କରୁଥିଲେ ଚୋରା ମଦ କାରବାର, ଗିରଫ ଭୟରେ ନାଳକୁ ଡେଇଁ ଯୁବକଙ୍କ ହେଲା ମୃତ୍ୟୁ

The Sakala Picture
Published On

ବାଲେଶ୍ଵର: ପୋଲିସ ଗିରଫ କରିବା ଭୟରେ ନାଳକୁ ଡେଇଁ ପଡିବା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ଖବର ଆସିଛି । ଏପରି ଏକ ଘଟଣା ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା କଣ୍ଟିଆଚିରା ନାଳ ସୁଟିଂ ପାହୀ ନିକଟରେ ଘଟିଯାଇଛି। ବାଲେଶ୍ୱର ଗୋପାଳପୁର ସଲଟ ରୋଡ୍ ରେ ଚୋରା ମଦ ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଅବକାରୀ ବିଭାଗ ମଦ ବେପାରୀଙ୍କୁ ଗୋଡାଉ ଥିବା ବେଳେ ଜଣେ ଚୋରା ମଦ […]

ବାଲେଶ୍ଵର: ପୋଲିସ ଗିରଫ କରିବା ଭୟରେ ନାଳକୁ ଡେଇଁ ପଡିବା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ଖବର ଆସିଛି । ଏପରି ଏକ ଘଟଣା ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା କଣ୍ଟିଆଚିରା ନାଳ ସୁଟିଂ ପାହୀ ନିକଟରେ ଘଟିଯାଇଛି। ବାଲେଶ୍ୱର ଗୋପାଳପୁର ସଲଟ ରୋଡ୍ ରେ ଚୋରା ମଦ ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଅବକାରୀ ବିଭାଗ ମଦ ବେପାରୀଙ୍କୁ ଗୋଡାଉ ଥିବା ବେଳେ ଜଣେ ଚୋରା ମଦ ଚାଲାଣକାରୀ ଜୀବନ ବିକଳରେ ନଈକୁ ଡେଇଁପଡିଥିଲେ । ତେବେ ଯୁବକଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅବକାରୀ ବିଭାଗ ପୋଲିସ କର୍ମଚାରୀଙ୍କ ନିଲମ୍ବନ ଏବଂ ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦାବିରେ ଯୁବନେତା ବିକ୍ରମ ପଣ୍ଡା, ଚିତ୍ତରଞ୍ଜନ ନାୟକ, ସୁନୀତା ଦଳେଇ, ବାସନ୍ତୀ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ମୃତ ଯୁବକଙ୍କ ପରିବାର ଲୋକ, ସ୍ଥାନୀୟ ଅଞ୍ଚଳବାସୀ ଟାୟାର ଜାଳି ରାସ୍ତା ରୋକ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଫଳରେ ଦିନତମାମ ଗାଡି ଯାତାୟତ ଠପ୍ ହୋଇଥିଲା। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ ସହ ଅବକାରୀ ବିଭାଗର ୫ ଜଣ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ପାଇବା ପରେ ଧରଣାରୁ ଉଠିଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ସୂଚନାଯୋଗ୍ୟ, ସୋମବାର ଅବକାରୀ ବିଭାଗର ଏକ ଟିମ୍ ଚୋରା ମଦ ରେଡ୍ କରୁଥିବା ବେଳେ ୫ ଶହ ଲିଟର ମଦ ଜବତ ସହ ତିନି ଜଣକୁ ଗିରଫ କରିଥିଲା। ତେବେ ଏହି ଘଟଣାରେ ସଂପୃକ୍ତ ପୁରୁଣା ବାଲେଶ୍ଵର ଅଞ୍ଚଳର ସପନ ମାଝୀ ନାମକ ଯୁବକ ଗିରଫ ହେବା ଭୟରେ ନାଳକୁ ଡେଇଁ ପଡ଼ିଥିଲେ। ମାତ୍ର ପ୍ରଖର ସ୍ରୋତରେ ଯୁବକ ଭାସି ଯାଇଥିବା ବେଳେ ବହୁ ଖୋଜା ଖୋଜି ପରେ ମିଳିନଥିଲେ। ସନ୍ଧ୍ୟାରେ ଯୁବକଙ୍କ ମୃତଦେହ କଳା ମାଟିଆ ପାହି ଅଞ୍ଚଳରୁ ମଙ୍ଗଳବାର ଦିନ ଉଦ୍ଧାର ହୋଇଥିଲା। ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ଦିନ ପୁରୁଣା ବାଲେଶ୍ଵର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକ ଓ ପରିବାର ଲୋକ ଆର୍ଥିକ ସହାୟତା ଦାବିରେ ରାସ୍ତାରୋକ କରି ଟାୟାର ଜାଣିଥିଲେ। ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ମୁତୟନ ହୋଇଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

21 Sep 2021 By The Sakala

କରୁଥିଲେ ଚୋରା ମଦ କାରବାର, ଗିରଫ ଭୟରେ ନାଳକୁ ଡେଇଁ ଯୁବକଙ୍କ ହେଲା ମୃତ୍ୟୁ

ବାଲେଶ୍ଵର: ପୋଲିସ ଗିରଫ କରିବା ଭୟରେ ନାଳକୁ ଡେଇଁ ପଡିବା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ଖବର ଆସିଛି । ଏପରି ଏକ ଘଟଣା ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା କଣ୍ଟିଆଚିରା ନାଳ ସୁଟିଂ ପାହୀ ନିକଟରେ ଘଟିଯାଇଛି। ବାଲେଶ୍ୱର ଗୋପାଳପୁର ସଲଟ ରୋଡ୍ ରେ ଚୋରା ମଦ ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଅବକାରୀ ବିଭାଗ ମଦ ବେପାରୀଙ୍କୁ ଗୋଡାଉ ଥିବା ବେଳେ ଜଣେ ଚୋରା ମଦ ଚାଲାଣକାରୀ ଜୀବନ ବିକଳରେ ନଈକୁ ଡେଇଁପଡିଥିଲେ । ତେବେ ଯୁବକଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅବକାରୀ ବିଭାଗ ପୋଲିସ କର୍ମଚାରୀଙ୍କ ନିଲମ୍ବନ ଏବଂ ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦାବିରେ ଯୁବନେତା ବିକ୍ରମ ପଣ୍ଡା, ଚିତ୍ତରଞ୍ଜନ ନାୟକ, ସୁନୀତା ଦଳେଇ, ବାସନ୍ତୀ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ମୃତ ଯୁବକଙ୍କ ପରିବାର ଲୋକ, ସ୍ଥାନୀୟ ଅଞ୍ଚଳବାସୀ ଟାୟାର ଜାଳି ରାସ୍ତା ରୋକ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଫଳରେ ଦିନତମାମ ଗାଡି ଯାତାୟତ ଠପ୍ ହୋଇଥିଲା। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ ସହ ଅବକାରୀ ବିଭାଗର ୫ ଜଣ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ପାଇବା ପରେ ଧରଣାରୁ ଉଠିଥିଲେ।

ସୂଚନାଯୋଗ୍ୟ, ସୋମବାର ଅବକାରୀ ବିଭାଗର ଏକ ଟିମ୍ ଚୋରା ମଦ ରେଡ୍ କରୁଥିବା ବେଳେ ୫ ଶହ ଲିଟର ମଦ ଜବତ ସହ ତିନି ଜଣକୁ ଗିରଫ କରିଥିଲା। ତେବେ ଏହି ଘଟଣାରେ ସଂପୃକ୍ତ ପୁରୁଣା ବାଲେଶ୍ଵର ଅଞ୍ଚଳର ସପନ ମାଝୀ ନାମକ ଯୁବକ ଗିରଫ ହେବା ଭୟରେ ନାଳକୁ ଡେଇଁ ପଡ଼ିଥିଲେ। ମାତ୍ର ପ୍ରଖର ସ୍ରୋତରେ ଯୁବକ ଭାସି ଯାଇଥିବା ବେଳେ ବହୁ ଖୋଜା ଖୋଜି ପରେ ମିଳିନଥିଲେ। ସନ୍ଧ୍ୟାରେ ଯୁବକଙ୍କ ମୃତଦେହ କଳା ମାଟିଆ ପାହି ଅଞ୍ଚଳରୁ ମଙ୍ଗଳବାର ଦିନ ଉଦ୍ଧାର ହୋଇଥିଲା। ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ଦିନ ପୁରୁଣା ବାଲେଶ୍ଵର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକ ଓ ପରିବାର ଲୋକ ଆର୍ଥିକ ସହାୟତା ଦାବିରେ ରାସ୍ତାରୋକ କରି ଟାୟାର ଜାଣିଥିଲେ। ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ମୁତୟନ ହୋଇଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର