ଖରାଦିନେ କିପରି ନେବେ ତ୍ବଚାର ଯତ୍ନ….

The Sakala Picture
Published On

ଖରାଦିନ ଆରମ୍ଭ ହୋଇଗଲାଣି। ଏହି ଦିନଗୁଡ଼ିକରେ ପ୍ରଚଣ୍ଡ ରୌଦ୍ରତାପ ଓ ଝାଞ୍ଜି ପବନ ଯୋଗୁଁ ତ୍ବଚା ମଳିନ ପଡିଯିବା ସହ ସନ୍‌ଷ୍ଟ୍ରୋକ୍‌, ସନ୍‌ ବର୍ଣ୍ଣ ଓ ସନ୍‌ ଟ୍ୟାନ୍‌ ଭଳି ସମସ୍ୟା ଦେଖାଯାଇଥାଏ। ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ଅନେକଙ୍କର ବ୍ରଣ, ଘା’, ଘିମିରି ବଥ ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏସମୟରେ ମହିଳାମାନେ ସେମାନଙ୍କର ତ୍ବଚା ଓ କେଶର ଯତ୍ନ କିପରି ନେବେ ସେନେଇ ବ୍ୟସ୍ତ ବିବ୍ରତ ହୋଇ ପଡ଼ନ୍ତି। ବିଶେଷକରି ଖରାଦିନେ ଅଧକ ଝାଳ ବୋହି […]

ଖରାଦିନ ଆରମ୍ଭ ହୋଇଗଲାଣି। ଏହି ଦିନଗୁଡ଼ିକରେ ପ୍ରଚଣ୍ଡ ରୌଦ୍ରତାପ ଓ ଝାଞ୍ଜି ପବନ ଯୋଗୁଁ ତ୍ବଚା ମଳିନ ପଡିଯିବା ସହ ସନ୍‌ଷ୍ଟ୍ରୋକ୍‌, ସନ୍‌ ବର୍ଣ୍ଣ ଓ ସନ୍‌ ଟ୍ୟାନ୍‌ ଭଳି ସମସ୍ୟା ଦେଖାଯାଇଥାଏ। ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ଅନେକଙ୍କର ବ୍ରଣ, ଘା’, ଘିମିରି ବଥ ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏସମୟରେ ମହିଳାମାନେ ସେମାନଙ୍କର ତ୍ବଚା ଓ କେଶର ଯତ୍ନ କିପରି ନେବେ ସେନେଇ ବ୍ୟସ୍ତ ବିବ୍ରତ ହୋଇ ପଡ଼ନ୍ତି। ବିଶେଷକରି ଖରାଦିନେ ଅଧକ ଝାଳ ବୋହି ମେକ୍‌ଅପ୍‌ ମଧ୍ୟ ମୁହଁରେ ଅଧକ ସମୟ ରୁହେନାହିଁ। ସବୁଠାରୁ ବଡ଼ କଥା ହେଉଛି, ଏହି ଦିନଗୁଡ଼ିକରେ ଜଳୀୟଅଂଶ କମିଯାଇ ଡିହାଇଡ୍ରେସନ୍‌ ଭଳି ସମସ୍ୟା ଦେଖାଯାଏ। ଏହି ସମୟରେ ଲାଇଲନ୍‌, ସିଫନ୍‌ ପୋଷାକ ନ ପିନ୍ଧି ଯେତେସମ୍ଭବ ସୂତା ପୋଷାକ ପିନ୍ଧିବା ଆବଶ୍ୟକ। ଏହି ଦିନଗୁଡ଼ିକରେ କିଛି ଘରୋଇ ଉପାୟ ଆପଣାଇ ତ୍ବଚା ଓ ମୁଖମଣ୍ଡଳର ଯତ୍ନ ନେଇହେବ। ଖରାଦନେ ସୌନ୍ଦର୍ଯ୍ୟଚର୍ଚ୍ଚା ଓ ଫ୍ୟାଶନ୍‌ ସମ୍ପର୍କୀୟ କିଛି ଟିପ୍ସ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ତ୍ବଚାର ଯତ୍ନ
ଏହି ଦିନରେ ଅଧିକ ଝାଳ ବହୁଥିବାରୁ ତ୍ବଚାରେ ବାହାର ଧୂଳି ମଳି ଜମିଯାଇଥାଏ। ବାହାରୁ ଆସିବା ମାତ୍ରେ ଫେସ୍‌ୱାସ୍‌ରେ ମୁହଁ ଧୁଅନ୍ତୁ। ଦିନରେ ଦୁଇରୁ ତିନି ଥର ମୁହଁ ଧୁଅନ୍ତୁ। ଫେସ୍‌ୱାସ୍‌ରେ ମୁହଁ ଧୋଇବା ପରେ ମଏଶ୍ଚରାଇଜର ଲଗାନ୍ତୁ। ଏହା ତ୍ବଚାକୁ ଅଧିକ ଶୁଷ୍କ କରିବ ନାହିଁ। ତ୍ବଚାକୁ ହାଇଡ୍ରେଟ୍ ରଖିବା ପାଇଁ ଖରାଦିନେ ୨ରୁ ୩ଲିଟର ପାଣି ପିଇବା ସହିତ ପଇଡ ପାଣି, ଲେମ୍ବୁ ସରବତ୍, ଫଳ ରସ ଆଦି ପିଅନ୍ତୁ। ଯଦି ଖରାରେ ଯିବାକୁ ପଡୁଛି ତେବେ ବାହାରିବାର ୧୫ ମିନିଟ୍ ପୂର୍ବରୁ ସନ୍‌ସ୍କ୍ରିନ୍‌ ଲୋସନ୍‌ ଲଗାନ୍ତୁ। ନିୟମିତ ୨ରୁ ୩ ଘଣ୍ଟା ଅନ୍ତରାଳରେ ସନ୍‌ସ୍କିନ୍‌ ଲୋସନ୍‌ ଲଗାନ୍ତୁ । ଅନ୍ତତଃ ମାସରେ ଥରେ ଫେସିଆଲ୍ କରନ୍ତୁ। ଯଦି ସନ୍‌ବର୍ଣ୍ଣ କିମ୍ବା ସନ୍‌ଟ୍ୟାନ୍‌ ସମସ୍ୟା ଦେଖାଯାଉଛି ଗୋଲାପଜଳକୁ ବରଫଖଣ୍ଡରେ ମିଶାଇ ସେହି ସ୍ଥାନରେ ଲଗାନ୍ତୁ। ପରେ ତା’ ଉପରେ ଘିଁକୁଆଁରୀ ରସ ଲଗାଇବା ଦ୍ବାରା ଏହା ଭଲ ହୋଇଯାଏ। ସନ୍‌ ଗ୍ଲାସ୍ ପିନ୍ଧନ୍ତୁ। ୱାଟରପ୍ରୁଫ୍‌ ମେକଅପ୍‌ ସହିତ ଲିପଷ୍ଟିକ୍‌ ଲଗାଇବା ପୂର୍ବରୁ ପ୍ରାଇମର୍ ଲଗାନ୍ତୁ। ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିବ।

କେଶର ଯତ୍ନ
ଖରାଦିନେ ତ୍ବଚା ପରି କେଶର ଦେଖାଶୁଣା ନିହାତି ଜରୁରୀ। ବାହାରକୁ ବାହାରିବା ମାତ୍ରେ ମୁଣ୍ଡରେ ସ୍କାର୍ଫ ବାନ୍ଧନ୍ତୁ। କେଶ ଶୁଖିବା ପାଇଁ ହେୟାର ଡ୍ରାଏରର ପ୍ରୟୋଗ ବଦଳରେ ଖରାରେ କେଶକୁ ଶୁଖାନ୍ତୁ। ନହେେଲ ଝାଞ୍ଜି ପବନ ସଂସ୍ପର୍ଶରେ ଆସି କେଶ ଅଧିକ ରୁକ୍ଷ ହୋଇଯିବ। ଯଦି ମୁଣ୍ଡରେ ତେଲ ଲାଗାଉଛନ୍ତି ପରଦିନ ସକାଳେ ମୁଣ୍ଡରେ ସାମ୍ପୁ କରି କଣ୍ଡିସନର୍ ଲଗାଇବା ନିହାତି ଜରୁରୀ।

ଖରାଦିନିଆ ପୋଷାକ
ଖରାଦିନେ ଧଳା, ହଳଦିଆ, ହାଲକା ଗୋଲାପି, ସବୁଜ, ଆକାଶୀ ରଙ୍ଗର ପୋଷାକ ପିନ୍ଧିବାକୁ ଭଲ ଲାଗେ। ଏହି ସମୟରେ ଅଧିକାଂଶ ଧଳା ରଙ୍ଗର ପୋଷାକ ପିନ୍ଧିବାକୁ ମଧ୍ୟ ପସନ୍ଦ କରନ୍ତି। ଧଳା ରଙ୍ଗର ପୋଷାକ ପିନ୍ଧୁଥିଲେ ମେଟାଲ୍ ଜୁଏଲାରୀ ଏହା ସହିତ ଭଲ ଲାଗିଥାଏ। ଲମ୍ବା ହାତର ପୋଷାକ ପିନ୍ଧିବା ଦ୍ବାରା ସୂର୍ଯ୍ୟକିରଣରୁ ତ୍ବଚାକୁ ରକ୍ଷା କରି ହୁଏ। ଯଦି ଜିନ୍ସ ପିନ୍ଧୁଛନ୍ତି ତାହେଲେ ଧଳା କିମ୍ବା ହାଲୁକା ରଙ୍ଗର ଟି-ସାର୍ଟ ପିନ୍ଧନ୍ତୁ। ଅଧିକ ଚିପା ପୋଷାକ ବଦଳରେ ଢ଼ିଲା ପୋଷାକ ପିନ୍ଧନ୍ତୁ। ସୂତାର ପୋଷାକ ପିନ୍ଧିବା ଉପରେ ଗୁରୁତ୍ବ ଦେବା ଜରୁରୀ। ଫ୍ଳାୱାର୍ ପ୍ରିଣ୍ଟି ଶାଢି କିମ୍ବା ପୋଷାକ ଖରାଦିନ ପାଇଁ ଭଲ ହୋଇଥାଏ।

ଖାଦ୍ୟଶୈଳୀ
ନିଜକୁ ଫିଟ୍‌ ରଖିବାକୁ ଚାହୁଁଥିଲେ ଏହି ଦିନରେ ପ୍ରଚୁର ପରିମାଣର ପଇଡ଼ ଓ ଦହି, ପୋଦିନା ପତ୍ର ସରବତ, ଫଳରସ ପିଅନ୍ତୁ। ଖାଦ୍ୟରେ ସାଲାଡ ସାମିଲ କରନ୍ତୁ। ଖରାଦିନେ ଅତିକମ୍‌ରେ ୮ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ। ବାସି ଜିନିଷ ଖାଆନ୍ତୁ ନାହିଁ କାରଣ ଏହି ଦିନଗୁଡ଼ିକରେ ଅଧିକ ଡିହାଇଡ୍ରେସନ୍‌ ସମସ୍ୟା ଦେଖାଯାଇଥାଏ। ଫାଷ୍ଟଫୁଡ କିମ୍ବା ଛଣାଛଣି ଖାଦ୍ୟରୁ ନିବୃତ୍ତ ରୁହନ୍ତୁ।

ବାହାରକୁ ଯାଉଥିଲେ
ଖରାଦିନେ ବାହାରକୁ ଯାଉଥିଲେ ମୁହଁକୁ ଢାଙ୍କି ଯାଆନ୍ତୁ। ବାହାରକୁ ବାହାରୁଥିଲେ ସାଙ୍ଗରେ ପାଣି ବୋତଲ, ବଡ଼ିଲୋଶନ, ଗ୍ଲୋବସ୍‌, ଛତା, ମେକ୍‌ଅପ୍ କମ୍ପାକ୍ଟ, ମାସ୍କ, ୱାଇପ୍‌ସ, ପାଣିବୋତଲ, ଏସ୍‌ପିଏଫ୍ଯୁକ୍ତ ସନ୍‌ସ୍କ୍ରୀନ୍‌ ଲୋସନ, ଗ୍ଲୋବସ, ସାନିଟାଇଜର, ଆଦି ନେବାକୁ ଭୁଲନ୍ତୁ ନାହିଁ।

22 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp