ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି: ଗତକାଲି ଅଂଶୁଘାତରେ ୮ଜଣ ଆକ୍ରାନ୍ତ, ସତର୍କ ରହିବାକୁ ସବୁ ଡାକ୍ତରଖାନାକୁ ପରାମର୍ଶ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ରାଜ୍ୟ ତମାମ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପକୂଳରୁ ଉପାନ୍ତ ହେଉକି ବୌଦ୍ଧରୁ ଭୁବନେଶ୍ୱର ସବୁଠି ଦେଖିବାକୁ ମିଳୁଛି ତାତିର ଦାଉ। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ଗତକାଲି ରାଜ୍ୟରେ ଅଂଶୁଘାତରେ ୮ ଜଣ ଆକ୍ରାନ୍ତ ହେଇଛନ୍ତି । ଅନୁଗୁଳରୁ ୫ଜଣ, ମୟୁରଭଞ୍ଜ , ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅଂଶୁଘାତର ଶିକାର ହୋଇଥିବା ଜଣାପଡ଼ିଛି। ଏ ନେଇ ଜନସ୍ବାସ୍ଥ୍ୟ […]

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ରାଜ୍ୟ ତମାମ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପକୂଳରୁ ଉପାନ୍ତ ହେଉକି ବୌଦ୍ଧରୁ ଭୁବନେଶ୍ୱର ସବୁଠି ଦେଖିବାକୁ ମିଳୁଛି ତାତିର ଦାଉ। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ଗତକାଲି ରାଜ୍ୟରେ ଅଂଶୁଘାତରେ ୮ ଜଣ ଆକ୍ରାନ୍ତ ହେଇଛନ୍ତି । ଅନୁଗୁଳରୁ ୫ଜଣ, ମୟୁରଭଞ୍ଜ , ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅଂଶୁଘାତର ଶିକାର ହୋଇଥିବା ଜଣାପଡ଼ିଛି। ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସବୁ ଡାକ୍ତରଖାନାକୁ ସତର୍କ ରହିବାକୁ କୁହାଯାଇଛି। ଜିଲ୍ଲା ହସ୍ପିଟାଲ ଗୁଡିକରେ ବେଡ଼ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି। ହିଟ କ୍ରାମ୍ପସ, ହିଟ ଷ୍ଟ୍ରୋକସର ଶିକାର ହେଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ପ୍ରସ୍ତୁତ ଅଛନ୍ତି ହସ୍ପିଟାଲ। ଜିଭ ଶୁଖିଯିବ,ବାନ୍ତି ଲାଗିବ,ବିପି କମିବା,ଦେହ ହାତ ଘୋଳା ବିନ୍ଧା, ଗମଗମ ଝାଳ ବୋହିବ ଏସବୁ ଅଂଶୁଘାତର ଲକ୍ଷଣ ରହିଛି। ଅଂଶୁଘାତ ଚିକିତ୍ସା ପାଇଁ ୩ ଦିନ ଧରି ଡାକ୍ତର ମାନଙ୍କୁ ଟ୍ରେନିଂ ଦିଆଯାଇଛି। ଅଂଶୁଘାତ ମୃତ୍ୟୁ ହେଲେ ଇନକ୍ୱାରି କରିବା ପାଇଁ ଜିଲ୍ଲା ସ୍ତରରେ ଗୋଟିଏ ଟିମ ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ଅଂଶୁଘାତ ପାଇଁ ସତର୍କତା-

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

-ଦିନ ବେଳା ଖରାତାତି ବଢ଼ିବାରେ ଲାଗିଲାଣି, ଏଣୁ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
-ଖରାରେ ବାହାରକୁ ଯାଆନ୍ତୁ ନାହିଁ ।
-ନିଆଁ ପାଖରେ ବେଶୀ ସମୟ ରୁହନ୍ତୁ ନାହିଁ ।
-ଦିନ ୧୧ଟା ପରେ ଓ ୩ଟା ପୂର୍ବରୁ ଖରାରେ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ ।
-ଯଥେଷ୍ଟ ପାଣି ପିଇବା ସହ କାକୁଡି, ତରଭୁଜ, ପଖାଳ ଆଦି ଖାଆନ୍ତୁ ।
-ସ୍କୁଲ, ପିଲାଙ୍କ ପାଇଁ ପିଇବା ପାଣିର ଉଚିତ୍ ବ୍ୟବସ୍ଥା କରନ୍ତୁ।
-ମୁଣ୍ଡ ବୁଲାଇଲେ, ଗୋଡ ହାତ ଝୋଲା ମାରିଲେ କିମ୍ବା ଟାଙ୍କି ହେଲେ, ଅତ୍ୟଧୂକ ଝାଳ ବୋହିଲେ କିମ୍ବା ଆଦୌ ଝାଳ ନବାହାରିଲେ ଶୀତଳ ଛାଇ ଯାଗାରେ ବିଶ୍ରାମ ନିଅନ୍ତୁ ଏବଂ ଓ.ଆର୍.ଏସ୍ ଦ୍ରବଣ ପିଅନ୍ତୁ ।
-ବାହାରକୁ ଯିବାକୁ ହେଲେ ଛତା, ଚପଲ, ଓଦା ଗାମୁଛା ଆଦି ବ୍ୟବହାର କରନ୍ତୁ ଓ ପାଣି ବୋତଲ ସାଙ୍ଗରେ ନିଅନ୍ତୁ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା

ସେହିପରି ଆଜି ୧୧ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା-

କେନ୍ଦୁଝର:38.6°C
ଝାରସୁଗୁଡା: 37.4°C
ସମ୍ବଲପୁର: 37.4°C
ଚାନ୍ଦବାଲି: 37.2°C
ହୀରାକୁଦ:36.9°C
ରାଉରକେଲା: 36.6°C
ଭୁବନେଶ୍ୱର: 36.2°C
ବାଲେଶ୍ୱର: 36°C
ଗୋପାଳପୁର: 32.2°C
ପୁରୀ: 31.8°C
ପାରାଦୀପ : 31.2°C

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର