ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ବିବାହିତ ଯୁବକ

The Sakala Picture
Published On

ତୋଟପଡା/ରାସଗୋବିନ୍ଦପୁର : ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ରାସଗୋବିନ୍ଦପୁର ବ୍ଲକ ଗଡ଼ିଘାଟି ପଞ୍ଚାୟତ ର ସୁଜିତ୍ ସେନାପତି ଙ୍କୁ ଗିରଫ କରିଛି ପୋଲିସ। ସୁଜିତ୍ ବିବାହିତ। ତାଙ୍କର ଦୁଇ ଝିଅ ଅଛନ୍ତି। ସେମାନଙ୍କୁ ଟିଉସନ କରିବାକୁ ଆସୁଥିଲେ ପୀଡ଼ିତା ନାବାଳିକା। ତେବେ ଗତ ୨୫ତାରିଖ ଦିନ ଟିଉସନ କରିବାକୁ ଘରକୁ ଆସିଥିବାବେଳେ ତାଙ୍କ ସହ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ ସୁଜିତ୍। ଏ କଥା ବାହାରେ ପ୍ରଘଟ କଲେ ହତ୍ୟା ଧମକ ଦେଇଥିଲେ। ତେବେ ଅଧିକ […]

ତୋଟପଡା/ରାସଗୋବିନ୍ଦପୁର : ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ରାସଗୋବିନ୍ଦପୁର ବ୍ଲକ ଗଡ଼ିଘାଟି ପଞ୍ଚାୟତ ର ସୁଜିତ୍ ସେନାପତି ଙ୍କୁ ଗିରଫ କରିଛି ପୋଲିସ। ସୁଜିତ୍ ବିବାହିତ। ତାଙ୍କର ଦୁଇ ଝିଅ ଅଛନ୍ତି। ସେମାନଙ୍କୁ ଟିଉସନ କରିବାକୁ ଆସୁଥିଲେ ପୀଡ଼ିତା ନାବାଳିକା। ତେବେ ଗତ ୨୫ତାରିଖ ଦିନ ଟିଉସନ କରିବାକୁ ଘରକୁ ଆସିଥିବାବେଳେ ତାଙ୍କ ସହ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ ସୁଜିତ୍। ଏ କଥା ବାହାରେ ପ୍ରଘଟ କଲେ ହତ୍ୟା ଧମକ ଦେଇଥିଲେ। ତେବେ ଅଧିକ ଯନ୍ତ୍ରଣା ହେବାରୁ ନାବାଳିକା ଜଣକ ନିଜ ପରିବାର ଲୋକଙ୍କୁ ଏ କଥା ଜଣାଇଥିଲେ। ତେବେ ପୀଡ଼ିତା ଙ୍କ ବାପା ଗରିବ ଶ୍ରେଣୀର ହୋଇଥିବାରୁ ଅଭିଯୁକ୍ତ ଙ୍କ ପକ୍ଷରୁ ଘଟଣାକୁ ଚପେଇ ଦେବାକୁ ଉଦ୍ୟମ କରାଯାଇଥିଲା। ହେଲେ ପୀଡ଼ିତା ସାହସ କରି ଏ ନେଇ ଥାନା ରେ ଅଭିଯୋଗ କରିଥିଲେ। ପୋଲିସ କେସ ନମ୍ୱର୍ ୧୨୯/୨୧ରେ ମାମଲା ରୁଜୁ କରି ପୀଡ଼ିତା ଙ୍କ ଡାକ୍ତରୀ ମାଇନା କରିବା ସହ ସୁଜିତ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର