ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ଦୁର୍ଘଟଣା: ୨୦୦ ଫୁଟ ଗଭୀର ଖାତକୁ ଖସିଲା ସେନା ଗାଡ଼ି, ୧୦ ଯବାନ ସହିଦ

Madhusudan Das Picture
Published On

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ସେନା ଗାଡ଼ି ଭାରସାମ୍ୟ ହରାଇ ଏକ ଗଭୀର ଖାତକୁ ଖସିପଡିବା ଫଳରେ ୧୦ ଜଣ ଯବାନଙ୍କର ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅନ୍ୟ କିଛି ଯବାନ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ମୋଟ ୧୭ ଜଣ ଯବାନଙ୍କୁ ନେଇ ଭଦ୍ରୱା-ଚମ୍ବା ଆନ୍ତଃରାଜ୍ୟ ରାଜପଥ ଦେଇ ଖାନ୍ନି ଟପ୍ ଆଡ଼କୁ ଯାଉଥିଲା। ପାହାଡିଆ ରାସ୍ତାରେ ଯାଉଥିବା ସମୟରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ଯୋଗୁଁ ଗାଡ଼ିଟି ରାସ୍ତାରୁ ଖସି ପ୍ରାୟ ୨୦୦ ଫୁଟ ଗଭୀର ଖାତ ମଧ୍ୟକୁ ଓଲଟି ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଦୁର୍ଘଟଣା ଖବର ପାଇବା ମାତ୍ରେ ସେନା ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ତୁରନ୍ତ ଏକ ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଘଟଣାସ୍ଥଳରୁ ୪ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଗୁରୁତର ଆହତ ହୋଇଥିବା ଆଉ ୬ ଜଣ ଯବାନ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ, ଯାହା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଅନ୍ୟ ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର