ବିବାହ ବାର୍ଷିକୀରେ ୧ କିଲୋର ହାର ପିନ୍ଧି ଫସିଲେ ଦମ୍ପତି

The Sakala Picture
Published On

ମୁମ୍ବାଇ: ସୁନାର ହାର ! ସେ ବି ପୁଣି ୧ କିଲୋ ଓଜନର ! ଲୋକେ ସୋସିଆଲ ମିଡିଆରେ ଏହି ହାର ଦେଖି ତାଯୁବ ହୋଇଗଲେ । ଏହାପରେ ପୋଲିସ ଷ୍ଟେସନ ର ଦ୍ୱାରସ୍ଥ ହେଲେ ଦମ୍ପତି । ଘଟଣା ଟି ଏହିପରି କି ବିବାହ ବାର୍ଷିକୀରେ ସ୍ୱାମୀ ନିଜ ସ୍ତ୍ରୀ ଙ୍କୁ ଗିଫ୍ଟ ଦେଲେ ୧ କିଲୋର ସୁନାର ହାର । ସ୍ତ୍ରୀ ପିନ୍ଧିଥିବା ଏହି ହାରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ […]

ମୁମ୍ବାଇ: ସୁନାର ହାର ! ସେ ବି ପୁଣି ୧ କିଲୋ ଓଜନର ! ଲୋକେ ସୋସିଆଲ ମିଡିଆରେ ଏହି ହାର ଦେଖି ତାଯୁବ ହୋଇଗଲେ । ଏହାପରେ ପୋଲିସ ଷ୍ଟେସନ ର ଦ୍ୱାରସ୍ଥ ହେଲେ ଦମ୍ପତି । ଘଟଣା ଟି ଏହିପରି କି ବିବାହ ବାର୍ଷିକୀରେ ସ୍ୱାମୀ ନିଜ ସ୍ତ୍ରୀ ଙ୍କୁ ଗିଫ୍ଟ ଦେଲେ ୧ କିଲୋର ସୁନାର ହାର । ସ୍ତ୍ରୀ ପିନ୍ଧିଥିବା ଏହି ହାରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଥାନାର ଦ୍ୱାରସ୍ଥ ହେଲେ ପତି ପତ୍ନୀ । ତେବେ ପୋଲିସ ପଚାରିବାରୁ ଦମ୍ପତ୍ତିଙ୍କ କଥା ଶୁଣି ପୋଲିସର ହୋସ ଉଡିଯାଇଥିଲା । ସୂଚନା ଥାଉକି, ମୁମ୍ୱାଇ ଭିମଣ୍ଡୀ କୋଗାଁରେ ରୁହନ୍ତି ବାଲା କୋଲି ନାମକ ବ୍ୟକ୍ତି ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଏଇ ନିକଟରେ ବ୍ୟକ୍ତି ଜଣଙ୍କ ତାଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ । ଏହି ସମୟରେ ସେ ଗୋଟିଏ ସେ ତାଙ୍କ ପତ୍ନୀଙ୍କୁ ଲମ୍ୱା ମଙ୍ଗଳସୂତ୍ର ଉପହାର ସ୍ୱରୂପ ଭେଟି ଦେଇଥିଲେ । ଏହାର ଲମ୍ୱା ଏତେ ଥିଲା କି, ଏହା ପତ୍ନୀ ଆଣ୍ଠୁଯାଏ ଲମ୍ୱିଥିଲା । ତେବେ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଅନେକ କଥା ଚର୍ଚ୍ଚା କରିଥିଲେ । ଆଉ ଏହି କଥା ପୋଲିସ କାନକୁ ବି ପହଞ୍ଚିଯାଇଥିଲା । ପରେ ପୋଲିସ ଏହି ଦମ୍ପତ୍ତିଙ୍କୁ ଥାନାକୁ ଡାକିଥିଲେ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ତେବେ ବାଲା କୋଲି ଯାହା କହିଥିଲେ ତା ଶୁଣି ପୋଲିସ ତାଜୁବ ହୋଇଥିଲା । ବାଲା କୋଲିଙ୍କ ମତରେ ଆନିଭର୍ସରୀକୁ ଟିକେ ନିଆରା ଢଙ୍ଗରେ ପାଳିବାକୁ ଏମାନେ ନିଷ୍ପତ୍ତି ନେଇଥିଲେ । କେକ୍ କାଟିବା ସହ ନିଆରା ଉପହାର ବି ଦେଇଥିଲେ । ହେଲେ ଏହି ଦେଇଥିବା ୧ କିଲୋର ହାରରେ ଅସଲି ସୁନାର ଅଳଙ୍କାର ନଥିଲା । ଜଣେ କାରିଗର ଏହି ନକଲି ହାର ପ୍ରସ୍ତୁତ କରିଥିଲେ ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ହାର ପାଇଁ ଖର୍ଚ୍ଚ କରିବାକୁ ପଡିଥିଲା ପାଖାପାଖି ୩୮ ହଜାର ଟଙ୍କା । ତେବେ ଏକଥା ଜାଣିବା ପରେ ପୋଲିସ ଦମ୍ପତ୍ତଙ୍କୁ ଦଣ୍ଡ ଦେବା ବଦଳରେ ଚେତାଇ ଦେଇଥିଲା । କି ଆପଣ ଏମିତି ନକଲି ହାର କିମ୍ୱା ଅସଲି ଗହଣା ପିନ୍ଧି ସୋସିଆଲ ମିଡିଆରେ ଫଟୋ ଛାଡନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର