ଦ୍ବିତୀୟ ବିଶ୍ବଯୁଦ୍ଧର ବୋମା ଉଦ୍ଧାର, ୨୦ ହଜାର ଲୋକ ସ୍ଥାନାନ୍ତର

The Sakala Picture
Published On

ବର୍ଲିନ: ଦ୍ବିତୀୟ ବିଶ୍ବଯୁଦ୍ଧର ସ୍ମୃତି ପୁଣି ଉଜାଗର ହୋଇ ଉଠିଛି। ଜର୍ମାନୀ ରାଜଧାନୀ ବର୍ଲିନରୁ ଗୁରୁବାର ସନ୍ଧ୍ୟାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଦୁଇଟି ବଡ଼ ବୋମା ମିଳିଛି। କୌଣସି ବଡ଼ ଅଘଟଣକୁ ଏଡ଼ାଇବା ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଘଟଣାସ୍ଥଳରୁ ୨୦ ହଜାର ଲୋକଙ୍କୁ ଖାଲି କରାଯାଇଛି। ବୋମା‌ ନିକଟରୁ ୫୦୦ ମିଟର ପର୍ଯ୍ୟନ୍ତ ସୁରକ୍ଷା ବଳୟ ସୃଷ୍ଟି କରି ଘର ଘରକୁ ଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ପୁଲିସ କହିଥିଲା। ପ୍ରଥମ ବୋମାଟି […]

ବର୍ଲିନ: ଦ୍ବିତୀୟ ବିଶ୍ବଯୁଦ୍ଧର ସ୍ମୃତି ପୁଣି ଉଜାଗର ହୋଇ ଉଠିଛି। ଜର୍ମାନୀ ରାଜଧାନୀ ବର୍ଲିନରୁ ଗୁରୁବାର ସନ୍ଧ୍ୟାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଦୁଇଟି ବଡ଼ ବୋମା ମିଳିଛି। କୌଣସି ବଡ଼ ଅଘଟଣକୁ ଏଡ଼ାଇବା ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଘଟଣାସ୍ଥଳରୁ ୨୦ ହଜାର ଲୋକଙ୍କୁ ଖାଲି କରାଯାଇଛି। ବୋମା‌ ନିକଟରୁ ୫୦୦ ମିଟର ପର୍ଯ୍ୟନ୍ତ ସୁରକ୍ଷା ବଳୟ ସୃଷ୍ଟି କରି ଘର ଘରକୁ ଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ପୁଲିସ କହିଥିଲା। ପ୍ରଥମ ବୋମାଟି ସ୍ପ୍ରି ନଦୀ ନିକଟରୁ ମିଳିଥିଲା। ଏହି ଅଞ୍ଚଳରୁ ପାଖାପାଖି ୧୦ ହଜାର ଲୋକଙ୍କୁ ହଟାଯାଇଥିଲା। ଏହି ଅଞ୍ଚଳରେ କେତୋଟି ଦୂତାବାସ ଓ ସରକାରୀ କାର୍ଯ୍ୟାଳୟ ରହିଥିଲା। ସେହିପରି ୧୦୦ କେଜି ଓଜନର ଦ୍ୱିତୀୟ ବୋମା‌ଟି ସ୍ପଣ୍ଡାଉ ଜିଲ୍ଲାରୁ ମିଳିଥିଲା। ଫଳରେ ଏହି ଅଞ୍ଚଳରୁ ୧୨, ୪୦୦ ଲୋକଙ୍କୁ ଖାଲି କରାଯାଇଥିଲା। ଦୁଇଟି ଯାକ ବୋମାକୁ ନିଷ୍କ୍ରିୟ କରାଯାଇଛି। ତେବେ ଏହି ଦୁଇଟି ବୋମା ସେଭଳି କୌଣସ ବଡ଼ ଧରଣର ବିପଦ ସୃଷ୍ଟି କରି ନ ଥିଲା। ଏଥିପାଇଁ ସୁରକ୍ଷା ଦାୟିତ୍ବ ପୁଲିସକୁ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଲୋକସଭାରୁ ୮ ବିରୋଧୀ ସାଂସଦ ନିଲମ୍ବିତ: ଚୀନ୍ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp