ଆସନ୍ତାକାଲିଠୁ କ୍ଷୀର ଲିଟର ୧୦୦ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେବ । ଗୋଟିଏ ପଟେ ଲଗାତର ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡ଼ିଛିନ୍ତି । କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ, ଛୋଟ ଠାରୁ ବଡ଼ ବଡ଼ ବେପାରୀଙ୍କ ଉପରେ ମଧ୍ୟ ତୈଳଦର ବୃଦ୍ଧିର ପ୍ରଭାବ ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣାର ହିସାରରେ ଥିବା ଖାପ୍ ପଞ୍ଚାୟତ କ୍ଷୀର ଦର ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛି । ମାର୍ଚ୍ଚ […]

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେବ । ଗୋଟିଏ ପଟେ ଲଗାତର ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡ଼ିଛିନ୍ତି । କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ, ଛୋଟ ଠାରୁ ବଡ଼ ବଡ଼ ବେପାରୀଙ୍କ ଉପରେ ମଧ୍ୟ ତୈଳଦର ବୃଦ୍ଧିର ପ୍ରଭାବ ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣାର ହିସାରରେ ଥିବା ଖାପ୍ ପଞ୍ଚାୟତ କ୍ଷୀର ଦର ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ମାର୍ଚ୍ଚ ୧ ଅର୍ଥାତ୍ ଆସନ୍ତାକାଲିଠାରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଦାମ ଓଡ଼ିଶାରେ ନୁହେଁ ବରଂ ହରିୟାଣାରେ ଲାଗୁ ହୋଇଛି । ପଞ୍ଚାୟତ ନୂଆ କୃଷି ଆଇନ୍ ଓ ତୈଳ ଦର ବୃଦ୍ଧି ବିରୋଧରେ କ୍ଷୀର ଦର ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ମିଳିଛି। ଦିନକ ତଳେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ କ୍ଷୀର ଲିଟର୍ ପିଛା ୧୦୦ ଟଙ୍କାରେ ବିକ୍ରି ହେବା ଟ୍ରେଣ୍ଡ କରୁଥିଲା ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏ ନେଇ ପଞ୍ଚାୟତ ପକ୍ଷରୁ କୁହାଯାଇଛି, ‘ଆମେ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଡାଏରୀ ଚାଷୀଙ୍କୁ ଅନୁରୋଧ କରୁଛୁ ଯେ ସେମାନେ କେବଳ ସରକାରୀ କୋଅପରେଟିଭ୍ ସୋସାଇଟିକୁ ମଧ୍ୟ ଏହି ଦରରେ କ୍ଷୀର ବିକ୍ରି କରନ୍ତୁ। ତେବେ ଗରିବ ଲୋକଙ୍କୁ କ୍ଷୀର ଦେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଅର୍ଥାତ୍ ଗରିବଙ୍କୁ ପୁରୁଣା ଦରରେ କ୍ଷୀର ବିକ୍ରି କରାଯିବ।’

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଏହା ପୂର୍ବରୁ ସିଂଘୁ ବର୍ଡରରେ ଆନ୍ଦୋଳନ କରୁଥିବା ଚାଷୀ ନେତା କହିଛନ୍ତି, ‘ଡିଜେଲ ଦର ବୃଦ୍ଧି କରି କେନ୍ଦ୍ର ସରକାର ଚାଷୀଙ୍କୁ ଘେରିବାକୁ ପ୍ରୟାସ କରୁଛନ୍ତି। ସରକାରଙ୍କୁ କାଉଣ୍ଟର କରିବା ପାଇଁ ଆମେ କ୍ଷୀର ଦରକୁ ଦ୍ୱିଗୁଣିତ କରିଛୁ।’ ଏପରିକି ଯଦି ଚାଷୀଙ୍କ କଥା ନଶୁଣନ୍ତି, ତାହେଲେ ଆଗାମୀ ଦିନରେ ପରିବା ଦର ମଧ୍ୟ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।ଟ୍ୱିଟରରେ ମାର୍ଚ୍ଚ ୧ ତାରିଖରୁ କ୍ଷୀର ଦର ଲିଟର ପିଛା ୧୦୦ ଟଙ୍କା ହ୍ୟାଶଟ୍ୟାଗ୍ ସହ ଟ୍ୱିଟ୍ କରୁଥିବା କିଛି ଲୋକେ ପଚାରୁଛନ୍ତି ଯେ ଯଦି ଲୋକେ ୧୦୦ ଟଙ୍କାରେ ଲିଟର ପେଟ୍ରୋଲ କିଣିପାରୁଛନ୍ତି, ତାହେଲେ କ୍ଷୀର କାହିଁକି ନୁହେଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର