ଇଣ୍ଡୋନେସିଆରେ ଜ୍ବାଳାମୁଖୀ ବିସ୍ଫୋରଣ: ୧୧ ପର୍ବତାରୋହୀ ମୃତ, ୧୨ ନିଖୋଜ

The Sakala Picture
Published On

ଜାକାର୍ତ୍ତା: ଇଣ୍ଡୋନେସିଆର ମାରାପିରେ ଜ୍ବାଳାମୁଖୀରେ ସୋମବାର ପୁଣି ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ୧୨ ଜଣ ମଧ୍ୟ ନିଖୋଜ ହୋଇଯାଇଛନ୍ତି। ଏମାନଙ୍କୁ ଖୋଜିବା ପାଇଁ ତଲାସୀ ଅଭିଯାନ ଜାରି ରହିଛି। ସେହିପରି ୪୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ, ପର୍ବତାରୋହଣର ୨ଟି ମାର୍ଗ ଜ୍ବାଳାମୁଖୀ ନିକଟ ଦେଇ ଯାଇଛି। ଏବେ ଏହାକୁ ବନ୍ଦ କରିଦିଆଯାଇଛି। ଜ୍ବାଳାମୁଖୀଠାରୁ ୩ କିମି ଭିତରେ ଥିବା ସମସ୍ତ ଗାଁକୁ ଖାଲି […]

ଜାକାର୍ତ୍ତା: ଇଣ୍ଡୋନେସିଆର ମାରାପିରେ ଜ୍ବାଳାମୁଖୀରେ ସୋମବାର ପୁଣି ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ୧୨ ଜଣ ମଧ୍ୟ ନିଖୋଜ ହୋଇଯାଇଛନ୍ତି। ଏମାନଙ୍କୁ ଖୋଜିବା ପାଇଁ ତଲାସୀ ଅଭିଯାନ ଜାରି ରହିଛି। ସେହିପରି ୪୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ରିପୋର୍ଟ ଅନୁଯାୟୀ, ପର୍ବତାରୋହଣର ୨ଟି ମାର୍ଗ ଜ୍ବାଳାମୁଖୀ ନିକଟ ଦେଇ ଯାଇଛି। ଏବେ ଏହାକୁ ବନ୍ଦ କରିଦିଆଯାଇଛି। ଜ୍ବାଳାମୁଖୀଠାରୁ ୩ କିମି ଭିତରେ ଥିବା ସମସ୍ତ ଗାଁକୁ ଖାଲି କରାଯାଇଛି। ଏହା ପୂର୍ବରୁ ରବିବାର ଜ୍ବାଳାମୁଖୀରେ ବିସ୍ଫୋରଣ ହୋଇଥିଲା। ଏଥିଯୋଗୁଁ ପ୍ରାୟ ୩ କିମି ଉପରକୁ ଧୂଆଁ ପଳାଇ ଥିଲା। ଏହାର ଆଖପାଖ ଅଞ୍ଚଳରେ ଥିବା ଗାଡ଼ି ଏବଂ ରାସ୍ତାଘାଟରେ ପାଉଁଶ ଭର୍ତ୍ତି ହୋଇଯାଇଛି। ସୋମବାର ପୁଣି ବିସ୍ଫୋରଣ ହେବାରୁ ଉଦ୍ଧାରକାର୍ୟ୍ୟ ପ୍ରଭାବିତ ହୋଇଥିଲା। କିଛି ସମୟ ପାଇଁ ଏହାକୁ ବନ୍ଦ କରିଦିଆଯାଇଥିଲା। ଇଣ୍ଡୋନେସିଆ ଭାଷାରେ ମାରାପୀର ଅର୍ଥ ‘ନିଆଁର ପାହାଡ଼’। ଏହା ସୁମାତ୍ରା ଦ୍ବୀପର ସବୁଠାରୁ ସକ୍ରିୟ ଜ୍ବାଳାମୁଖୀ। ଇଣ୍ଡୋନେସିଆର ଦ୍ବୀପଗୁଡ଼ିକ ‘ପ୍ରଶାନ୍ତ ରିଙ୍ଗ ଅଫ୍ ଫାୟାର’ରେ ରହିଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

 

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର