ମହାରାଷ୍ଟ୍ରରେ ଔଷଧ ଅଭାବରୁ ଭୟଙ୍କର ପରିସ୍ଥିତି: ୨୪ ଘଣ୍ଟାରେ ୧୨ ନବଜାତଙ୍କ ସମେତ ଗଲାଣି ୨୪ ଜଣଙ୍କର ଜୀବନ
ମୁମ୍ବାଇ: ମହାରାଷ୍ଟ୍ର ନାଣ୍ଡେଡ୍ ଜିଲ୍ଲାରେ ସରକାରୀ ଡାକ୍ତରଖାନାରେ ଭୟଙ୍କର ପରିସ୍ଥିତି। ଗତ ୨୪ ଘଣ୍ଟାରେ ଗଲାଣି ୨୪ ଜୀବନ। ଏଥିରେ ୧୨ ନବଜାତଙ୍କର ମୃତ୍ୟୁ ଘଟିଛି। ଔଷଧର ଅଭାବରୁ ଏହି ମୃତ୍ୟୁ ହୋଇଥିବା ସୋମବାର(ଅକ୍ଟୋବର ୨) ଡାକ୍ତର ଶଙ୍କରାଓ ଚୌହ୍ୱା ସରକାର ଡାକ୍ତରଖାନାର ଅଧିକାରୀ କହିଛନ୍ତି। ଏନ୍ସିପି ପ୍ରବକ୍ତା ବିକାସ ଲୱାଣ୍ଡେ ସୋସିଆଲ୍ ମିଡିଆରେ ପୋଷ୍ଟରେ କରି ମହାରାଷ୍ଟ୍ର ସରକାରଙ୍କୁ ନିନ୍ଦା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୭୦ ରୋଗୀ ମୃତ୍ୟୁ ସହ ଲଢେଇ କରୁଛନ୍ତି ବୋଲି ଡାକ୍ତରଖାନା […]
ମୁମ୍ବାଇ: ମହାରାଷ୍ଟ୍ର ନାଣ୍ଡେଡ୍ ଜିଲ୍ଲାରେ ସରକାରୀ ଡାକ୍ତରଖାନାରେ ଭୟଙ୍କର ପରିସ୍ଥିତି। ଗତ ୨୪ ଘଣ୍ଟାରେ ଗଲାଣି ୨୪ ଜୀବନ। ଏଥିରେ ୧୨ ନବଜାତଙ୍କର ମୃତ୍ୟୁ ଘଟିଛି। ଔଷଧର ଅଭାବରୁ ଏହି ମୃତ୍ୟୁ ହୋଇଥିବା ସୋମବାର(ଅକ୍ଟୋବର ୨) ଡାକ୍ତର ଶଙ୍କରାଓ ଚୌହ୍ୱା ସରକାର ଡାକ୍ତରଖାନାର ଅଧିକାରୀ କହିଛନ୍ତି। ଏନ୍ସିପି ପ୍ରବକ୍ତା ବିକାସ ଲୱାଣ୍ଡେ ସୋସିଆଲ୍ ମିଡିଆରେ ପୋଷ୍ଟରେ କରି ମହାରାଷ୍ଟ୍ର ସରକାରଙ୍କୁ ନିନ୍ଦା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୭୦ ରୋଗୀ ମୃତ୍ୟୁ ସହ ଲଢେଇ କରୁଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।
ସେହିପରି ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ବିଜେପି ନେତୃତ୍ୱାଧିନ ସିନ୍ଦେ ଶିବସେନାଙ୍କୁ ଟାର୍ଗେଟ୍ କରିଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ଲେଖିଛନ୍ତି “ଦୟାକରି ଏହାକୁ ମୃତ୍ୟୁ ବୋଲି କୁହା ନଯାଉ। ଅସାମ୍ବିଧାନିକ ସରକାରର ଅବହେଳା ଯୋଗୁ ଏହି ହତ୍ୟା ହୋଇଛି।” ସରକାର ରାଜ୍ୟରେ ବଡ଼ ବଡ଼ ଆୟୋଜନ କରି ଲୋକଙ୍କୁ ପ୍ରଭାବିତ କଲା ଭଳି ବୃଥା କାର୍ଯ୍ୟକ୍ରମ ଆୟୋଜନ କରିବାରେ ବ୍ୟସ୍ତ ଅଛନ୍ତି। ହେଲେ ରାଜ୍ୟର ସେବା ପାଇଁ ଥିବା ସେମାନଙ୍କର ମୂଳ କର୍ତ୍ତବ୍ୟ ସେମାନେ ଭୁଲିଗଲେଣି ବୋଲି ପ୍ରିୟଙ୍କା ଚତୁର୍ବଦେଦୀ ଅଭିଯୋଗ କରିଛନ୍ତି।





