ପିଲାଙ୍କ ହାତରେ ମୋବାଇଲ୍ ଦେଉଛନ୍ତି କି? ସାବଧାନ! ଜାଣନ୍ତୁ କେଉଁ ବୟସ ପାଇଁ କେତେ ଘାତକ ସ୍ମାର୍ଟଫୋନ୍

Suryakanta Picture
Published On

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଛୋଟ ପିଲାଙ୍କ ହାତରେ ସ୍ମାର୍ଟଫୋନ୍ ଦେଖିବା ଏକ ସାଧାରଣ ଘଟଣା ପାଲଟିଛି। ଅନେକ ସମୟରେ ବାପା-ମା’ମାନେ ପିଲାଙ୍କୁ ଖୁଆଇବା ପାଇଁ କିମ୍ବା କାନ୍ଦ ବନ୍ଦ କରାଇବା ପାଇଁ ହାତରେ ମୋବାଇଲ୍ ଧରାଇ ଦେଉଛନ୍ତି। କିନ୍ତୁ ଏହା ଶିଶୁର ଭବିଷ୍ୟତ ପାଇଁ କେତେ ବିପଜ୍ଜନକ ହୋଇପାରେ, ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ (IAP) ଚେତାବନୀ ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ମନି ପ୍ଲାଣ୍ଟ ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ଜାଣନ୍ତୁ ଶୀଘ୍ର ବଢ଼ିବାର ସହଜ ଉପାୟ

କେଉଁ ବୟସରେ କେତେ ସ୍କ୍ରିନ୍ ଟାଇମ୍?

ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ଶିଶୁର ବୟସ ଅନୁସାରେ ମୋବାଇଲ୍ ବ୍ୟବହାରର ସୀମା ନିର୍ଦ୍ଧାରଣ କରାଯାଇଛି। ଡାକ୍ତରଙ୍କ ମତରେ ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ମୋବାଇଲ୍, ଟିଭି କିମ୍ବା ଟ୍ୟାବଲେଟ୍ ଆଦୌ ଦେଖାଇବା ଉଚିତ୍ ନୁହେଁ। ଏହି ସମୟରେ ଶିଶୁର ମସ୍ତିଷ୍କ ବିକାଶ ହେଉଥିବାରୁ ସ୍କ୍ରିନ୍ ଲାଇଟ୍ ସେମାନଙ୍କ ଉପରେ ଗଭୀର କୁପ୍ରଭାବ ପକାଇଥାଏ। କେବଳ ପରିବାର ସହ ଭିଡିଓ କଲ୍ ବ୍ୟତୀତ ସେମାନଙ୍କ ପାଇଁ 'ନୋ ସ୍କ୍ରିନ୍ ଟାଇମ୍' ନିୟମ ପାଳନ କରିବା ଜରୁରୀ। ସେହିପରି ୨ ରୁ ୫ ବର୍ଷର ପିଲାମାନଙ୍କ ପାଇଁ ଦିନକୁ ସର୍ବାଧିକ ୧ ଘଣ୍ଟା ସ୍କ୍ରିନ୍ ଟାଇମ୍ ଅନୁମତି ଦିଆଯାଇପାରେ, ତାହା ପୁଣି କେବଳ ଶିକ୍ଷଣୀୟ କାର୍ଯ୍ୟକ୍ରମ ପାଇଁ ସୀମିତ ରହିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ହୃଦରୋଗୀଙ୍କ ପାଇଁ କେଉଁ ଶୋଇବା ସ୍ଥିତି ସବୁଠାରୁ ଭଲ? ଜାଣନ୍ତୁ କ'ଣ କରିବେ ଏବଂ କ'ଣ ନୁହେଁ

ପିଲାଙ୍କ ଉପରେ ପଡୁଛି ମାରାତ୍ମକ ପ୍ରଭାବ

ଅତ୍ୟଧିକ ମୋବାଇଲ୍ ବ୍ୟବହାର ଦ୍ୱାରା ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେଉଛି। ଛୋଟ ବୟସରୁ ପିଲାଙ୍କ ଆଖି ଖରାପ ହେବା ସହ ଚଷମା ଲାଗିବାର ଆଶଙ୍କା ବୃଦ୍ଧି ପାଉଛି। ବାହାରେ ଖେଳକୁଦ ବନ୍ଦ କରି ଏକାଠି ବସି ରହିବା ଫଳରେ ପିଲାମାନେ ମୋଟାପଣ ବା ଓବେସିଟିର ଶିକାର ହେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୋବାଇଲ୍ ନିଶା ଯୋଗୁଁ ପିଲାଙ୍କର କଥା କହିବାରେ ବିଳମ୍ବ (Language Delay) ଘଟୁଛି ଏବଂ ସେମାନଙ୍କର ସାମାଜିକ ବିକାଶରେ ବାଧା ସୃଷ୍ଟି ହେଉଛି। ଏହା ସହିତ ନିଦ ନ ହେବା ଏବଂ ଚିଡିଚିଡା ସ୍ୱଭାବ ଭଳି ସମସ୍ୟା ମଧ୍ୟ ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ବାର୍ଦ୍ଧକ୍ୟ ନୁହେଁ, ବରଂ ୩୦ ବର୍ଷ ବୟସରୁ ଆରମ୍ଭ ହୁଏ ମାଂସପେଶୀ କ୍ଷୟ: ଜାଣନ୍ତୁ କିପରି ରଖିବେ ନିଜକୁ ସୁସ୍ଥ

ଅଭିଭାବକଙ୍କ ପାଇଁ ପରାମର୍ଶ

ଏହି ସମସ୍ୟାର ସମାଧାନ ପାଇଁ ଅଭିଭାବକମାନଙ୍କୁ ସଚେତନ ହେବାକୁ ପଡିବ। ପ୍ରଥମେ ବାପା-ମା’ ନିଜେ ପିଲାଙ୍କ ସାମନାରେ ମୋବାଇଲ୍ ବ୍ୟବହାର କମାଇବା ଉଚିତ୍, କାରଣ ପିଲାମାନେ ସେମାନଙ୍କୁ ଅନୁକରଣ କରନ୍ତି। ଶୋଇବାର ୧ ଘଣ୍ଟା ପୂର୍ବରୁ ଘରର ସମସ୍ତ ସ୍କ୍ରିନ୍ ବନ୍ଦ କରିବା ସହ ପିଲାଙ୍କ ଶୋଇବା ଘରେ ଟିଭି ନ ରଖିବାକୁ ପରାମର୍ଶ ଦିଆଯାଇଛି। ମୋବାଇଲ୍ ବଦଳରେ ପିଲାଙ୍କୁ ବହି ପଢିବା, ଚିତ୍ରାଙ୍କନ କରିବା କିମ୍ବା ବାହାରେ ଖେଳିବା ପାଇଁ ଉତ୍ସାହିତ କରିବା ଜରୁରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp