ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ; କହିଲେ, 'ସ୍ଥାନୀୟ ଲୋକେ ଆସିଲେ ବୋଲି ଆଜି ବଞ୍ଚିଛି'

Madhusudan Das Picture
Published On

ବାଲିଅନ୍ତା: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା । ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଛନ୍ତି ଅସଦାଚରଣର ଅଭିଯୋଗ କରିଥିବା ଯୁବତୀ। ସେ କହିଛନ୍ତି କି, ମୋତେ ଓ ମୋ ସାଙ୍ଗକୁ ଅସଦାଚରଣ କରିଥିଲେ ୨ ଯୁବକ । ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖିନଥିଲି। ତା'ପରେ ଆମ ଗାଡିକୁ ପଛରୁ ଆସି ଧକ୍କା ଦେଲେ, ଆମେ ପଡିଗଲୁ। ରାସ୍ତା ଉପରେ ପଡିଥିବା ବେଳେ ଆମକୁ ମାଡ଼ ମାରିଲେ। ବେକକୁ ଚିପି ଦେବା ସହ ଡ୍ରେସ୍ ଚିରି ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଯୋଗୁଁ ଆମେ ବଞ୍ଚିଗଲୁ। ଏହି ଘଟଣାରେ ସ୍ଥାନୀୟ ଲୋକଙ୍କୁ ଗିରଫ କରିବା ଭୁଲ୍ ବୋଲି କହିଛନ୍ତି ଯୁବତୀ ଜଣକ । 

ଆହୁରି ପଢ଼ନ୍ତୁ: ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ, ୪୭ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହେବ

ସୂଚନାଯୋଗ୍ୟ, ଗୁରୁବାର ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଅମାନୁଷିକ ଭାବେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କ ହାତ ଗୋଡ଼କୁ ବାନ୍ଧି ପିଟି ପିଟି ହତ୍ୟା କରିଥିଲେ ଉତ୍ୟକ୍ତ ସ୍ଥାନୀୟ ଲୋକେ । ଅନ୍ୟ ଜଣେ ମଧ୍ୟ ଏହି ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିବା ସମୟରେ ହିଁ ଏତେବଡ ଅଘଟଣ ଘଟିଥିଲା । ମୃତ ଯୁବକ ହେଲେ ଓଲଟପୁର ଥାନା ମୌଜପୁରର ସୌମ୍ୟରଞ୍ଜନ ସ୍ପାଇଁ। ସେ ଜିଆର୍‌ପିରେ କନ୍‌ଷ୍ଟେବଲ ଭାବେ କାମ କରନ୍ତି। ଏହି ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ୩ ମାସ ହେଲା ମିଳିନି ଭତ୍ତା : ୧୮ ଲକ୍ଷ ହିତାଧିକାରୀଙ୍କ ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ କଡ଼ା ଚିଠି

08 May 2026 By Madhusudan Das

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ; କହିଲେ, 'ସ୍ଥାନୀୟ ଲୋକେ ଆସିଲେ ବୋଲି ଆଜି ବଞ୍ଚିଛି'

ବାଲିଅନ୍ତା: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା । ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଛନ୍ତି ଅସଦାଚରଣର ଅଭିଯୋଗ କରିଥିବା ଯୁବତୀ। ସେ କହିଛନ୍ତି କି, ମୋତେ ଓ ମୋ ସାଙ୍ଗକୁ ଅସଦାଚରଣ କରିଥିଲେ ୨ ଯୁବକ । ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖିନଥିଲି। ତା'ପରେ ଆମ ଗାଡିକୁ ପଛରୁ ଆସି ଧକ୍କା ଦେଲେ, ଆମେ ପଡିଗଲୁ। ରାସ୍ତା ଉପରେ ପଡିଥିବା ବେଳେ ଆମକୁ ମାଡ଼ ମାରିଲେ। ବେକକୁ ଚିପି ଦେବା ସହ ଡ୍ରେସ୍ ଚିରି ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଯୋଗୁଁ ଆମେ ବଞ୍ଚିଗଲୁ। ଏହି ଘଟଣାରେ ସ୍ଥାନୀୟ ଲୋକଙ୍କୁ ଗିରଫ କରିବା ଭୁଲ୍ ବୋଲି କହିଛନ୍ତି ଯୁବତୀ ଜଣକ । 

ସୂଚନାଯୋଗ୍ୟ, ଗୁରୁବାର ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଅମାନୁଷିକ ଭାବେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କ ହାତ ଗୋଡ଼କୁ ବାନ୍ଧି ପିଟି ପିଟି ହତ୍ୟା କରିଥିଲେ ଉତ୍ୟକ୍ତ ସ୍ଥାନୀୟ ଲୋକେ । ଅନ୍ୟ ଜଣେ ମଧ୍ୟ ଏହି ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିବା ସମୟରେ ହିଁ ଏତେବଡ ଅଘଟଣ ଘଟିଥିଲା । ମୃତ ଯୁବକ ହେଲେ ଓଲଟପୁର ଥାନା ମୌଜପୁରର ସୌମ୍ୟରଞ୍ଜନ ସ୍ପାଇଁ। ସେ ଜିଆର୍‌ପିରେ କନ୍‌ଷ୍ଟେବଲ ଭାବେ କାମ କରନ୍ତି। ଏହି ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର