ଦିଲ୍ଲୀ ଅଞ୍ଜଳୀ ମୃତ୍ୟୁ ମାମଲା: କାର୍ଯ୍ୟରେ ଅବହେଳା ପାଇଁ ୧୧ ପୁଲିସ କର୍ମଚାରୀ ନିଲମ୍ବିତ

The Sakala Picture
Published On

ନୂଆଦିଲ୍ଲୀ: ନୂଆବର୍ଷ ରାତିରେ ରାଜଧାନୀ ଦିଲ୍ଲୀରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଘଟିଥିବା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଯେଉଁ ରୁଟରେ ଏହି ଘଟଣା ଘଟିଥିଲା ସେହି ସ୍ଥାନରେ ମୁତୟନ ପୋଲିସ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ଦୁଇ ସବ୍-ଇନ୍ସପେକ୍ଟର, ୪ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର, ୪ ହେଡ୍ କନଷ୍ଟେବଳ, ୧ କନଷ୍ଟେବଳ ଅଛନ୍ତି । ନିଲମ୍ବିତ ପୋଲିସଙ୍କ ମଧ୍ୟରୁ […]

ନୂଆଦିଲ୍ଲୀ: ନୂଆବର୍ଷ ରାତିରେ ରାଜଧାନୀ ଦିଲ୍ଲୀରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଘଟିଥିବା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଯେଉଁ ରୁଟରେ ଏହି ଘଟଣା ଘଟିଥିଲା ସେହି ସ୍ଥାନରେ ମୁତୟନ ପୋଲିସ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ଦୁଇ ସବ୍-ଇନ୍ସପେକ୍ଟର, ୪ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର, ୪ ହେଡ୍ କନଷ୍ଟେବଳ, ୧ କନଷ୍ଟେବଳ ଅଛନ୍ତି । ନିଲମ୍ବିତ ପୋଲିସଙ୍କ ମଧ୍ୟରୁ ୬ ଜଣ ପିସିଆର୍ ଡ୍ୟୁଟିରେ ଏବଂ ୫ ଜଣ ପୋଲିସ ପିକେଟିଂରେ ମୁତୟନ ହୋଇଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଏହାପୂର୍ବରୁ ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀ ଶାଳିନୀ ସିଂହଙ୍କ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରାଳୟ ପୁଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲା। ତେବେ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ମହଜୁଦ ସାକ୍ଷୀଙ୍କ ବୟାନ ଆଧାରରେ ପୁଲିସ କାଞ୍ଝଓ୍ବାଲା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ୩୦୨ ଧାରା ଅର୍ଥାତ ହତ୍ୟା ମାମଲା ରୁଜୁ କରିଛି। ଏଥିସହ ପୁଲିସ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ସୂଚନାଯୋଗ୍ୟ, ଦିଲ୍ଲୀର କାଞ୍ଝାୱାଲାରେ କାରରେ ବସିଥିବା କିଛି ଯୁବକ ଏକ ସ୍କୁଟିକୁ ଧକ୍କା ଦେଇଥିଲେ । ଧକ୍କା ପରେ କାର୍‌ ତଳେ ଫସିଥିବା ଅଞ୍ଜଳୀଙ୍କୁ ଅଭିଯୁକ୍ତମାନେ ୧୨ କିଲୋମିଟର ପର୍ଯ୍ୟନ୍ତ କାର୍‌ରେ ଘୋଷାଡ଼ି ନେଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର