ଆଇଏମଆଇଟିରେ ଯୁବ ଓଡିଶା, ନବୀନ ଓଡିଶା ଉଦଯାପିତ

The Sakala Picture
Published On

କଟକ: କଟକ ସ୍ଥିତ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ (ଆଇଏମଆଇଟି)ରେ “ନୂଆ – ଓ’ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ମାନସ ରଞ୍ଜନ କବାଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିରାମୟ ଓଡିଶାର ଉପଦେଷ୍ଟା ରଞ୍ଜନ କୁମାର ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବଶକ୍ତି ହିଁ ସାରା ବିଶ୍ୱର ସମ୍ପଦ ବୋଲି କହିଥିଲେ ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀ କ୍ରୀଡାରେ ଭାଗ ନେବାକୁ ପରାମର୍ଶ ଦେବା […]

କଟକ: କଟକ ସ୍ଥିତ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ (ଆଇଏମଆଇଟି)ରେ “ନୂଆ – ଓ’ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ମାନସ ରଞ୍ଜନ କବାଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିରାମୟ ଓଡିଶାର ଉପଦେଷ୍ଟା ରଞ୍ଜନ କୁମାର ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବଶକ୍ତି ହିଁ ସାରା ବିଶ୍ୱର ସମ୍ପଦ ବୋଲି କହିଥିଲେ ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀ କ୍ରୀଡାରେ ଭାଗ ନେବାକୁ ପରାମର୍ଶ ଦେବା ସହ ନବୀନ ବାବୁଙ୍କ “ନୂଆ – ଓ” ଯୋଜନା ଉପରେ ଆଲୋକପାତ କରିଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ସଭା ଆରମ୍ଭରେ ଏମବିଏ ଓ ଏମସିଏ ବିଭାଗୀୟ ମୁଖ୍ୟ ତଥା ନୋଡାଲ ଅଫିସର ଡ଼କ୍ଟର ଶୁଭେନ୍ଦ୍ର କୁମାର ଜୟସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଇଏମଆଇଟିରେ “ନୂଆ – ଓ” ଆନୁକୂଲ୍ୟରେ ବିଭିନ୍ନ କ୍ରୀଡା, ସାଂସ୍କୃତିକ ଏବଂ ସାମାଜିକ ସଚେତନତା ଆଦି ପ୍ରତିଯୋଗିତା ଆୟୋଜନ କରିବାରେ ଅଧ୍ୟାପକମାନଙ୍କୁ ପବିତ୍ର ପ୍ରଧାନ, ଯୁଗେଶ୍ବରୀ ମେହେର, ରାଜଶ୍ରୀ ମହାନ୍ତି ଏବଂ ସ୍ୱରାଜ ଦାସ ସହଯୋଗ କରିଥିଲେ। ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଉଦଯାପନୀ ସଭାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। “ନୂଆ–ଓ” ଯୁବ ଓଡିଶା, ନବୀନ ଓଡିଶାର ସଂଯୋଜକ ଅରୁଣ କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ସଭା ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

04 Jan 2024 By The Sakala

ଆଇଏମଆଇଟିରେ ଯୁବ ଓଡିଶା, ନବୀନ ଓଡିଶା ଉଦଯାପିତ

କଟକ: କଟକ ସ୍ଥିତ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ (ଆଇଏମଆଇଟି)ରେ “ନୂଆ – ଓ’ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ମାନସ ରଞ୍ଜନ କବାଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିରାମୟ ଓଡିଶାର ଉପଦେଷ୍ଟା ରଞ୍ଜନ କୁମାର ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବଶକ୍ତି ହିଁ ସାରା ବିଶ୍ୱର ସମ୍ପଦ ବୋଲି କହିଥିଲେ ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀ କ୍ରୀଡାରେ ଭାଗ ନେବାକୁ ପରାମର୍ଶ ଦେବା ସହ ନବୀନ ବାବୁଙ୍କ “ନୂଆ – ଓ” ଯୋଜନା ଉପରେ ଆଲୋକପାତ କରିଥିଲେ।

ସଭା ଆରମ୍ଭରେ ଏମବିଏ ଓ ଏମସିଏ ବିଭାଗୀୟ ମୁଖ୍ୟ ତଥା ନୋଡାଲ ଅଫିସର ଡ଼କ୍ଟର ଶୁଭେନ୍ଦ୍ର କୁମାର ଜୟସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଇଏମଆଇଟିରେ “ନୂଆ – ଓ” ଆନୁକୂଲ୍ୟରେ ବିଭିନ୍ନ କ୍ରୀଡା, ସାଂସ୍କୃତିକ ଏବଂ ସାମାଜିକ ସଚେତନତା ଆଦି ପ୍ରତିଯୋଗିତା ଆୟୋଜନ କରିବାରେ ଅଧ୍ୟାପକମାନଙ୍କୁ ପବିତ୍ର ପ୍ରଧାନ, ଯୁଗେଶ୍ବରୀ ମେହେର, ରାଜଶ୍ରୀ ମହାନ୍ତି ଏବଂ ସ୍ୱରାଜ ଦାସ ସହଯୋଗ କରିଥିଲେ। ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଉଦଯାପନୀ ସଭାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। “ନୂଆ–ଓ” ଯୁବ ଓଡିଶା, ନବୀନ ଓଡିଶାର ସଂଯୋଜକ ଅରୁଣ କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ସଭା ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର