ଜନବସତି ମୁହାଁ ହାତୀପଲ; ସୀମାନ୍ତରେ ହାତୀ ଆକ୍ରମଣରେ ଯୁବକ ମୃତ, ଗ୍ରାମବାସୀ ଆତଙ୍କିତ

Madhusudan Das Picture
Published On

ରାଇରଙ୍ଗପୁର: ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇଛନ୍ତି। ଧାନ ଖାଇବା ପାଇଁ ହାତୀପଲଙ୍କ ଉପଦ୍ରବରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ମୟୁରଭଞ୍ଜ-ଝାରଖଣ୍ଡ ସୀମାନ୍ତବର୍ତ୍ତି ସ୍ଥାନରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୀମାନ୍ତର ରରୁଆଁ ନିକଟବର୍ତ୍ତି ଝାରଖଣ୍ଡ ରାଜ୍ୟର ବେନି ସାଗର ଅଞ୍ଚଳରେ ଉକ୍ତ ଅଘଟଣ ଘଟିଛି। ହାତୀପଲଙ୍କ ଉପଦ୍ରବ ଜାରି ଥିବା ବେଳେ ଶୁକ୍ରବାର ଭୋର ସମୟରେ ହାତୀ ଆକ୍ରମଣ କରିଥିଲେ। ହାତୀ ଆକ୍ରମଣ କରି ଯୁବକଙ୍କ ଶରୀରରୁ ମୁଣ୍ଡ ଅଲଗା କରି ଦେଇଛି। ମୃତକ ଜଣକ ଝାଡ଼ଖଣ୍ଡ ରାଜ୍ୟର ଯୁବକ ବୋଲି ଜଣାପଡିଛି। ତେବେ ଯୁବକଙ୍କ ପ୍ରକୃତ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ହାତୀଟି ଯୁବକଙ୍କୁ ଆକ୍ରମଣ କରି ଦଳି ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଝାରଖଣ୍ଡ ବନ ବିଭାଗ ଟିମ ପହଁଚି ତଦନ୍ତ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗରେ ଯୁବକ ଗିରଫ

କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ କିଛି ଦିନ ହେବ ଝାଡ଼ଖଣ୍ଡ ହାତୀପଲ ଚଳପ୍ରଚଳ କରୁଛନ୍ତି। କରଞ୍ଜିଆ ବନଖଣ୍ଡର ପୃଥକ ପୃଥକ ସ୍ଥାନରେ ହାତୀ ରହିଛନ୍ତି। ବିଭିନ୍ନ ସ୍ଥାନରେ ଉପଦ୍ରବ ଜାରି ରହିଛି। ଯାହାକି ବନବିଭାଗର ନିଦ ହଜେଇ ଦେଇଛି। ହାତୀ ଚଳପ୍ରଚଳ ଯୋଗୁଁ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଧାନ ବାସ୍ନାରେ ଜନବସତିକୁ ମାଡି ଆସୁଛନ୍ତି। ହାତୀପଲ ଧାନ କ୍ଷେତରେ ପଶି ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି। ତାହାକୁ ରୋକିବାକୁ ପ୍ରୟାସ କଲେ ହାତୀ ଆକ୍ରମଣର ଶିକାର ହୋଇ ଜୀବନ ଯାଉଛି। ଦିନରେ ଯାହା ଉପଦ୍ରବ କରୁଥିବା ବେଳେ ସୂର୍ଯ୍ୟ ନଇଁଲେ ଅନ୍ଧାରରେ ଅଧିକ ଉପଦ୍ରବ କରୁଛନ୍ତି। ଶୌଚ ହେବାକୁ ଯାଇଥିବା ବେଳେ ଲୋକେ ମୁଁହାମୁହିଁ ହୋଇ ଜୀବନ ଯାଉଛି। ଯାହାକୁ ନେଇ ଭୟରେ ରାତି ତମାମ ଲୋକ ମାନେ ଘରେ ନ ଶୋଇ ନିଆଁ ଜାଳି ଜଗି ରହୁଛନ୍ତି। ହାତୀ ମାନଙ୍କ ଗତିବିଧି ଉପରେ ବନ ବିଭାଗ ଟିମ ନଜର ରଖିଛନ୍ତି। ସେମାନଙ୍କୁ ଜନବସତି ଠାରୁ ଦୂରକୁ ନେବାକୁ ନିୟମିତ ପ୍ରୟାସ କରୁଛନ୍ତି। କିନ୍ତୁ ହାତୀପଲ ବାରମ୍ବାର ଜନବସତି ନିକଟତର ହେଉଛନ୍ତି।

ଆହୁରି ପଢ଼ନ୍ତୁ: ୬ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ଶୀତ, ୪-୫ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp