ଘନକୁହୁଡ଼ି ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ସତର୍କ ରହିବାକୁ ଏସ୍‌ଆରସିଙ୍କ ପରାମର୍ଶ

The Sakala Picture
Published On

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପ କମ୍‌‌ ରହିବା ସହ ଅଧିକାଂଶ ସ୍ଥାନରେ କୁହୁଡ଼ି ପାଇଁ ପାଗ ଅନୁକୂଳ ରହିଛି। ଏହି ସ୍ଥିତି ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟକୁ ବର୍ତ୍ତମାନ ବଙ୍ଗୋପସାଗରୀୟ ଉଷ୍ଣ ବାୟୁ ପ୍ରବେଶ ଜାରି ରହିଛି। ଏହାଦ୍ୱାରା ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ସହ କୁହୁଡ଼ି ସମସ୍ୟା ଦେଖାଯାଉଛି। ଆସନ୍ତାକାଲି ରାଜ୍ୟର ୧୫ଟି ଜିଲ୍ଲାରେ ଘନକୁହୁଡ଼ି ହେବାର ଆଶଙ୍କା ଦେଖାଯାଇଛି। […]

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପ କମ୍‌‌ ରହିବା ସହ ଅଧିକାଂଶ ସ୍ଥାନରେ କୁହୁଡ଼ି ପାଇଁ ପାଗ ଅନୁକୂଳ ରହିଛି। ଏହି ସ୍ଥିତି ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟକୁ ବର୍ତ୍ତମାନ ବଙ୍ଗୋପସାଗରୀୟ ଉଷ୍ଣ ବାୟୁ ପ୍ରବେଶ ଜାରି ରହିଛି। ଏହାଦ୍ୱାରା ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ସହ କୁହୁଡ଼ି ସମସ୍ୟା ଦେଖାଯାଉଛି। ଆସନ୍ତାକାଲି ରାଜ୍ୟର ୧୫ଟି ଜିଲ୍ଲାରେ ଘନକୁହୁଡ଼ି ହେବାର ଆଶଙ୍କା ଦେଖାଯାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ‌କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ‌ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ତେବେ କୁହୁଡ଼ିଜନିତ ସମସ୍ୟାର ସମାଧାନ ପାଇଁ ପୁଲିସ ଓ ପରିବହନ ବିଭାଗକୁ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ଏସ୍‌ଆରସି ପକ୍ଷରୁ କୁହାଯାଇଛି। ଘନକୁହୁଡ଼ି ସମୟରେ ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥ ଗୁଡ଼ିକରେ ଯାନବାହନ ନିୟନ୍ତ୍ରଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

27 Dec 2023 By The Sakala

ଘନକୁହୁଡ଼ି ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ସତର୍କ ରହିବାକୁ ଏସ୍‌ଆରସିଙ୍କ ପରାମର୍ଶ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପ କମ୍‌‌ ରହିବା ସହ ଅଧିକାଂଶ ସ୍ଥାନରେ କୁହୁଡ଼ି ପାଇଁ ପାଗ ଅନୁକୂଳ ରହିଛି। ଏହି ସ୍ଥିତି ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟକୁ ବର୍ତ୍ତମାନ ବଙ୍ଗୋପସାଗରୀୟ ଉଷ୍ଣ ବାୟୁ ପ୍ରବେଶ ଜାରି ରହିଛି। ଏହାଦ୍ୱାରା ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ସହ କୁହୁଡ଼ି ସମସ୍ୟା ଦେଖାଯାଉଛି। ଆସନ୍ତାକାଲି ରାଜ୍ୟର ୧୫ଟି ଜିଲ୍ଲାରେ ଘନକୁହୁଡ଼ି ହେବାର ଆଶଙ୍କା ଦେଖାଯାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରିଛି।

ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ‌କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ‌ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ତେବେ କୁହୁଡ଼ିଜନିତ ସମସ୍ୟାର ସମାଧାନ ପାଇଁ ପୁଲିସ ଓ ପରିବହନ ବିଭାଗକୁ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ଏସ୍‌ଆରସି ପକ୍ଷରୁ କୁହାଯାଇଛି। ଘନକୁହୁଡ଼ି ସମୟରେ ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥ ଗୁଡ଼ିକରେ ଯାନବାହନ ନିୟନ୍ତ୍ରଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର