ବାହାଘର ଭୋଜି ଖାଇ ଫେରିବାବେଳେ ଯୁବକଙ୍କୁ ପିଟି ପିଟି ହତ୍ୟା

The Sakala Picture
Published On

ଭଦ୍ରକ: ଯୁବକଙ୍କୁ ପିଟି ପିଟି ହତ୍ୟା, ବାହାଘର ଭୋଜି ପରେ କୌଣସି କଥାକୁ କେନ୍ଦ୍ରକରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେଗଙ୍ଗାଧରପୁର ଗାଁର ବିଦ୍ୟାଧର ମାଝୀ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ସାଙ୍ଗ ବାହାଘର ଭୋଜିରେ ଗୋଟିଏ ପଂଚାୟତରୁ ସମସ୍ତେ ଯୋଗଦାନ କରିବା ପାଇଁ ଭଦ୍ରକ ସହର ସ୍ଥିତ ଏକ କଲ୍ୟାଣ ମଣ୍ଡପ କୁ ଯାଇଥିଲେ । […]

ଭଦ୍ରକ: ଯୁବକଙ୍କୁ ପିଟି ପିଟି ହତ୍ୟା, ବାହାଘର ଭୋଜି ପରେ କୌଣସି କଥାକୁ କେନ୍ଦ୍ରକରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେଗଙ୍ଗାଧରପୁର ଗାଁର ବିଦ୍ୟାଧର ମାଝୀ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ସାଙ୍ଗ ବାହାଘର ଭୋଜିରେ ଗୋଟିଏ ପଂଚାୟତରୁ ସମସ୍ତେ ଯୋଗଦାନ କରିବା ପାଇଁ ଭଦ୍ରକ ସହର ସ୍ଥିତ ଏକ କଲ୍ୟାଣ ମଣ୍ଡପ କୁ ଯାଇଥିଲେ । ବାହାଘର ଭୋଜି ଖାଇସାରିବା ପରେ ଘରକୁ ଫେରୁଥିଲେ । କିନ୍ତୁ କୌଣସି କଥାକୁ ନେଇ ବିଦ୍ୟାଧରଙ୍କ ସହ ଅନ୍ୟ ଯୁବକ ମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଯୁବକ ମାନେ ବିଦ୍ୟାଧରଙ୍କୁ ଏକ ବାଉଁଶ ଯୋଗେ ବାଡେଇ ବାଡେଇ ତଳେ ପକାଇଦେଇଥିଲେ। ବିଦ୍ୟାଧର ତଳେ ପଡିଯିବା ପରେ ମଧ୍ଯ ପୁଣି ବାଡେଇ ଚାଲିଥିଲେ । ଶେଷରେ ହତ୍ୟାକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ଅନ୍ୟ କିଛି ପିଲା ଗୁରୁତର ଅବସ୍ଥାରେ ବିଦ୍ୟାଧରଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । କିନ୍ତୁ କେଉଁ କାରଣ ପାଇଁ ବିଦ୍ୟାଧରଙ୍କୁ ବାଡେଇ ବାଡେଇ ହତ୍ୟା କରିଲେ, ତାହା ଅସ୍ପଷ୍ଟ ରହିଥିବା ବେଳେ, ଗ୍ରାମାଞ୍ଚଳ ପୋଲିସ ଅଧିକ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତିଙ୍କ ଜନ୍ମଦିନରେ ହେବେ ସାମିଲ

04 Jul 2022 By The Sakala

ବାହାଘର ଭୋଜି ଖାଇ ଫେରିବାବେଳେ ଯୁବକଙ୍କୁ ପିଟି ପିଟି ହତ୍ୟା

ଭଦ୍ରକ: ଯୁବକଙ୍କୁ ପିଟି ପିଟି ହତ୍ୟା, ବାହାଘର ଭୋଜି ପରେ କୌଣସି କଥାକୁ କେନ୍ଦ୍ରକରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେଗଙ୍ଗାଧରପୁର ଗାଁର ବିଦ୍ୟାଧର ମାଝୀ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ସାଙ୍ଗ ବାହାଘର ଭୋଜିରେ ଗୋଟିଏ ପଂଚାୟତରୁ ସମସ୍ତେ ଯୋଗଦାନ କରିବା ପାଇଁ ଭଦ୍ରକ ସହର ସ୍ଥିତ ଏକ କଲ୍ୟାଣ ମଣ୍ଡପ କୁ ଯାଇଥିଲେ । ବାହାଘର ଭୋଜି ଖାଇସାରିବା ପରେ ଘରକୁ ଫେରୁଥିଲେ । କିନ୍ତୁ କୌଣସି କଥାକୁ ନେଇ ବିଦ୍ୟାଧରଙ୍କ ସହ ଅନ୍ୟ ଯୁବକ ମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଯୁବକ ମାନେ ବିଦ୍ୟାଧରଙ୍କୁ ଏକ ବାଉଁଶ ଯୋଗେ ବାଡେଇ ବାଡେଇ ତଳେ ପକାଇଦେଇଥିଲେ। ବିଦ୍ୟାଧର ତଳେ ପଡିଯିବା ପରେ ମଧ୍ଯ ପୁଣି ବାଡେଇ ଚାଲିଥିଲେ । ଶେଷରେ ହତ୍ୟାକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ଅନ୍ୟ କିଛି ପିଲା ଗୁରୁତର ଅବସ୍ଥାରେ ବିଦ୍ୟାଧରଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । କିନ୍ତୁ କେଉଁ କାରଣ ପାଇଁ ବିଦ୍ୟାଧରଙ୍କୁ ବାଡେଇ ବାଡେଇ ହତ୍ୟା କରିଲେ, ତାହା ଅସ୍ପଷ୍ଟ ରହିଥିବା ବେଳେ, ଗ୍ରାମାଞ୍ଚଳ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର