ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

The Sakala Picture
Published On

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପରମହଂସପୁର ଗ୍ରାମରେ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ରଞୁ ଖଟୁଆ। ସୂଚନା ମୁତାବକ ଗତ କାଲି ସଂନ୍ଧ୍ଯାରୁ ସେ ନିଖୋଜ ଥିବା ବେଳେ ଆଜି ସକାଳେ ଗାଁ ପାଖ ପୋଖରୀ ହୁଡ଼ା ରେ ତାଙ୍କ ସାଇକେଲ ସହ ଚପଲ ଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ତେବେ ଏ ନେଇ ଗ୍ରାମବାସୀ ତାଙ୍କ ପରିବାର କୁ ଖବର୍ ଦେବା […]

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପରମହଂସପୁର ଗ୍ରାମରେ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ରଞୁ ଖଟୁଆ। ସୂଚନା ମୁତାବକ ଗତ କାଲି ସଂନ୍ଧ୍ଯାରୁ ସେ ନିଖୋଜ ଥିବା ବେଳେ ଆଜି ସକାଳେ ଗାଁ ପାଖ ପୋଖରୀ ହୁଡ଼ା ରେ ତାଙ୍କ ସାଇକେଲ ସହ ଚପଲ ଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ।

ଆହୁରି ପଢ଼ନ୍ତୁ: ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ପାଣିରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ତେବେ ଏ ନେଇ ଗ୍ରାମବାସୀ ତାଙ୍କ ପରିବାର କୁ ଖବର୍ ଦେବା ସହ ପୋଲିସ କୁ ଖବର୍ ଦେଇଥିଲେ ।ଖବର୍ ପାଇ ପରଜଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀ ପହଂଚି ପୋଖରି ଭିତରେ ରେ ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ତେବେ ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହ କୁ ଉଦ୍ଧାର ପରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ତେବେ ଏ ନେଇ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ; ଓଡ଼ିଶା ଉପକୂଳରେ ମେଗା ସମରାଭ୍ୟାସ ସାଗର କବଚ-୨

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର