ଯୁବତୀଙ୍କ ଦ୍ୱାରା ପ୍ରତାରିତ ହୋଇ ଯୁବକଙ୍କ ଆତ୍ମହତ୍ୟା

The Sakala Picture
Published On

ଆଳି: ଜଣେ ଯୁବତୀଙ୍କ ଦ୍ୱାରା ପ୍ରତାରିତ ହୋଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଆଳି ଥାନାରେ ଅଭିଯୋଗ ହୋଇଛି । ଯୁବକଙ୍କ ଭଉଣି ସୁଶୋଭିତା ସାମଲଙ୍କ ଏତଲା ଅନୁଯାଇ ଆଳି ଥାନା ଅନ୍ତର୍ଗତ ସହିରା ପଚାଂୟତ ଦହିଅଟାଂ ଗ୍ରାମର ଦେବରାଜ ସାମଲ ନିକଟସ୍ଥ ଅଚଂଳର ଜଣେ ଯୁବତୀଙ୍କୁ ୬ ବର୍ଷ ହେଲା ଭଲ ପାଇବା ସହ ଅନେକ ଉପହାର ଦେଇଥିଲେ । ଏପରିକି ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା । ମାତ୍ର କୌଣସି କାରଣରୁ ଉଭୟଙ୍କ ବିବାଦ […]

ଆଳି: ଜଣେ ଯୁବତୀଙ୍କ ଦ୍ୱାରା ପ୍ରତାରିତ ହୋଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଆଳି ଥାନାରେ ଅଭିଯୋଗ ହୋଇଛି । ଯୁବକଙ୍କ ଭଉଣି ସୁଶୋଭିତା ସାମଲଙ୍କ ଏତଲା ଅନୁଯାଇ ଆଳି ଥାନା ଅନ୍ତର୍ଗତ ସହିରା ପଚାଂୟତ ଦହିଅଟାଂ ଗ୍ରାମର ଦେବରାଜ ସାମଲ ନିକଟସ୍ଥ ଅଚଂଳର ଜଣେ ଯୁବତୀଙ୍କୁ ୬ ବର୍ଷ ହେଲା ଭଲ ପାଇବା ସହ ଅନେକ ଉପହାର ଦେଇଥିଲେ । ଏପରିକି ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା । ମାତ୍ର କୌଣସି କାରଣରୁ ଉଭୟଙ୍କ ବିବାଦ ହେବାରୁ ଯୁବତୀ ଜଣଙ୍କ ପ୍ରତାରଣା କରିବା ସହ ଦେବାରାଜଙ୍କୁ ବ୍ଲାକମେଲ କରିଥିଲା । ଏକଥା ଉଭୟ ପରିବାର ଜାଣିଥିଲେ । ଶେଷରେ ଯୁବତୀ ଜଣଙ୍କ ସବୁ ସଂପର୍କକୁ ଫାଙ୍କି ଦେଇଥିଲା । ହତାଶ ହୋଇ ଦେବରାଜ ଯୁବତୀକୁ ଶେଷ ଏସଏଏମଏସ କରି ଝିଅର ଫଟୋ ଥିବା ଏକ କପରେ ମୋନୋକେମ ନାମକ ବିଷ ପୁରାଇ ପିଇ ଆତ୍ମହତ୍ୟା କରିଥିଲା । ତାଙ୍କୁ ଆଳି ମେଡିକାଲ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏଥି ପାଇଁ ଯୁବତୀଙ୍କୁ ଦାୟି କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭଉଣୀ ନିବେଦନ କରିଛନ୍ତି । ଅଭିଯୋଗ ପାଇବା ପରେ ଆଳି ପୋଲିସ ୨୬୪/୨୧ ରେ କେସ ରୁଜୁ କରି ପୋଷ୍ଟମର୍ଟମ କରାଇବା ସହ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ସଂପର୍କରେ ଆଳି ଥାନା ଆଇଆଇସି ସଲିଳ ପ୍ରଧାନ କହିଛନ୍ତି l

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

17 Sep 2021 By The Sakala

ଯୁବତୀଙ୍କ ଦ୍ୱାରା ପ୍ରତାରିତ ହୋଇ ଯୁବକଙ୍କ ଆତ୍ମହତ୍ୟା

ଆଳି: ଜଣେ ଯୁବତୀଙ୍କ ଦ୍ୱାରା ପ୍ରତାରିତ ହୋଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଆଳି ଥାନାରେ ଅଭିଯୋଗ ହୋଇଛି । ଯୁବକଙ୍କ ଭଉଣି ସୁଶୋଭିତା ସାମଲଙ୍କ ଏତଲା ଅନୁଯାଇ ଆଳି ଥାନା ଅନ୍ତର୍ଗତ ସହିରା ପଚାଂୟତ ଦହିଅଟାଂ ଗ୍ରାମର ଦେବରାଜ ସାମଲ ନିକଟସ୍ଥ ଅଚଂଳର ଜଣେ ଯୁବତୀଙ୍କୁ ୬ ବର୍ଷ ହେଲା ଭଲ ପାଇବା ସହ ଅନେକ ଉପହାର ଦେଇଥିଲେ । ଏପରିକି ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା । ମାତ୍ର କୌଣସି କାରଣରୁ ଉଭୟଙ୍କ ବିବାଦ ହେବାରୁ ଯୁବତୀ ଜଣଙ୍କ ପ୍ରତାରଣା କରିବା ସହ ଦେବାରାଜଙ୍କୁ ବ୍ଲାକମେଲ କରିଥିଲା । ଏକଥା ଉଭୟ ପରିବାର ଜାଣିଥିଲେ । ଶେଷରେ ଯୁବତୀ ଜଣଙ୍କ ସବୁ ସଂପର୍କକୁ ଫାଙ୍କି ଦେଇଥିଲା । ହତାଶ ହୋଇ ଦେବରାଜ ଯୁବତୀକୁ ଶେଷ ଏସଏଏମଏସ କରି ଝିଅର ଫଟୋ ଥିବା ଏକ କପରେ ମୋନୋକେମ ନାମକ ବିଷ ପୁରାଇ ପିଇ ଆତ୍ମହତ୍ୟା କରିଥିଲା । ତାଙ୍କୁ ଆଳି ମେଡିକାଲ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏଥି ପାଇଁ ଯୁବତୀଙ୍କୁ ଦାୟି କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭଉଣୀ ନିବେଦନ କରିଛନ୍ତି । ଅଭିଯୋଗ ପାଇବା ପରେ ଆଳି ପୋଲିସ ୨୬୪/୨୧ ରେ କେସ ରୁଜୁ କରି ପୋଷ୍ଟମର୍ଟମ କରାଇବା ସହ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ସଂପର୍କରେ ଆଳି ଥାନା ଆଇଆଇସି ସଲିଳ ପ୍ରଧାନ କହିଛନ୍ତି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର