ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା, ୪ ଅଟକ

The Sakala Picture
Published On

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଆଦର୍ଶ ଥାନା ଅନ୍ତର୍ଗତ ବଙ୍ଗଳାପଡାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ତେବେ ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ବଙ୍ଗଳାପଡାର ଦ୍ୱାରିକା ରାତ୍ରେ (୨୫) ଓ ଅଭିଯୁକ୍ତ ମାନେ ନିଶା ସେବନ କରିଥିଲେ। ଏହାପରେ ପୂର୍ବ ଶତ୍ରୁତାକୁ ନେଇ ସେମାନଙ୍କ ମଧ୍ୟରେ କଜିଆ ଉପୁଜିଥିଲା। ଅଭିଯୁକ୍ତ ମାନେ ତାଙ୍କୁ ଛୁରୀରେ ଭୁସି ନିର୍ମମ ଭାବେ […]

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଆଦର୍ଶ ଥାନା ଅନ୍ତର୍ଗତ ବଙ୍ଗଳାପଡାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ତେବେ ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ବଙ୍ଗଳାପଡାର ଦ୍ୱାରିକା ରାତ୍ରେ (୨୫) ଓ ଅଭିଯୁକ୍ତ ମାନେ ନିଶା ସେବନ କରିଥିଲେ। ଏହାପରେ ପୂର୍ବ ଶତ୍ରୁତାକୁ ନେଇ ସେମାନଙ୍କ ମଧ୍ୟରେ କଜିଆ ଉପୁଜିଥିଲା। ଅଭିଯୁକ୍ତ ମାନେ ତାଙ୍କୁ ଛୁରୀରେ ଭୁସି ନିର୍ମମ ଭାବେ ହତ୍ୟା କରିଥିଲେ। ତାଙ୍କର ଛାତି ଓ ପଛପଟ ମୁଣ୍ଡରେ ଆଘାତ କରିଥିଲେ। ପରେ ସେମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଶବକୁ ଜବତ କରିଥିଲା। ଜବତ ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ନମୂନା ସଂଗ୍ରହ କରିଥିଲା। ଏପରିକି ସନ୍ଧାନି କୁକୁରର ମଧ୍ୟ ସହାୟତା ନିଆଯାଇଥିଲା। ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ତେବେ ଘଟଣା ସ୍ଥଳରୁ ଏକ ଧାରୁଆ ଛୁରୀ ଜବତ ହୋଇଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଜାଣିବାକୁ ପାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର