ଗୃହପ୍ରବେଶ ପାଇଁ ନିୟମ

The Sakala Picture
Published On

ନିଜ ଘର ହେଉ କିମ୍ବା ଭଡ଼ାଘର, ନୂଆ ଘରଟି ସୁଖ, ସମୃଦ୍ଧି, ଉର୍ନତ ଓ ଶୁଭଫଳ ପ୍ରଦାନକାରୀ ହେଉ, ଏହି ଭାବନା ରଖି ସମସ୍ତେ ଗୃହପ୍ରବେଶ କରିଥାନ୍ତି। ତେବେ ଗୃହପ୍ରବେଶ ସମୟରେ କେତେକ ନିୟମକୁ ମାନିବା ଉଚିତ। ଆସନ୍ତୁ ଜାଣିବା, ସେସବୁ ନିୟମ ସମ୍ପର୍କରେ… – ବିଦ୍ବାନ ବ୍ରାହ୍ମଣଙ୍କଠାରୁ ଉପଯୁକ୍ତ ତିଥି, ବାର, ସମୟର ପରାମର୍ଶ କରନ୍ତୁ। ବିଧିପୂର୍ବକ ପୂଜାର୍ଚ୍ଚନା କରି ନୂଆ ଘରକୁ ଯାଆନ୍ତୁ। – ଆଷାଢ଼, ଶ୍ରାବଣ,ଭାଦ୍ରବ, ଆଶ୍ବିନ, କାର୍ତ୍ତିକ ଓ ପୌଷ ମାସ […]

ନିଜ ଘର ହେଉ କିମ୍ବା ଭଡ଼ାଘର, ନୂଆ ଘରଟି ସୁଖ, ସମୃଦ୍ଧି, ଉର୍ନତ ଓ ଶୁଭଫଳ ପ୍ରଦାନକାରୀ ହେଉ, ଏହି ଭାବନା ରଖି ସମସ୍ତେ ଗୃହପ୍ରବେଶ କରିଥାନ୍ତି। ତେବେ ଗୃହପ୍ରବେଶ ସମୟରେ କେତେକ ନିୟମକୁ ମାନିବା ଉଚିତ। ଆସନ୍ତୁ ଜାଣିବା, ସେସବୁ ନିୟମ ସମ୍ପର୍କରେ…

ଆହୁରି ପଢ଼ନ୍ତୁ: ବାଦାମ ଖାଇଲେ ଗ୍ୟାସ୍ କିମ୍ବା ବ୍ଲୋଟିଂ ସମସ୍ୟା ହେଉଛି କି? ଜାଣନ୍ତୁ ୟୁକେ ସର୍ଜନଙ୍କ ଖାସ୍ ଟିପ୍ସ

– ବିଦ୍ବାନ ବ୍ରାହ୍ମଣଙ୍କଠାରୁ ଉପଯୁକ୍ତ ତିଥି, ବାର, ସମୟର ପରାମର୍ଶ କରନ୍ତୁ। ବିଧିପୂର୍ବକ ପୂଜାର୍ଚ୍ଚନା କରି ନୂଆ ଘରକୁ ଯାଆନ୍ତୁ।
– ଆଷାଢ଼, ଶ୍ରାବଣ,ଭାଦ୍ରବ, ଆଶ୍ବିନ, କାର୍ତ୍ତିକ ଓ ପୌଷ ମାସ ଗୃହପ୍ରବେଶ ପାଇଁ ଠିକ୍‌ ନୁହେଁ।
– ମଙ୍ଗଳ କଳସରେ ଶୁଦ୍ଧ ଜଳ ଭରିବା ସହ ସେଥିରେ ଆମ୍ବ କିମ୍ବା ଅଶୋକ ପତ୍ର ଉପରେ ନଡ଼ିଆ ରଖି ଗୃହପ୍ରବେଶ କରିବା ଉଚିତ। ନଡ଼ିଆ ଉପରେ କୁଙ୍କୁମରେ ସ୍ବସ୍ତିକ ଚିହ୍ନ ବନାନ୍ତୁ। ଏହାପରେ ଶ୍ରୀଗଣେଶଙ୍କୁ ଧ୍ୟାନ କରି କଳସକୁ ଘରର ଈଶାନ କୋଣ କିମ୍ବା ପୂଜାଘରେ ସ୍ଥାପନା କରନ୍ତୁ।
– ଗୃହପ୍ରବେଶ ସମୟରେ ଘରର ମୁଖିଆ ନଡ଼ିଆ, ହଳଦୀ, ଗୁଡ଼, ଅକ୍ଷତ ଓ କ୍ଷୀର ସହିତ ଘରେ ପ୍ରବେଶ କରନ୍ତୁ। ସେହିଦିନ ଶ୍ରୀଗଣେଶଙ୍କ ମୂର୍ତ୍ତି, ଦକ୍ଷିଣାବର୍ତ୍ତ ଶଙ୍ଖ ଓ ଶ୍ରୀଯନ୍ତ୍ରକୁ ଘରକୁ ଆଣିବା ଶୁଭ ହୋଇଥାଏ।
– ପୁରୁଷମାନେ ଡାହାଣ ପାଦ ଏବଂ ସ୍ତ୍ରୀମାନେ ବାମପାଦରେ ପ୍ରଥମେ ଘର ଭିତରକୁ ଯିବା ଉଚିତ।
– ରୋଷେଇ ଘରେ ମଧ୍ୟ ପୂଜା କରନ୍ତୁ। ଏହାପରେ ଗ୍ୟାସ୍‌ ଚୁଲାରେ ପ୍ରଥମେ କ୍ଷୀର ଫୁଟାଇବା ଉଚିତ। ମିଷ୍ଟାନ୍ନ ତିଆରି କରି ଠାକୁରଙ୍କୁ ଅର୍ପଣ କରନ୍ତୁ।
– ପ୍ରଥମ ଭୋଜନ ଠାକୁରଙ୍କୁ ଅର୍ପଣ କରିବା ପରେ ବ୍ରାହ୍ମଣ ଏବଂ ଗୋମାତା, କାଉ, କୁକୁର ଓ ପିମ୍ପୁଡ଼ିକୁ ଦେବା ଉଚିତ। ଏଭଳି କରିବା ଦ୍ବାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।

22 Sep 2022 By The Sakala

ଗୃହପ୍ରବେଶ ପାଇଁ ନିୟମ

ନିଜ ଘର ହେଉ କିମ୍ବା ଭଡ଼ାଘର, ନୂଆ ଘରଟି ସୁଖ, ସମୃଦ୍ଧି, ଉର୍ନତ ଓ ଶୁଭଫଳ ପ୍ରଦାନକାରୀ ହେଉ, ଏହି ଭାବନା ରଖି ସମସ୍ତେ ଗୃହପ୍ରବେଶ କରିଥାନ୍ତି। ତେବେ ଗୃହପ୍ରବେଶ ସମୟରେ କେତେକ ନିୟମକୁ ମାନିବା ଉଚିତ। ଆସନ୍ତୁ ଜାଣିବା, ସେସବୁ ନିୟମ ସମ୍ପର୍କରେ…

– ବିଦ୍ବାନ ବ୍ରାହ୍ମଣଙ୍କଠାରୁ ଉପଯୁକ୍ତ ତିଥି, ବାର, ସମୟର ପରାମର୍ଶ କରନ୍ତୁ। ବିଧିପୂର୍ବକ ପୂଜାର୍ଚ୍ଚନା କରି ନୂଆ ଘରକୁ ଯାଆନ୍ତୁ।
– ଆଷାଢ଼, ଶ୍ରାବଣ,ଭାଦ୍ରବ, ଆଶ୍ବିନ, କାର୍ତ୍ତିକ ଓ ପୌଷ ମାସ ଗୃହପ୍ରବେଶ ପାଇଁ ଠିକ୍‌ ନୁହେଁ।
– ମଙ୍ଗଳ କଳସରେ ଶୁଦ୍ଧ ଜଳ ଭରିବା ସହ ସେଥିରେ ଆମ୍ବ କିମ୍ବା ଅଶୋକ ପତ୍ର ଉପରେ ନଡ଼ିଆ ରଖି ଗୃହପ୍ରବେଶ କରିବା ଉଚିତ। ନଡ଼ିଆ ଉପରେ କୁଙ୍କୁମରେ ସ୍ବସ୍ତିକ ଚିହ୍ନ ବନାନ୍ତୁ। ଏହାପରେ ଶ୍ରୀଗଣେଶଙ୍କୁ ଧ୍ୟାନ କରି କଳସକୁ ଘରର ଈଶାନ କୋଣ କିମ୍ବା ପୂଜାଘରେ ସ୍ଥାପନା କରନ୍ତୁ।
– ଗୃହପ୍ରବେଶ ସମୟରେ ଘରର ମୁଖିଆ ନଡ଼ିଆ, ହଳଦୀ, ଗୁଡ଼, ଅକ୍ଷତ ଓ କ୍ଷୀର ସହିତ ଘରେ ପ୍ରବେଶ କରନ୍ତୁ। ସେହିଦିନ ଶ୍ରୀଗଣେଶଙ୍କ ମୂର୍ତ୍ତି, ଦକ୍ଷିଣାବର୍ତ୍ତ ଶଙ୍ଖ ଓ ଶ୍ରୀଯନ୍ତ୍ରକୁ ଘରକୁ ଆଣିବା ଶୁଭ ହୋଇଥାଏ।
– ପୁରୁଷମାନେ ଡାହାଣ ପାଦ ଏବଂ ସ୍ତ୍ରୀମାନେ ବାମପାଦରେ ପ୍ରଥମେ ଘର ଭିତରକୁ ଯିବା ଉଚିତ।
– ରୋଷେଇ ଘରେ ମଧ୍ୟ ପୂଜା କରନ୍ତୁ। ଏହାପରେ ଗ୍ୟାସ୍‌ ଚୁଲାରେ ପ୍ରଥମେ କ୍ଷୀର ଫୁଟାଇବା ଉଚିତ। ମିଷ୍ଟାନ୍ନ ତିଆରି କରି ଠାକୁରଙ୍କୁ ଅର୍ପଣ କରନ୍ତୁ।
– ପ୍ରଥମ ଭୋଜନ ଠାକୁରଙ୍କୁ ଅର୍ପଣ କରିବା ପରେ ବ୍ରାହ୍ମଣ ଏବଂ ଗୋମାତା, କାଉ, କୁକୁର ଓ ପିମ୍ପୁଡ଼ିକୁ ଦେବା ଉଚିତ। ଏଭଳି କରିବା ଦ୍ବାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp