ଆସନ୍ତା ୫ ବର୍ଷରେ ରେକର୍ଡ ତାପମାତ୍ରା ବୃଦ୍ଧି ଆଶଙ୍କା, ୧.୫ ଡିଗ୍ରୀ ସେଲସିୟସ ବଢିବ ବିଶ୍ୱ ତାପମାତ୍ରା: ଜାତିସଂଘ

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ୫ବର୍ଷ ସାରା ବିଶ୍ବବାସୀଙ୍କୁ ଘାଣ୍ଟିବ ତାପମାତ୍ରା । ବିଶ୍ବ ତାପାୟନ 1.5 ଡିଗ୍ରୀ ସେଲସିୟସ ବଢିବ ବୋଲି ସତର୍କ କରାଇଛି ଜାତିସଂଘ । କେବଳ ଏତିକି ନୁହେଁ ଏହି ପାଞ୍ଚ ବର୍ଷ ମଧ୍ୟରୁ ଗୋଟିଏ ବର୍ଷ ସର୍ବାଧିକ ତାପମାତ୍ରାର ଶିକାର ହେବ ବୋଲି ରିପୋର୍ଟରେ କୁହାଯାଇଛି । ବିଶ୍ବ ଜଳବାୟୁ ସଂଗଠନ ପକ୍ଷରୁ କୁହାଯାଇଛି- ଆସନ୍ତା ୫ ବର୍ଷରେ ରେକର୍ଡ ତାପମାତ୍ରା ବୃଦ୍ଧି ଆଶଙ୍କା ୯୮ ପ୍ରତିଶତ ଥିବାବେଳେ ଏହି ୫ ବର୍ଷରୁ କୌଣସି […]

ନୂଆଦିଲ୍ଲୀ: ଆସନ୍ତା ୫ବର୍ଷ ସାରା ବିଶ୍ବବାସୀଙ୍କୁ ଘାଣ୍ଟିବ ତାପମାତ୍ରା । ବିଶ୍ବ ତାପାୟନ 1.5 ଡିଗ୍ରୀ ସେଲସିୟସ ବଢିବ ବୋଲି ସତର୍କ କରାଇଛି ଜାତିସଂଘ । କେବଳ ଏତିକି ନୁହେଁ ଏହି ପାଞ୍ଚ ବର୍ଷ ମଧ୍ୟରୁ ଗୋଟିଏ ବର୍ଷ ସର୍ବାଧିକ ତାପମାତ୍ରାର ଶିକାର ହେବ ବୋଲି ରିପୋର୍ଟରେ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ବିଶ୍ବ ଜଳବାୟୁ ସଂଗଠନ ପକ୍ଷରୁ କୁହାଯାଇଛି- ଆସନ୍ତା ୫ ବର୍ଷରେ ରେକର୍ଡ ତାପମାତ୍ରା ବୃଦ୍ଧି ଆଶଙ୍କା ୯୮ ପ୍ରତିଶତ ଥିବାବେଳେ ଏହି ୫ ବର୍ଷରୁ କୌଣସି ଗୋଟିଏ ବର୍ଷର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ଆଶଙ୍କା ୬୬ ପ୍ରତିଶତ ରହିଛି। ୨୦୧୫ ପରଠାରୁ ତାପମାତ୍ରା ବୃଦ୍ଧି ଘଟୁଥିବା କୁହାଯାଉଛି। ଗତ ଊନବିଂଶ ଶତାବ୍ଦୀଠାରୁ ବିଭିନ୍ନ ମନୁଷ୍ୟକୃତ କାରଣରୁ ବିଶ୍ବ ତାପମାତ୍ରା ୧ ଡିଗ୍ରୀ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

୧୮୫୦ରୁ ୧୯୦୦ ମଧ୍ୟରେ ହାରାହାରି ତାପମାତ୍ରାଠାରୁ ୨୦୨୨ରେ ୧.୧୫ ଡିଗ୍ରୀ ସେଲସିୟସ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ପ୍ରତି ଦଶନ୍ଧିରେ ତାପମାତ୍ରା ୦.୨ ଡିଗ୍ରୀ ସେଲସିୟମ ବଢୁଛି। ଗତ ୭ ବର୍ଷ ଧରି ଗ୍ରୀନହାଉସ ପ୍ରଭାବ ଜୋରଦାର ପଡିବାରେ ଲାଗିଛି। ଜୁନ ଓ ଜୁଲାଇରେ ଏଲ ନିନୋ ପ୍ରଭାବ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପଡିବା ଆଶଙ୍କା ରହିଛି। ବିଶେଷ କରି ୨୦୨୪ରେ ଏଲ ନିନୋର ପ୍ରଭାବ ସର୍ବାଧିକ ହେବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର