ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗରେ ଯୁବକ ଗିରଫ

Madhusudan Das Picture
Published On

କଟକ: ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହେଲେ ଯୁବକ । ଗିରଫ ଯୁବକଜଣକ  ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଧାନବାଦ ଅଞ୍ଚଳର ମୁକେଶ ବାରିକ ବୋଲି ଜଣାପଡିଛି । ସମ୍ପୃକ୍ତ ଯୁବକ ନିଜ ମୋବାଇଲରେ ନିୟମିତ ଅଶ୍ଳୀଳ ଭିଡିଓ ଡାଉନଲୋଡ କରି ରଖୁଥିଲା । ପରେ ସେହି ଭିଡ଼ିଓ ଗୁଡ଼ିକୁ ବିଭିନ୍ନ ଫୋନକୁ ଫରୱାର୍ଡ କରୁଥିଲା । ଏମିତି ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରୁଥିଲା ଯୁବକଜଣକ । ଏ ନେଇ ସାଇବର ଥାନାରେ ଅଭିଯୋଗ ଆସିଥିଲା । ଅଭିଯୋଗ ପାଇବା ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ପ୍ରଥମେ ଯେଉଁ ମୋବାଇଲରୁ ଭିଡିଓ ଗୁଡ଼ିକ ଫରଓ୍ବାର୍ଡ କରାଯାଉଥିଲା ସେହି ମୋବାଇଲକୁ ଟ୍ରାକ୍ କରିଥିଲା ସାଇବର ଥାନା ପୋଲିସ । ମୋବାଇଲର ଆଇପି ଆଡ୍ରେସରୁ ଫୋନ ଲୋକେସନ ସଂଗ୍ରହ କରିବା ପରେ ସଂପୃକ୍ତ ଯୁବକଜଣକ ଯାଜପୁରରେ ରହୁଥିବା ସାଇବର ଥାନା ପୋଲିସ ଜାଣିବାକୁ ପାଇଥିଲା । ସେଠାରେ ଚଢ଼ାଉ କରି ସଂପୃକ୍ତ ଯୁବକକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

06 Jan 2026 By Madhusudan Das

ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗରେ ଯୁବକ ଗିରଫ

କଟକ: ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହେଲେ ଯୁବକ । ଗିରଫ ଯୁବକଜଣକ  ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଧାନବାଦ ଅଞ୍ଚଳର ମୁକେଶ ବାରିକ ବୋଲି ଜଣାପଡିଛି । ସମ୍ପୃକ୍ତ ଯୁବକ ନିଜ ମୋବାଇଲରେ ନିୟମିତ ଅଶ୍ଳୀଳ ଭିଡିଓ ଡାଉନଲୋଡ କରି ରଖୁଥିଲା । ପରେ ସେହି ଭିଡ଼ିଓ ଗୁଡ଼ିକୁ ବିଭିନ୍ନ ଫୋନକୁ ଫରୱାର୍ଡ କରୁଥିଲା । ଏମିତି ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରୁଥିଲା ଯୁବକଜଣକ । ଏ ନେଇ ସାଇବର ଥାନାରେ ଅଭିଯୋଗ ଆସିଥିଲା । ଅଭିଯୋଗ ପାଇବା ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ପ୍ରଥମେ ଯେଉଁ ମୋବାଇଲରୁ ଭିଡିଓ ଗୁଡ଼ିକ ଫରଓ୍ବାର୍ଡ କରାଯାଉଥିଲା ସେହି ମୋବାଇଲକୁ ଟ୍ରାକ୍ କରିଥିଲା ସାଇବର ଥାନା ପୋଲିସ । ମୋବାଇଲର ଆଇପି ଆଡ୍ରେସରୁ ଫୋନ ଲୋକେସନ ସଂଗ୍ରହ କରିବା ପରେ ସଂପୃକ୍ତ ଯୁବକଜଣକ ଯାଜପୁରରେ ରହୁଥିବା ସାଇବର ଥାନା ପୋଲିସ ଜାଣିବାକୁ ପାଇଥିଲା । ସେଠାରେ ଚଢ଼ାଉ କରି ସଂପୃକ୍ତ ଯୁବକକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ ।

https://www.thesakala.in/latest-odisha-news/youth-arrested-for-obscene-video-viral/article-43946
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର