ମେଘାଳୟର ଏକ ବେଆଇନ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୧୦ ଶ୍ରମିକ ମୃତ

Madhusudan Das Picture
Published On

ନୂଆଦିଲ୍ଲୀ: ମେଘାଳୟର ଇଷ୍ଟ ଜୟନ୍ତିଆ ହିଲ୍ସ ଜିଲ୍ଲାରେ ଥିବା ଏକ ବେଆଇନ କୋଇଲା ଖଣିରେ ବୁଧବାର ଦିନ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ଶିଲଂ ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ପ୍ରାପ୍ତ ସୂଚନା ଅନୁଯାୟୀ, ଥାଙ୍ଗସ୍କାଇ ଗ୍ରାମ ନିକଟରେ ଥିବା ଏହି ଖଣିରେ ଖନନ କାର୍ଯ୍ୟ ପାଇଁ ଡିନାମାଇଟ୍ ବ୍ୟବହାର କରାଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହା ପାଖାପାଖି ପାହାଡ଼ଗୁଡ଼ିକୁ ମଧ୍ୟ ଦୋହଲାଇ ଦେଇଥିଲା। ଏହାଫଳରେ ଖଣିର କିଛି ଅଂଶ ଧସିଯିବାରୁ ଶ୍ରମିକମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ସମସ୍ତ ମୃତ ଶ୍ରମିକ ଆସାମର ବାସିନ୍ଦା ବୋଲି ସରକାରୀ ସୂତ୍ରରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଖବର ପାଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ଟି ମୃତଦେହ ଉଦ୍ଧାର କରାଯାଇଛି, କିନ୍ତୁ ଆହୁରି ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ଖରାପ ପାଗ, ଦୁର୍ଗମ ରାସ୍ତା ଏବଂ ଖଣିର ବିପଜ୍ଜନକ ଅବସ୍ଥା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଏହି ଘଟଣା ପୁଣିଥରେ ଇଷ୍ଟ ଜୟନ୍ତିଆ ହିଲ୍ସ ଅଞ୍ଚଳରେ ଚାଲିଥିବା ବେଆଇନ କୋଇଲା ଖନନ ସମସ୍ୟାକୁ ସାମ୍ନାକୁ ଆଣିଛି। ସରକାରୀ କଟକଣା ସତ୍ତ୍ୱେ ଏଠାରେ ବେଆଇନ ଭାବେ ଖନନ କାର୍ଯ୍ୟ ଚାଲୁରହିଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର