ବିଶ୍ବର ସବୁଠାରୁ ମହଙ୍ଗା ପାଣି, ଲିଟରକୁ ୪୫ ଲକ୍ଷ

The Sakala Picture
Published On

ଶରୀରକୁ ସୁସ୍ଥ ଓ କାର୍ଯ୍ୟକ୍ଷମ ରଖୀବା ପାଇଁ ଯଥେଷ୍ଟ ପାଣି ପିଇବା ନିହାତି ଆବଶ୍ୟକ। ଏହାକୁ ଧ୍ୟାନରେ ରଖି ଧନୀ ଶ୍ରେଣୀର ଲୋକେ ଖଣିଜଯୁକ୍ତ ଶୁଦ୍ଧ ଜଳ ପିଇବାକୁ ପସନ୍ଦ କରନ୍ତି। କ୍ରିକେଟର୍‌ ବିରାଟ କୋହଲିଙ୍କ ବିଷୟରେ ମଧ୍ୟ କୁହାଯାଏ ଯେ, ସେ ଫ୍ରାନ୍ସରୁ ଆମଦାନୀ ହୋଇଥିବା ଏକ ସ୍ବତନ୍ତ୍ରପ୍ରକାର ପାଣି ପିଅନ୍ତି, ଯାହାର ଲିଟର୍‌ ପ୍ରତି ମୂଲ୍ୟ ପ୍ରାୟ ୪,୨୦୦ ଟଙ୍କା। େତଣୁ ଏ ଅନୁସାରେ ଦେଖÒବାକୁ ଗଲେ, ବିରାଟ ବର୍ଷକୁ ପାଣି ବାବଦରେ ୪ରୁ […]

ଶରୀରକୁ ସୁସ୍ଥ ଓ କାର୍ଯ୍ୟକ୍ଷମ ରଖୀବା ପାଇଁ ଯଥେଷ୍ଟ ପାଣି ପିଇବା ନିହାତି ଆବଶ୍ୟକ। ଏହାକୁ ଧ୍ୟାନରେ ରଖି ଧନୀ ଶ୍ରେଣୀର ଲୋକେ ଖଣିଜଯୁକ୍ତ ଶୁଦ୍ଧ ଜଳ ପିଇବାକୁ ପସନ୍ଦ କରନ୍ତି। କ୍ରିକେଟର୍‌ ବିରାଟ କୋହଲିଙ୍କ ବିଷୟରେ ମଧ୍ୟ କୁହାଯାଏ ଯେ, ସେ ଫ୍ରାନ୍ସରୁ ଆମଦାନୀ ହୋଇଥିବା ଏକ ସ୍ବତନ୍ତ୍ରପ୍ରକାର ପାଣି ପିଅନ୍ତି, ଯାହାର ଲିଟର୍‌ ପ୍ରତି ମୂଲ୍ୟ ପ୍ରାୟ ୪,୨୦୦ ଟଙ୍କା। େତଣୁ ଏ ଅନୁସାରେ ଦେଖÒବାକୁ ଗଲେ, ବିରାଟ ବର୍ଷକୁ ପାଣି ବାବଦରେ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ବିଶ୍ବରେ ଏପରି ଅନେକ କମ୍ପାନୀର ଜଳ ଅଛି, ଯାହାର ଦାମ୍‌ ଶୁଣିଲେ ଆଚମ୍ବିତ ଲାଗେ। ଏସବୁ ଭିତରୁ ସବୁଠାରୁ ମହଙ୍ଗା ପାଣିର ମୂଲ୍ୟ ହେଉଛି ଲିଟର ପିଛା ୪୫ ଲକ୍ଷ ଟଙ୍କା।

ଆହୁରି ପଢ଼ନ୍ତୁ: ଫେସ୍ ଅଏଲ୍ ନା ଫେସ୍ ସେରମ୍: ଉଭୟ ମଧ୍ୟରେ ପାର୍ଥକ୍ୟ କ'ଣ ଏବଂ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଉପଯୁକ୍ତ?

ଏହି ବ୍ରାଣ୍ଡର ନାମ ହେଉଛି ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନି। ଗିନିଜ୍‌ ବୁକ୍‌ରେ ଏହି ଜଳକୁ ବିଶ୍ବର ସବୁଠାରୁ ମହଙ୍ଗା ଜଳ ବ୍ରାଣ୍ଡ୍‌ ଭାବରେ ସାମିଲ୍‌ କରାଯାଇଛି। ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ, ୨୦୧୦ ମାର୍ଚ୍ଚ ୪ ତାରିଖରେ ଗୋଟିଏ ବୋତଲ ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନିର ନିଲାମ କରାଯାଇଥÒଲା। ଏହି ନିଲାମରେ ଏହା ୬୦,୦୦୦ ଆମେରିକୀୟ ଡଲାରରୁ ଊର୍ଦ୍ଧ୍ବ ଦାମ୍‌ରେ ବିକ୍ରି ହୋଇଥିଲା। ଭାରତୀୟ ମୁଦ୍ରାରେ ଏହାର ଦାମ୍‌ ହେଉଛି ପ୍ରାୟ ୪୯ ଲକ୍ଷ ଟଙ୍କା। ଏହି ଜଳ ଏତେ ମହଙ୍ଗା ହେବା ପଛର କାରଣ ହେଉଛି, ଏହି ପାଣିରେ ପ୍ରତ୍ୟେକ ବୁନ୍ଦାରେ ସ୍ବର୍ଣ୍ଣଭସ୍ମ ଥାଏ। ପାଣିରେ ଏହି ସ୍ବର୍ଣ୍ଣଭସ୍ମ ମିଶ୍ରଣ ହେତୁ ଏହା ଅଧିକ ଆଲ୍‌କାଲାଇନ୍‌ ହୋଇଯାଏ।

ଆହୁରି ପଢ଼ନ୍ତୁ: ରେଷ୍ଟୋରେଟିଭ୍ ଯୋଗ କ'ଣ ଏବଂ ଏକ ୱେଲନେସ୍ ଅଭ୍ୟାସ ଭାବରେ ଏହା କାହିଁକି ଲୋକପ୍ରିୟ ହେଉଛି?

ସାଧାରଣ ପାଣି ତୁଳନାରେ ଏହି ସ୍ବର୍ଣ୍ଣଭସ୍ମ ମିଶ୍ରିତ ପାଣି ପିଇବା ଦ୍ୱାରା ଶରୀରକୁ ଅଧିକ ଶକ୍ତି ମିଳିଥାଏ। ଏହାଦ୍ବାରା ଦୀର୍ଘ ଯୌବନ ପ୍ରାପ୍ତ ହୋଇଥାଏ। ଏହି ପାଣି ଏତେ ମହଙ୍ଗା ହେବାର ଅନ୍ୟ ଏକ କାରଣ ହେଉଛି, ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନି ବ୍ରାଣ୍ଡର ସବୁ ବୋତଲର ଜଳ, ପୃଥିବୀର ତିନୋଟି ସ୍ଥାନରୁ ସଂଗ୍ରହ କରାଯାଇଥାଏ। ଫିଜି, ଫ୍ରାନ୍ସ ଏବଂ ଆଇସ୍‌ଲ୍ୟାଣ୍ଡର ଗ୍ଲେସିୟରରୁ ଏହି ଜଳ ସଂଗ୍ରହ କରାଯାଇଥାଏ। କାରଣ, ଏହା ହେଉଛି, ବିଶ୍ବର ସବୁଠାରୁ ଶୁଦ୍ଧ ସ୍ଥାନ ଏବଂ ଏଠାକାର ଜଳ ସବୁଠାରୁ ଶୁଦ୍ଧ ଅଟେ। ଏସବୁ ସତ୍ତ୍ୱେ ଲିଟର ପିଛା ୪୯ ଲକ୍ଷ ଟଙ୍କା ମୂଲ୍ୟ ବହୁତ ଅଧିକ ମନେହୁଏ। ବାସ୍ତବରେ, ଏହି ଜଳକୁ ମହଙ୍ଗା କରିବାରେ ସବୁଠାରୁ ବଡ଼ ଅବଦାନ ହେଉଛି ଏହାର ବୋତଲ। ଏହି ପାଣି ବୋତଲକୁ ୨୪ କ୍ୟାରେଟ୍ ସୁନାରୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଏ।

ଏହାକୁ ବିଶ୍ୱପ୍ରସିଦ୍ଧ ବୋତଲ ଡିଜାଇନର୍ ଫର୍ଣ୍ଣାଣ୍ଡୋ ଅଲ୍ଟାମିରାନୋଙ୍କ ତଦାରଖରେ ତିଆରି କରାଯାଇଛି। ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନି ପରେ କୋନା ନିଗାରି ହେଉଛି ବିଶ୍ବର ଦ୍ୱିତୀୟ ମହଙ୍ଗା ପାଣି ବ୍ରାଣ୍ଡ୍‌। ଏହା ହେଉଛି ଜାପାନର ଏକ କମ୍ପାନୀ। ଏହି କମ୍ପାନୀ ସମୁଦ୍ର ମଧ୍ୟରେ ୧୦୦୦ ଫୁଟ ଗଭୀରରୁ ଜଳ ଉତ୍ତୋଳନ କରେ। ଏଥିରେ ଏହିପରି କିଛି ଖଣିଜ ପଦାର୍ଥ ମିଳିଥାଏ, ଯାହାକୁ ପିଇବା ଦ୍ୱାରା ଓଜନ କମିଯାଏ, ଅଧିକ ଶକ୍ତିଶାଳୀ ଅନୁଭୂତ ହୁଏ ଏବଂ ତ୍ବଚାରେ ଚମକ ଆସିଥାଏ। ତେଣୁ ଏହି ଜଳର ୭୫୦ ମି.ଲି. ବୋତଲର ମୂଲ୍ୟ ୪୦୨ ଡଲାର, ଅର୍ଥାତ୍ ପ୍ରାୟ ୩୩ ହଜାର ଟଙ୍କା ରହିଛି।

29 Apr 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp