ଧର୍ମ ମାସ କାର୍ତ୍ତିକ: ଜାଣନ୍ତୁ କ’ଣ ଖାଇବେ ଓ ଖାଇବେନି

The Sakala Picture
Published On

ଧର୍ମ ତଥା ପୂଣ୍ୟର ମାସ କାର୍ତ୍ତିକ। ଏହି ମାସରେ ଭଗବାନ ବିଷ୍ଣୁ ଜଳରେ ମତ୍ସ୍ୟବତାରରେ ରହନ୍ତି। ଉକ୍ତ ମାସରେ ଖାଦ୍ୟପାନୀୟକୁ ନେଇ ଅନେକ ନିୟମ ରହିଛି। ସେହିସବୁ ନିୟମ ପାଳନ କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପଡ଼ିଥାଏ । ତା’ସହ ଲକ୍ଷ୍ମୀ-ନାରାୟଣଙ୍କ କୃପାରୁ ଲୌକିକ ଓ ଅଲୌକିକ ଜୀବନରେ ସୁଖ ଓ ଆନନ୍ଦ ପ୍ରାପ୍ତି ହୁଏ । ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ମାସର ବିଶେଷ ମହତ୍ତ୍ବ ଥିବାରୁ କ’ଣ ଖାଇବା ଉଚିତ ଓ ଅନୁଚିତ […]

ଧର୍ମ ତଥା ପୂଣ୍ୟର ମାସ କାର୍ତ୍ତିକ। ଏହି ମାସରେ ଭଗବାନ ବିଷ୍ଣୁ ଜଳରେ ମତ୍ସ୍ୟବତାରରେ ରହନ୍ତି। ଉକ୍ତ ମାସରେ ଖାଦ୍ୟପାନୀୟକୁ ନେଇ ଅନେକ ନିୟମ ରହିଛି। ସେହିସବୁ ନିୟମ ପାଳନ କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପଡ଼ିଥାଏ । ତା’ସହ ଲକ୍ଷ୍ମୀ-ନାରାୟଣଙ୍କ କୃପାରୁ ଲୌକିକ ଓ ଅଲୌକିକ ଜୀବନରେ ସୁଖ ଓ ଆନନ୍ଦ ପ୍ରାପ୍ତି ହୁଏ । ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ମାସର ବିଶେଷ ମହତ୍ତ୍ବ ଥିବାରୁ କ’ଣ ଖାଇବା ଉଚିତ ଓ ଅନୁଚିତ ସେ ସମ୍ପର୍କରେ ଜାଣି ରଖନ୍ତୁ।

ଆହୁରି ପଢ଼ନ୍ତୁ: ଚମକିବ ଚେହେରା: ଘରେ ପ୍ରସ୍ତୁତ କରନ୍ତୁ ନାଚୁରାଲ 'ସନସ୍କ୍ରିନ୍', ଟ୍ୟାନ୍ ଦୂର କରିବାର ଏହି ୫ଟି ଘରୋଇ ଉପାୟ ଜାଣନ୍ତୁ

ଆମିଷ: ସାଧାରଣତଃ ଏହି ମାସରେ ଘରେ ଆମିଷ ପ୍ରେବଶ ମନା। ପୁଣି ମାଛ, ମାଂସ, ଅଣ୍ଡା, ଶୁଖୁଆ ଆଦି ହେଉଛି ତାମସିକ ଭୋଜନ। ତେଣୁ ଧାର୍ମିକ ଦୃଷ୍ଟିକୋଣରୁ ମାଛ ମାଂସ ଖାଇବା ବର୍ଜନୀ । ବିଶେଷକରି କାର୍ତ୍ତିକ ମାସରେ ଏସବୁଠାରୁ ଦୂରେଇ ରହିବାକୁ କୁହାଯାଏ । ତେବେ ଭଗବାନ ବିଷ୍ଣୁ ଏହି ମାସରେ ଜଳରେ ମତ୍ସ୍ୟବତାରରେ ରହନ୍ତି। ସେଥିପାଇଁ ମାଛ ଖାଇବା ଉଚିତ୍ ନୁହେଁ । ସେହିପରି ବୈଜ୍ଞାନିକ ଦୃଷ୍ଟିରୁ ମଧ୍ଯର ଏହାର ଅନ୍ୟ କାରଣ ଅଛି। ଆଷାଢ଼ ମାସରେ ବର୍ଷା ତଥା ବନ୍ୟା ଯୋଗୁଁ ଜଳ ଦୂଷିତ ହୋଇଥାଏ। ତେଣୁ ମାଛ ଆଦି ଖାଇବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ଅଛି।

ଆହୁରି ପଢ଼ନ୍ତୁ: ଏବେ ଘରେ ଚମକିବ ହାତ ଓ ଗୋଡ଼! ପାର୍ଲର ନଯାଇ ମାତ୍ର ୫ ମିନିଟରେ କରନ୍ତୁ ମେନିକ୍ୟୋର ଓ ପେଡିକ୍ୟୋର

ବାଇଗଣ: ପନିପରିବା ମଧ୍ୟରେ ବାଇଗଣ ଖିଆଯାଏ ନାହିଁ । କୁହାଯାଏ ବାଇଗଣ ପିତ୍ତଦୋଷ ବୃଦ୍ଧି କରେ। ଫଳରେ ଏହା ଦ୍ବାରା ଶରୀରରେ ପିତ୍ତଦୋଷ ଦେଖା ଦିଏ |

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

କଲରା: ସେହିପରି କାର୍ତ୍ତିକରେ କଲରା ଖାଇବା ମଧ୍ୟ ମନା । ଧାରଣା ଅଛି କଲରା ବାୟୁ ବା ଗ୍ୟାସ୍ ସମସ୍ୟା ସୃଷ୍ଟି କରିଥାଏ । ସେଥିପାଇଁ ଏହି ମାସରେ କଲରା ଖାଇବା ହାନିକାରକ | ଅନ୍ୟପଟେ ଏହି ମାସରେ ତିକ୍ତ, ଚଟପଟା ଆଦି ଖାଦ୍ୟ ଧାର୍ମିକ ଦୃଷ୍ଟିରୁ ବର୍ଜନୀୟ। ଏଣୁ କଲରା ତିକ୍ତ ହୋଇଥିବାରୁ ଏହାକୁ ଖାଇବା ଉଚିତ୍ ନୁହେଁ ।

ଗୁଡ଼: ଏହି ମାସରେ ଉପବାସ କରୁଥିଲେ ଚିନି ପରିବର୍ତ୍ତେ ଗୁଡ଼ ଖାଆନ୍ତୁ । ଗୁଡ଼ ଶରୀରର ରୋଗପ୍ରତିରୋଧକ ଶକ୍ତି ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । ତା’ ସହ ଥଣ୍ଡା ଓ କାଶ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।

ଦହି: ଦୁଗ୍ଧ ଜନିତ ପଦାର୍ଥ ସ୍ବାସ୍ଥ୍ୟ ପାଇଁ ଉପକାରୀ । ମାତ୍ର କାର୍ତ୍ତିକରେ ଦହି ଖାଇବା ନିଷେଧ । ମୁଖ୍ୟତଃ ଶ୍ଵାସରୋଗୀଙ୍କୁ ଦହି ବାରଣ କରାଯାଏ । ଦହି ପରିବର୍ତ୍ତେ କ୍ଷୀର ଖାଇବାର ନିୟମ ଅଛି।

ଜିରା: ଜିରା ସ୍ବାସ୍ଥ୍ୟ ପାଇଁ ହିତକର । ଏହାକୁ ମଧ୍ୟ କାର୍ତ୍ତିକରେ ଖିଆଯାଏ ନାହିଁ । କୁହାଯାଏ ଏହା ଶରୀର ପାଇଁ ହିତକର ହୋଇ ନ ଥିବାରୁ ଅନେକ ଜିରା ମଧ୍ୟ ଖାଆନ୍ତି ନାହିଁ ।

କୋଳଥ ଡାଲି : ସେହିପରି ହରଡ଼, ଚଣା, କୋଳଥ, ମସୁର ଡାଲି ଆଦି ଖାଇବା ଉଚିତ୍ ନୁହେଁ । ଏସବୁ ଖାଇବା ଦ୍ବାରା ପେଟଜନିତ ସମସ୍ୟା ଦେଖାଦେବାର ଆଶଙ୍କ ଅଛି ।

ମୂଳା: ଏହି ମାସରେ ମୂଳା ଖାଇବା ଶରୀର ପାଇଁ ସବୁଠୁ ହିତକର । ଏହା ରକ୍ତକୁ ପରିଷ୍କାର କରିଥାଏ । ତା’ସହ ବିଭିନ୍ନ ମୌସୁମୀ ଜନିତ ରୋଗରୁ ରକ୍ଷା କରେ । କିନ୍ତୁ ଉପବାସ କରୁଥିଲେ ମୂଳା ଖାଇବା ଉଚିତ୍ ନୁହେଁ ।

ଥଣ୍ଡା ପାଣି: ଏହି ମାସରୁ ଶୀତ ଋତୁ ଆରମ୍ଭ ହୋଇଥାଏ। ତେଣୁ ଋତୁ ପରିବର୍ତ୍ତନ ହେଉଥିବାରୁ ଥଣ୍ଡା ଆଦି ସ୍ବାସ୍ଥ୍ୟ ସମସ୍ୟା ଉପୁଜେ। ଏ ଦୃଷ୍ଟିରୁ ଶରୀର ପାଇଁ ଥଣ୍ଡା ପାଣି ହିତକର ନୁହେଁ । ଏହା ସହ ଆଜ୍‌ମା ରୋଗୀଙ୍କୁ ଥଣ୍ଡା ପାଣିଠାରୁ ଦୂରେଇ ରହିବା ଉଚିତ।

07 Nov 2021 By The Sakala

ଧର୍ମ ମାସ କାର୍ତ୍ତିକ: ଜାଣନ୍ତୁ କ’ଣ ଖାଇବେ ଓ ଖାଇବେନି

ଧର୍ମ ତଥା ପୂଣ୍ୟର ମାସ କାର୍ତ୍ତିକ। ଏହି ମାସରେ ଭଗବାନ ବିଷ୍ଣୁ ଜଳରେ ମତ୍ସ୍ୟବତାରରେ ରହନ୍ତି। ଉକ୍ତ ମାସରେ ଖାଦ୍ୟପାନୀୟକୁ ନେଇ ଅନେକ ନିୟମ ରହିଛି। ସେହିସବୁ ନିୟମ ପାଳନ କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପଡ଼ିଥାଏ । ତା’ସହ ଲକ୍ଷ୍ମୀ-ନାରାୟଣଙ୍କ କୃପାରୁ ଲୌକିକ ଓ ଅଲୌକିକ ଜୀବନରେ ସୁଖ ଓ ଆନନ୍ଦ ପ୍ରାପ୍ତି ହୁଏ । ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ମାସର ବିଶେଷ ମହତ୍ତ୍ବ ଥିବାରୁ କ’ଣ ଖାଇବା ଉଚିତ ଓ ଅନୁଚିତ ସେ ସମ୍ପର୍କରେ ଜାଣି ରଖନ୍ତୁ।

ଆମିଷ: ସାଧାରଣତଃ ଏହି ମାସରେ ଘରେ ଆମିଷ ପ୍ରେବଶ ମନା। ପୁଣି ମାଛ, ମାଂସ, ଅଣ୍ଡା, ଶୁଖୁଆ ଆଦି ହେଉଛି ତାମସିକ ଭୋଜନ। ତେଣୁ ଧାର୍ମିକ ଦୃଷ୍ଟିକୋଣରୁ ମାଛ ମାଂସ ଖାଇବା ବର୍ଜନୀ । ବିଶେଷକରି କାର୍ତ୍ତିକ ମାସରେ ଏସବୁଠାରୁ ଦୂରେଇ ରହିବାକୁ କୁହାଯାଏ । ତେବେ ଭଗବାନ ବିଷ୍ଣୁ ଏହି ମାସରେ ଜଳରେ ମତ୍ସ୍ୟବତାରରେ ରହନ୍ତି। ସେଥିପାଇଁ ମାଛ ଖାଇବା ଉଚିତ୍ ନୁହେଁ । ସେହିପରି ବୈଜ୍ଞାନିକ ଦୃଷ୍ଟିରୁ ମଧ୍ଯର ଏହାର ଅନ୍ୟ କାରଣ ଅଛି। ଆଷାଢ଼ ମାସରେ ବର୍ଷା ତଥା ବନ୍ୟା ଯୋଗୁଁ ଜଳ ଦୂଷିତ ହୋଇଥାଏ। ତେଣୁ ମାଛ ଆଦି ଖାଇବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ଅଛି।

ବାଇଗଣ: ପନିପରିବା ମଧ୍ୟରେ ବାଇଗଣ ଖିଆଯାଏ ନାହିଁ । କୁହାଯାଏ ବାଇଗଣ ପିତ୍ତଦୋଷ ବୃଦ୍ଧି କରେ। ଫଳରେ ଏହା ଦ୍ବାରା ଶରୀରରେ ପିତ୍ତଦୋଷ ଦେଖା ଦିଏ |

କଲରା: ସେହିପରି କାର୍ତ୍ତିକରେ କଲରା ଖାଇବା ମଧ୍ୟ ମନା । ଧାରଣା ଅଛି କଲରା ବାୟୁ ବା ଗ୍ୟାସ୍ ସମସ୍ୟା ସୃଷ୍ଟି କରିଥାଏ । ସେଥିପାଇଁ ଏହି ମାସରେ କଲରା ଖାଇବା ହାନିକାରକ | ଅନ୍ୟପଟେ ଏହି ମାସରେ ତିକ୍ତ, ଚଟପଟା ଆଦି ଖାଦ୍ୟ ଧାର୍ମିକ ଦୃଷ୍ଟିରୁ ବର୍ଜନୀୟ। ଏଣୁ କଲରା ତିକ୍ତ ହୋଇଥିବାରୁ ଏହାକୁ ଖାଇବା ଉଚିତ୍ ନୁହେଁ ।

ଗୁଡ଼: ଏହି ମାସରେ ଉପବାସ କରୁଥିଲେ ଚିନି ପରିବର୍ତ୍ତେ ଗୁଡ଼ ଖାଆନ୍ତୁ । ଗୁଡ଼ ଶରୀରର ରୋଗପ୍ରତିରୋଧକ ଶକ୍ତି ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । ତା’ ସହ ଥଣ୍ଡା ଓ କାଶ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।

ଦହି: ଦୁଗ୍ଧ ଜନିତ ପଦାର୍ଥ ସ୍ବାସ୍ଥ୍ୟ ପାଇଁ ଉପକାରୀ । ମାତ୍ର କାର୍ତ୍ତିକରେ ଦହି ଖାଇବା ନିଷେଧ । ମୁଖ୍ୟତଃ ଶ୍ଵାସରୋଗୀଙ୍କୁ ଦହି ବାରଣ କରାଯାଏ । ଦହି ପରିବର୍ତ୍ତେ କ୍ଷୀର ଖାଇବାର ନିୟମ ଅଛି।

ଜିରା: ଜିରା ସ୍ବାସ୍ଥ୍ୟ ପାଇଁ ହିତକର । ଏହାକୁ ମଧ୍ୟ କାର୍ତ୍ତିକରେ ଖିଆଯାଏ ନାହିଁ । କୁହାଯାଏ ଏହା ଶରୀର ପାଇଁ ହିତକର ହୋଇ ନ ଥିବାରୁ ଅନେକ ଜିରା ମଧ୍ୟ ଖାଆନ୍ତି ନାହିଁ ।

କୋଳଥ ଡାଲି : ସେହିପରି ହରଡ଼, ଚଣା, କୋଳଥ, ମସୁର ଡାଲି ଆଦି ଖାଇବା ଉଚିତ୍ ନୁହେଁ । ଏସବୁ ଖାଇବା ଦ୍ବାରା ପେଟଜନିତ ସମସ୍ୟା ଦେଖାଦେବାର ଆଶଙ୍କ ଅଛି ।

ମୂଳା: ଏହି ମାସରେ ମୂଳା ଖାଇବା ଶରୀର ପାଇଁ ସବୁଠୁ ହିତକର । ଏହା ରକ୍ତକୁ ପରିଷ୍କାର କରିଥାଏ । ତା’ସହ ବିଭିନ୍ନ ମୌସୁମୀ ଜନିତ ରୋଗରୁ ରକ୍ଷା କରେ । କିନ୍ତୁ ଉପବାସ କରୁଥିଲେ ମୂଳା ଖାଇବା ଉଚିତ୍ ନୁହେଁ ।

ଥଣ୍ଡା ପାଣି: ଏହି ମାସରୁ ଶୀତ ଋତୁ ଆରମ୍ଭ ହୋଇଥାଏ। ତେଣୁ ଋତୁ ପରିବର୍ତ୍ତନ ହେଉଥିବାରୁ ଥଣ୍ଡା ଆଦି ସ୍ବାସ୍ଥ୍ୟ ସମସ୍ୟା ଉପୁଜେ। ଏ ଦୃଷ୍ଟିରୁ ଶରୀର ପାଇଁ ଥଣ୍ଡା ପାଣି ହିତକର ନୁହେଁ । ଏହା ସହ ଆଜ୍‌ମା ରୋଗୀଙ୍କୁ ଥଣ୍ଡା ପାଣିଠାରୁ ଦୂରେଇ ରହିବା ଉଚିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp