ବ୍ଲାକ୍ ଫଙ୍ଗସ୍‌ ପଛରେ ଷ୍ଟେରଏଡ୍‌ର ଭୂମିକା!

The Sakala Picture
Published On

କରୋନାର ଦ୍ବିତୀୟ ଲହର ମଧ୍ୟରେ ଅନେକ ନୂଆ ନୂଆ ରୋଗମାନ ଦେଖିବାକୁ ମିଳୁଛି। ଅର୍ଥାତ୍ ଏବେ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋରମାଇକୋସିସ୍ ସଂକ୍ରମଣ ଦେଖା ଯାଉଛି। ଯଦିଓ ବ୍ଲାକ୍‌ ଫଙ୍ଗସ୍‌ର ଖୁବ୍ କମ୍ ମାମଲା ଦେଖିବାକୁ ମିଳେ, ତଥାପି ଏହା ଅତ୍ୟନ୍ତ ଘାତକ। ଏହା ଚକ୍ଷୁକୁ ଅଧିକ ପ୍ରଭାବିତ କରେ ଓ ଏହା ଦ୍ବାରା ଦୃଷ୍ଟିଶକ୍ତି ବି ଚାଲିଯାଏ। ଅବଶ୍ୟ ଏହା କେବଳ ଆଖିକୁ ପ୍ରଭାବିତ କରୁ ନାହିଁ, ବରଂ ନାକ ତଥା ମସ୍ତିଷ୍କ ଉପରେ ବି […]

କରୋନାର ଦ୍ବିତୀୟ ଲହର ମଧ୍ୟରେ ଅନେକ ନୂଆ ନୂଆ ରୋଗମାନ ଦେଖିବାକୁ ମିଳୁଛି। ଅର୍ଥାତ୍ ଏବେ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋରମାଇକୋସିସ୍ ସଂକ୍ରମଣ ଦେଖା ଯାଉଛି। ଯଦିଓ ବ୍ଲାକ୍‌ ଫଙ୍ଗସ୍‌ର ଖୁବ୍ କମ୍ ମାମଲା ଦେଖିବାକୁ ମିଳେ, ତଥାପି ଏହା ଅତ୍ୟନ୍ତ ଘାତକ। ଏହା ଚକ୍ଷୁକୁ ଅଧିକ ପ୍ରଭାବିତ କରେ ଓ ଏହା ଦ୍ବାରା ଦୃଷ୍ଟିଶକ୍ତି ବି ଚାଲିଯାଏ। ଅବଶ୍ୟ ଏହା କେବଳ ଆଖିକୁ ପ୍ରଭାବିତ କରୁ ନାହିଁ, ବରଂ ନାକ ତଥା ମସ୍ତିଷ୍କ ଉପରେ ବି ପ୍ରଭାବ ପକାଉଛି। ତେବେ ଏହି ରୋଗ ପଛରେ ଷ୍ଟେରଏଡ୍‌ର ଭୂମିକା ଥିବା କୁହାଯାଉଛି।
ମୁଖ୍ୟତଃ ଏହା ମଧୁମେହ ରୋଗୀଙ୍କଠାରେ ବେଶି ଦେଖିବାକୁ ମିଳେ।

ବିଶେଷଜ୍ଞଙ୍କ ଅନୁସାରେ ଯେଉଁମାନେ ପୂର୍ବରୁ ଔଷଧ ଆଦି ଖାଉଛନ୍ତି ସେମାନେ ଏଥିରେ ଅଧିକ ସଂକ୍ରମିତ ହୋଇଥାନ୍ତି। କେବଳ ମଧୁମେହ ରୋଗୀଙ୍କୁ ନୁହେଁ, କୋଭିଡ ରୋଗୀ ଓ କମ୍ ରୋଗପ୍ରତିରୋଧକ କ୍ଷମତା ଥିବା ଲୋକ ସର୍ବପ୍ରଥମେ ଓ ଅଧିକ ସଂକ୍ରମିତ ହେଉଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ କୋଭିଡ୍ ଚିକିତ୍ସା ସମୟରେ ଯେଉଁମାନଙ୍କୁ ଷ୍ଟେରଏଡ୍ ଦିଆଯାଇଥିଲା ସେମାନେ ଏଥିରେ ଅଧିକ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଷ୍ଟେରଏଡ୍‌କୁ ଠିକ୍ ଭାବେ ଉପଯୋଗ କରା ନ ଯାଉଥିବାରୁ ବ୍ଲାକ୍ ଫଙ୍ଗସ୍ ଅଧିକ ବ୍ୟାପୁଛି। ଅଧିକାଂଶ ଲୋକଙ୍କୁ ଷ୍ଟେରଏଡ୍ ଦିଆଯାଉଛି ଯାହା ଆଦୌ ଠିକ୍‌ ନୁହେଁ। ତେବେ ଷ୍ଟେରଏଡ୍‌ର ଅଧିକ ଡୋଜ୍ ନେବା ଦ୍ବାରା ବ୍ଲାକ୍ ଫଙ୍ଗସ୍ ହୋଇଥାଏ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ସକାଳୁ ଉଠିବା ମାତ୍ରେ ଆଇନା ଦେଖୁଛନ୍ତି କି? ସାବଧାନ, ଖାଲି ହୋଇପାରେ ଆପଣଙ୍କ ତିଜୋରି

ଏହାର ଅଧିକ ବ୍ୟବହାର ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ଶରୀରର ପ୍ରତିରୋଧକ କ୍ଷମତାକୁ କମ୍ କରେ ଓ ରକ୍ତ ଶର୍କରା ସ୍ତରକୁ ବୃଦ୍ଧି କରାଏ। ଏହା ସହ ମଧୁମେହ ହୋଇ ନ ଥିବା ଲୋକଙ୍କ ଶର୍କରା ସ୍ତରକୁ ମଧ୍ୟ ବଢ଼ାଇ ଦିଏ। ଏପରିକି କୋଭିଡ୍‌ ରୋଗୀଙ୍କ ସ୍ଥିତିକୁ ମଧ୍ୟ ଅଧିକ ବିଗାଡ଼ି ଦିଏ।

ଆହୁରି ପଢ଼ନ୍ତୁ: ପେଟ ମାଡ଼ି ଶୋଉଛନ୍ତି କି? ସାବଧାନ! ଏହାକୁ ସବୁଠାରୁ ବିପଜ୍ଜନକ ସ୍ଥିତି ବୋଲି କହିଲେ ବିଶେଷଜ୍ଞ

13 May 2021 By The Sakala

ବ୍ଲାକ୍ ଫଙ୍ଗସ୍‌ ପଛରେ ଷ୍ଟେରଏଡ୍‌ର ଭୂମିକା!

କରୋନାର ଦ୍ବିତୀୟ ଲହର ମଧ୍ୟରେ ଅନେକ ନୂଆ ନୂଆ ରୋଗମାନ ଦେଖିବାକୁ ମିଳୁଛି। ଅର୍ଥାତ୍ ଏବେ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋରମାଇକୋସିସ୍ ସଂକ୍ରମଣ ଦେଖା ଯାଉଛି। ଯଦିଓ ବ୍ଲାକ୍‌ ଫଙ୍ଗସ୍‌ର ଖୁବ୍ କମ୍ ମାମଲା ଦେଖିବାକୁ ମିଳେ, ତଥାପି ଏହା ଅତ୍ୟନ୍ତ ଘାତକ। ଏହା ଚକ୍ଷୁକୁ ଅଧିକ ପ୍ରଭାବିତ କରେ ଓ ଏହା ଦ୍ବାରା ଦୃଷ୍ଟିଶକ୍ତି ବି ଚାଲିଯାଏ। ଅବଶ୍ୟ ଏହା କେବଳ ଆଖିକୁ ପ୍ରଭାବିତ କରୁ ନାହିଁ, ବରଂ ନାକ ତଥା ମସ୍ତିଷ୍କ ଉପରେ ବି ପ୍ରଭାବ ପକାଉଛି। ତେବେ ଏହି ରୋଗ ପଛରେ ଷ୍ଟେରଏଡ୍‌ର ଭୂମିକା ଥିବା କୁହାଯାଉଛି।
ମୁଖ୍ୟତଃ ଏହା ମଧୁମେହ ରୋଗୀଙ୍କଠାରେ ବେଶି ଦେଖିବାକୁ ମିଳେ।

ବିଶେଷଜ୍ଞଙ୍କ ଅନୁସାରେ ଯେଉଁମାନେ ପୂର୍ବରୁ ଔଷଧ ଆଦି ଖାଉଛନ୍ତି ସେମାନେ ଏଥିରେ ଅଧିକ ସଂକ୍ରମିତ ହୋଇଥାନ୍ତି। କେବଳ ମଧୁମେହ ରୋଗୀଙ୍କୁ ନୁହେଁ, କୋଭିଡ ରୋଗୀ ଓ କମ୍ ରୋଗପ୍ରତିରୋଧକ କ୍ଷମତା ଥିବା ଲୋକ ସର୍ବପ୍ରଥମେ ଓ ଅଧିକ ସଂକ୍ରମିତ ହେଉଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ କୋଭିଡ୍ ଚିକିତ୍ସା ସମୟରେ ଯେଉଁମାନଙ୍କୁ ଷ୍ଟେରଏଡ୍ ଦିଆଯାଇଥିଲା ସେମାନେ ଏଥିରେ ଅଧିକ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଷ୍ଟେରଏଡ୍‌କୁ ଠିକ୍ ଭାବେ ଉପଯୋଗ କରା ନ ଯାଉଥିବାରୁ ବ୍ଲାକ୍ ଫଙ୍ଗସ୍ ଅଧିକ ବ୍ୟାପୁଛି। ଅଧିକାଂଶ ଲୋକଙ୍କୁ ଷ୍ଟେରଏଡ୍ ଦିଆଯାଉଛି ଯାହା ଆଦୌ ଠିକ୍‌ ନୁହେଁ। ତେବେ ଷ୍ଟେରଏଡ୍‌ର ଅଧିକ ଡୋଜ୍ ନେବା ଦ୍ବାରା ବ୍ଲାକ୍ ଫଙ୍ଗସ୍ ହୋଇଥାଏ ବୋଲି କୁହାଯାଉଛି।

ଏହାର ଅଧିକ ବ୍ୟବହାର ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ଶରୀରର ପ୍ରତିରୋଧକ କ୍ଷମତାକୁ କମ୍ କରେ ଓ ରକ୍ତ ଶର୍କରା ସ୍ତରକୁ ବୃଦ୍ଧି କରାଏ। ଏହା ସହ ମଧୁମେହ ହୋଇ ନ ଥିବା ଲୋକଙ୍କ ଶର୍କରା ସ୍ତରକୁ ମଧ୍ୟ ବଢ଼ାଇ ଦିଏ। ଏପରିକି କୋଭିଡ୍‌ ରୋଗୀଙ୍କ ସ୍ଥିତିକୁ ମଧ୍ୟ ଅଧିକ ବିଗାଡ଼ି ଦିଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp