ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା: ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନେବ କେନ୍ଦ୍ର, ଜୁନ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି

The Sakala Picture
Published On

ନୂଆଦିଲ୍ଲୀ: ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ କେନ୍ଦ୍ର ସରକାର ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନେବେ। ଏନେଇ ସୁପ୍ରିମକୋର୍ଟଙ୍କୁ ଆଟର୍ଣ୍ଣି ଜେନେରାଲ ଅବଗତ କରାଇଛନ୍ତି। ଆସନ୍ତା ଜୁନ ୩ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନା ଅନୁଯାୟୀ, ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବା ତିଲ ସହ ପୂର୍ବବର୍ଷ ନୀତି ଅନୁସାରେ ପରୀକ୍ଷା ଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ […]

ନୂଆଦିଲ୍ଲୀ: ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ କେନ୍ଦ୍ର ସରକାର ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନେବେ। ଏନେଇ ସୁପ୍ରିମକୋର୍ଟଙ୍କୁ ଆଟର୍ଣ୍ଣି ଜେନେରାଲ ଅବଗତ କରାଇଛନ୍ତି। ଆସନ୍ତା ଜୁନ ୩ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ସୂଚନା ଅନୁଯାୟୀ, ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବା ତିଲ ସହ ପୂର୍ବବର୍ଷ ନୀତି ଅନୁସାରେ ପରୀକ୍ଷା ଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଛି। ଆଜି ଏହାର ଶୁଣାଣି ଆରମ୍ଭ ପରେ କେନ୍ଦ୍ର ସରକାର ଦୁଇ ଦିନ ସମୟ ମାଗିଛନ୍ତି। ଦୁଇ ଦିନ ମଧ୍ୟରେ ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ବୋଲି ଆଟର୍ଣ୍ଣି ଜେନେରାଲ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ତେବେ ଜଷ୍ଟିସ୍ ଏ. ଏମ. ଖାନୱିଲକର ଏବଂ ଜଷ୍ଚିସ୍ ଦିନେଶ ମାହେଶ୍ୱରୀ ମାମଲାର ଶୁଣାଣି କରି ତୁରନ୍ତ ନିଷ୍ପତ୍ତି ଶୁଣାଇବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଯାହା ଫଳରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଓ ସିଆଇଏସ୍ଇ ପକ୍ଷରୁ ଦଶମ ପରୀକ୍ଷା ବାତିଲ କରାଯିବା ସହ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଥିଲା।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର