ଜେଡ୍‌ ଇଷ୍ଟେଟ୍‌‌ କେଳେଙ୍କାରୀ: ଆସୁଛି ଗୋଟିଏ ପରେ ଗୋଟିଏ ମାମଲା, ଅଧିକାର ଲାଗି ସଂଘର୍ଷ କରୁଛନ୍ତି ୪୪୦ ଘର ମାଲିକ

The Sakala Picture
Published On

ଭୁବନେଶ୍ୱର: ଜେଡ୍‌‌ ଇଷ୍ଟେଟର ଦାଦାଗିରିକୁ ନେଇ ସାମନାକୁ ଆସୁଛି ନୂଆ ନୂଆ କାହାଣୀ। ଡରାଇ, ଧମକାଇ ଘର ମାଲିକଙ୍କୁ ଚୁପ୍‌‌ କରିବାର ସବୁ ସୀମା ଟପିଛି ଜେଡ୍‌‌ ଇଷ୍ଟେଟ୍‌‌। ମିଛ ପ୍ରତିଶ୍ରୁତି ଦେଇ ଘର ବିକିବା ପରେ ଜେଡ୍‌‌ ଇଷ୍ଟେଟ, ମାଲିକଙ୍କ ସହ ପ୍ରତାରଣା କରିଛି। ପ୍ରତି ପାହାଚରେ ଜେଡ୍‌‌ ଇଷ୍ଟେଟ ଠକାମୀ କରିଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସବୁ ଦେଖି ବିଡିଏ ଚୁପ୍‌‌ ବସିଛି। ବାରମ୍ବାର ଘରମାଲିକମାନେ ଅଭିଯୋଗ କରିବା ପରେ ମଧ୍ୟ ବିଡିଏ […]

ଭୁବନେଶ୍ୱର: ଜେଡ୍‌‌ ଇଷ୍ଟେଟର ଦାଦାଗିରିକୁ ନେଇ ସାମନାକୁ ଆସୁଛି ନୂଆ ନୂଆ କାହାଣୀ। ଡରାଇ, ଧମକାଇ ଘର ମାଲିକଙ୍କୁ ଚୁପ୍‌‌ କରିବାର ସବୁ ସୀମା ଟପିଛି ଜେଡ୍‌‌ ଇଷ୍ଟେଟ୍‌‌। ମିଛ ପ୍ରତିଶ୍ରୁତି ଦେଇ ଘର ବିକିବା ପରେ ଜେଡ୍‌‌ ଇଷ୍ଟେଟ, ମାଲିକଙ୍କ ସହ ପ୍ରତାରଣା କରିଛି। ପ୍ରତି ପାହାଚରେ ଜେଡ୍‌‌ ଇଷ୍ଟେଟ ଠକାମୀ କରିଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସବୁ ଦେଖି ବିଡିଏ ଚୁପ୍‌‌ ବସିଛି। ବାରମ୍ବାର ଘରମାଲିକମାନେ ଅଭିଯୋଗ କରିବା ପରେ ମଧ୍ୟ ବିଡିଏ ଏତେ ଦିନ ହେବ କାହିଁ ଜେଡ୍‌‌ ୱାନ୍‌‌ ପାଚେରୀ ଡେଇଁନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

୨୦୧୧ରେ ପଟିଆ-ରଘୁନାଥପୁରରେ ଜେଡ୍‌‌ ୱାନ୍‌‌ ହାଉସିଂ ପ୍ରକଳ୍ପ ଥିଲା ଭୁବନେଶ୍ୱରର ପ୍ରଥମ ଅତ୍ୟାଧୁନିକ ରିଏଲ ଇଷ୍ଟେଟ ପ୍ରକଳ୍ପ। ସୁନ୍ଦର ପ୍ଲାନ, ରଙ୍ଗୀନ ବ୍ରାଉଚର୍‌‌, ମନଲୋଭା ପ୍ରତିଶ୍ରୁତି ଦେଖି ଅନେକ ଏନ୍‌‌ଆରଆଇ, ଡାକ୍ତର, ଇଞ୍ଜିନିୟର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସ୍ୱପ୍ନର ଘର କିଣିବାକୁ ଇଚ୍ଛା କଲେ। ୨୬ ଏକର ଜାଗାରେ ବଡ଼ ବଡ଼ ଟାୱାର ସାଙ୍ଗକୁ ବିଶାଳ ଲ୍ୟାଣ୍ଡସ୍ପେପ, ଗାର୍ଡେନ ଏରିଆ, କ୍ଲବ ହାଉସ, ସ୍ୱିମିଂ ପୁଲ, ଜିମ୍‌‌, ରେଷ୍ଟୁରାଣ୍ଟ ନକ୍ସା ଦେଖି ଖୁସି ହୋଇଗଲେ କ୍ରେତା। ୨୦୧୬ରେ ଲୋକେ ଏଠାରେ ରହିବା ଆରମ୍ଭ କଲେ। ରହିବା ପରେ ମିଛ ପ୍ରତିଶ୍ରୁତି ଉପରୁ ପରଦା ହଟିଲା। ସତ ଜାଣିବା ପରେ ପ୍ରତିବାଦ କଲେ ଘର କ୍ରେତା। ହେଲେ କିଛି ଶୁଣିଲାନି ପ୍ରମୋଟର ଜେଡ୍‌‌ ଇଷ୍ଟେଟ। କଥା ତ ଶୁଣିଲା ନାହିଁ, ମନ ଇଚ୍ଛା ୨୦୧୧ ପ୍ଲାନ ବଦଳାଇ ୨୦୧୬ରେ ନୂଆ ପ୍ଲାନ ଆଣିଲା। କୋଟି କୋଟି ଟଙ୍କା ଦେଇ ଘର କିଣିଥିବା ମାଲିକଙ୍କ ଅଧିକାରକୁ କ୍ଷୁର୍ଣ୍ଣ ସଂସ୍ଥା କ୍ଷୂର୍ଣ୍ଣ କରିଥିବା ନେଇ ଜେଡ୍‌‌ ୱାନ ମାଲିକ ସଂଘ ସମ୍ପାଦକ ବିବି ମହାନ୍ତି କହିଛନ୍ତି। ବାରମ୍ବାର ପ୍ଲାନ୍‌‌ରେ ପରିବର୍ତ୍ତନ ବିଡିଏ ଜାଣତରେ ହେଉଥିଲା ନା ନିଜେ ମନ ଇଚ୍ଛା ଜେଡ୍‌‌ ୱାନ୍‌‌ ପ୍ଲାନରେ ପରିବର୍ତ୍ତନ କରୁଥିଲା ତାହା ଏବେ ସନ୍ଦେହ ଘେରରେ ରହିଛି। ଯଦି ବିନା ଅନୁମତିରେ ପ୍ଲାନ୍‌‌ରେ ପରିବର୍ତ୍ତନ କରାଯାଇଛି, ତାହାଲେ କିପରି ବିଡିଏ ଅକୁପାନ୍ସି ସାର୍ଟିଫିକେଟ୍‌‌ ପ୍ରଦାନ କରିଛି ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଠକେଇର ଶିକାର ହେବା ପରେ ଘର ମାଲିକମାନେ ପ୍ରତିବାଦ କରିବା ଆରମ୍ଭ କଲେ। ହେଲେ ନିଜର କୌସି ସଂଘ ନ ଥିବାରୁ ମିଳିତ ସ୍ୱର ଆସିଲା ନାହିଁ। ଯାହାର ଫାଇଦା ନେଇ ଜେଡ୍‌‌ ଇଷ୍ଟେଟ ମନ ଇଚ୍ଛା କାର୍ଯ୍ୟ କରି ଚାଲିଲା। ବାରମ୍ୱାର ଉଦ୍ୟମ ଏବଂ ମାନବ ଅଧିକାର କମିସନଙ୍କ ହସ୍ତକ୍ଷେପ ପରେ ଫେବୃଆରୀ ୨୦୨୧ରେ ଜେଡ୍‌‌ ୱାନ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ ଗଠନ ହୋଇଥିଲା। ସଂଘ ଗଠନ ପରେ ମଧ୍ୟ ମାଲିକମାନେ ନିଜ ଅଧିକାର ପାଇପାରି ନ ଥିଲେ। ଏହା ଭିତରେ ୨୦୧୬ର ପ୍ଲାନ ପୁଣି ଥରେ ୨୦୨୧ରେ ବଦଳାଯାଇଥିଲା। ଜେଡ୍‌‌ ଇଷ୍ଟେଟ ମାଲିକମାନେ ନିଜ ଅଧିକାର ମାଗିବା ପରେ ସେମାନଙ୍କ ଡରାଇବା ସହିତ ଧମକ ଦିଆଯାଉଥିଲା। ଜୀବନରୁ ମାରିଦେବା, ଘରୁ ବିଦା କରିଦେବା ଭଳି ଧମକ ବି ମିଳିଥିବା ନେଇ ଅନେକ ଘର ମାଲିକ ଅଭିଯୋଗ କରିଛନ୍ତି। ଜେଡ୍‌‌ ଇଷ୍ଟେଟର ମହାଠକେଇ ବିଷୟରେ ରାଜ୍ୟବାସୀ ଅବଗତ ହେବା ପରେ ଘର ମାଲିକଙ୍କ ମନୋବଳ ବୃଦ୍ଧି ପାଇଛି। ନିଜ ଅଧିକାର ପାଇଁ କରୁଥିବା ଲଢେଇ ଶେଷ ଯାଏଁ ନେବାକୁ ସେମାନେ ପଣ କରିଥିବା ବେଳେ ନିୟମ ଖିଲାପକାରୀଙ୍କ ଉପରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନିଆଯାଇ ସେମାନଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବେ ବୋଲି ଜେଡ୍‌‌ ୱାନ୍‌‌ ପ୍ରକଳ୍ପ ଘର କ୍ରୟ କରିଥିବା ମାଲିକମାନେ ଆଶା ରଖିଛନ୍ତି। ନିଜ ଅଧିକାର ପାଇବାକୁ ୪୪୦ ଘର ମାଲିକ ଦୀର୍ଘ ୬ ବର୍ଷ ହେଲା ସଂଘର୍ଷ କରୁଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ ସ୍ୱର ଚପାଇଦେବାକୁ ଜେଡ୍‌‌ ଇଷ୍ଟେଟ କର୍ତ୍ତୃପକ୍ଷ ରେସିଡ଼େଣ୍ଟ ୱେଲଫେୟାର ଆସୋସିଏସନ (ଆର୍‌‌ଡ଼ବ୍ଲ୍ୟୁଏ)ର ୮ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ୨୦୨୧ରେ ୧ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଆର୍‌‌ଡ଼ବ୍ଲ୍ୟୁଏ ସାଧାରଣ ସମ୍ପାଦକ ବିଧୂଭୂଷଣ ନାୟକ, ଉପସଭାପତି ମଳୟ କୁମାର ପାଣିଗ୍ରାହୀଙ୍କ ସହ ପ୍ରମୋଦ ଚନ୍ଦ୍ର ମିଶ୍ର, ଆର୍ତ୍ତତ୍ରାଣ ପାଣିଗ୍ରାହୀ, ଶିଳ୍ପାରାଣୀ ବେହେରା, କଳ୍ପତରୁ ପଟ୍ଟନାୟକ, ଦେବାଶିଷ ପାଣିଗ୍ରାହୀ ଓ ସଞ୍ଜୟ କୁମାର ପାତ୍ରଙ୍କୁ ଏଥିରେ ପକ୍ଷଭୁକ୍ତ କରିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର