ଭୁଶୁଡ଼ୁଛି ଲାଲଗଡ଼, ବକରକଟ୍ଟା ପୋଲିସ ଷ୍ଟେସନରେ ୧୨ନକ୍ସଲଙ୍କ ଆତ୍ମସମର୍ପଣ

Madhusudan Das Picture
Published On

ଛତିଶଗଡ଼: ଭୁଶୁଡ଼ୁଛି ଲାଲଗଡ଼, ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରୁଛନ୍ତି ନକ୍ସଲ । ଏହି କ୍ରମରେ ଅସ୍ତ୍ର ଛାଡିଛନ୍ତି ଆଉ ୧୨ ମାଓବାଦୀ । ଛତିଶଗଡ଼ ଖୈରାଗଡ଼ ଜିଲ୍ଲାର ବକରକଟ୍ଟା ପୋଲିସ ଷ୍ଟେସନରେ ଏକ ପ୍ରମୁଖ ନକ୍ସଲ ସଂଗଠନର ୧୨ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି । ଏମଏମସି ଜୋନ ଭାବରେ ଜଣାଶୁଣା ବକରକଟ୍ଟା ପୋଲିସ ଷ୍ଟେସନର କୁମ୍ଭି ଗାଁରେ ୧୨ ଜଣ ସକ୍ରିୟ କ୍ୟାଡର ପୋଲିସ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ବିରୋଧରେ ଗୁରୁତର ନକ୍ସଲ ଘଟଣାରେ ସମ୍ପୃକ୍ତି ଅଭିଯୋଗ ରହିଛି । ପ୍ରଶାସନ କହିଛି ଯେ ନକ୍ସଲମାନେ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତଙ୍କୁ ସରକାରଙ୍କ ପୁନର୍ବାସ ଯୋଜନାର ଲାଭ ଯୋଗାଇ ଦିଆଯିବ। ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମାଓବାଦୀ ହେଲେ ରାମଦର ମଜଜୀ, ଚାନ୍ଦୁ ଉସେଣ୍ଡି, ଲଳିତା, ଜାନକୀ, ପ୍ରେମ, ରାମସିଂହ ଦାଦା, ସୁକେଶ ପୋଟମ୍, ଲକ୍ଷ୍ମୀ, ଶେଲା, ସାଗର, କବିତା ଓ ଯୋଗୀ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

08 Dec 2025 By Madhusudan Das

ଭୁଶୁଡ଼ୁଛି ଲାଲଗଡ଼, ବକରକଟ୍ଟା ପୋଲିସ ଷ୍ଟେସନରେ ୧୨ନକ୍ସଲଙ୍କ ଆତ୍ମସମର୍ପଣ

ଛତିଶଗଡ଼: ଭୁଶୁଡ଼ୁଛି ଲାଲଗଡ଼, ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରୁଛନ୍ତି ନକ୍ସଲ । ଏହି କ୍ରମରେ ଅସ୍ତ୍ର ଛାଡିଛନ୍ତି ଆଉ ୧୨ ମାଓବାଦୀ । ଛତିଶଗଡ଼ ଖୈରାଗଡ଼ ଜିଲ୍ଲାର ବକରକଟ୍ଟା ପୋଲିସ ଷ୍ଟେସନରେ ଏକ ପ୍ରମୁଖ ନକ୍ସଲ ସଂଗଠନର ୧୨ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି । ଏମଏମସି ଜୋନ ଭାବରେ ଜଣାଶୁଣା ବକରକଟ୍ଟା ପୋଲିସ ଷ୍ଟେସନର କୁମ୍ଭି ଗାଁରେ ୧୨ ଜଣ ସକ୍ରିୟ କ୍ୟାଡର ପୋଲିସ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ବିରୋଧରେ ଗୁରୁତର ନକ୍ସଲ ଘଟଣାରେ ସମ୍ପୃକ୍ତି ଅଭିଯୋଗ ରହିଛି । ପ୍ରଶାସନ କହିଛି ଯେ ନକ୍ସଲମାନେ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତଙ୍କୁ ସରକାରଙ୍କ ପୁନର୍ବାସ ଯୋଜନାର ଲାଭ ଯୋଗାଇ ଦିଆଯିବ। ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମାଓବାଦୀ ହେଲେ ରାମଦର ମଜଜୀ, ଚାନ୍ଦୁ ଉସେଣ୍ଡି, ଲଳିତା, ଜାନକୀ, ପ୍ରେମ, ରାମସିଂହ ଦାଦା, ସୁକେଶ ପୋଟମ୍, ଲକ୍ଷ୍ମୀ, ଶେଲା, ସାଗର, କବିତା ଓ ଯୋଗୀ ।

https://www.thesakala.in/national-international/12-maoist-cadres-surrender-in-chhattisgarh/article-43458
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର