କିମ୍ବା ରାଜଧାନୀ ସହର ନୁହେଁ, ଭାରତ ବିଶ୍ବର ପଞ୍ଚମ ପ୍ରଦୂଷିତ ରାଷ୍ଟ୍ର ଭାବେ ଏହି ତାଲିକାରେ ସ୍ଥାନିତ ହୋଇଛି। ପ୍ରଦୂଷଣ ଦୃଷ୍ଟିରୁ ସାରା ବିଶ୍ବରେ ଭାରତର ସ୍ଥାନ ୨୦୨୩ରେ ୪ ରହିଥିଲା ବେଳେ ୨୦୨୪ରେ ଏହି ସ୍ଥିତିରେ ଆହୁରି ଅବନତି ଘଟିବା ସହିତ ଭାରତ ପଞ୍ଚମ ସ୍ଥାନକୁ ଖସି ଆସିଛି ବୋଲି ସ୍ବିଜରଲାଣ୍ଡର ଏୟାର କ୍ବାଲିଟି ଟେକନୋଲୋଜି କମ୍ପାନୀ ‘ଆଇକ୍ୟୁ ଏୟାର’ ଦ୍ବାରା ଜାରି କରାଯାଇଥିବା ‘ଦି ୱାର୍ଲଡ ଏୟାର କ୍ବାଲିଟି ରିପୋର୍ଟ-୨୦୨୪’ରେ କୁହାଯାଇଛି।

ଏହି ରିପୋର୍ଟ ଅନୁଯାୟୀ ଭାରତର ହାରାହାରି ପ୍ରଦୂଷଣ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲେ ହେଁ ଦେଶର ୧୩ ସହର ସବୁଠୁ ପ୍ରଦୂଷିତ ସହର ତାଲିକାରେ ରହିଛି। ୨୦୨୩ ତୁଳନାରେ ୨୦୨୪ରେ ଭାରତରେ ପିଏମ ୨.୫ ସାନ୍ଧ୍ରତା ହ୍ରାସ ପାଇଛି। ୨୦୨୩ରେ ଏହି ସ୍ତର ପ୍ରତି ଘନ ମିଟର ପ୍ରତି ୫୪.୪ ମାଇକ୍ରୋଗ୍ରାମ ରହିଥିଲା ବେଳେ ୨୦୨୪ରେ ଏହି ସ୍ତର୫୦.୬ ମାଇକ୍ରୋଗ୍ରାମ ରହିଛି। ଏହାସତ୍ତ୍ବେ ବିଭିନ୍ନ ସହରର ପ୍ରଦୂଷଣ ସ୍ଥିତିରେ ଅବନତି ଘଟିଥିବା କୁହାଯାଇଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢି ଚାଲିଛି। ଏଠାରେ ୨୦୨୩ରେ ପିଏମ ୨.୫ ସ୍ତର ପ୍ରତି ଘନ ମିଟର ପ୍ରତି ୯୨.୭ ମାଇକ୍ରୋଗ୍ରାମ ରହିଥିଲା ବେଳେ ବାର୍ଷିକ ସ୍ତରରେ ହାରାହାରି ଭାବେ ଏହା ୯୧.୬ ମାଇକ୍ରୋଗ୍ରାମ ରହିଥିବା କୁହାଯାଇଛି।

ବିଶ୍ବର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ବ୍ୟତୀତ ଆସାମର ବାରିଣୀହାଟ୍‌, ମୁଲାନପୁର(ପଞ୍ଜାବ), ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗନଗର, ଗ୍ରେଟର ନୋଏଡା, ଭିୱାଦି, ମୁଜାଫରନଗର,ନୋଏଡା ଏବଂ ହନୁମାନଗଡ଼ ଆଦି ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାର୍ଗଦର୍ଶିକା ଅନୁସାରେ ପ୍ରତି ଘନ ମିଟର ପ୍ରତି ପିଏମ୨.୫ ସ୍ତର ହାରାହାରି ଭାବେ ୫ ମାଇକ୍ରୋଗ୍ରାମ ରହିବା କଥା। କିନ୍ତୁ ଭାରତର ପ୍ରାୟ ୩୫ ପ୍ରତିଶତ ସହର ଏହି ମାନ ଠାରୁ ୧୦ଗୁଣ ଅଧିକ ପ୍ରଦୂଷିତ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଭାରତର ଏଭଳି ପ୍ରଦୂଷଣ ସ୍ଥିତି ଲୋକଙ୍କ ପାଇଁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବିପଦ ହୋଇଥିଲା ବେଳେ ଏହାଦ୍ବାରା ହାରାହାରି ଭାବେ ଲୋକଙ୍କ ଆୟୁ ୫.୨ ବର୍ଷ ହ୍ରାସ ପାଉଛି ବୋଲି କୁହାଯାଇଛି। ଭାରତରେ ପ୍ରଦୂଷଣଜନିତ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି। ଗତବର୍ଷ ଲ୍ୟାନ୍‌ସେଟ୍‌ ପ୍ଲାନେଟାରୀ ହେଲ୍ଥ ପକ୍ଷରୁ ପ୍ରକାଶ କରାଯାଇଥÒବା ରିପୋର୍ଟ ଅନୁସାରେ ୨୦୦୯ରୁ ୨୦୨୯ ମଧ୍ୟ॥ରେ ପ୍ରତିବର୍ଷ ପ୍ରଦୂଷଣଜିତ ମୃତ୍ୟୁସଂଖ୍ୟା ୧.୫ ନିୟୁତ ରହିଥିବା କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର