ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର: ରାଜ୍ୟ ଯୁବଗୋଷ୍ଠୀଙ୍କ ଦକ୍ଷତାକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇଥିବା ସୁପ୍ରତିଷ୍ଠିତ କୀର୍ତ୍ତିମାନ

The Sakala Picture
Published On

ଭୁବନେଶ୍ୱର(ଦତ୍ତାତ୍ରେୟ): ‘ଆର୍ ୟୁ ସ୍କିଲ୍ଡ ଅର୍ ସ୍କିଲ୍ଡ ଇନ୍‌ ଓଡ଼ିଶା’’; ଆପଣ ଦକ୍ଷ ନା ଓଡ଼ିଶାରୁ ଦକ୍ଷତା ହାସଲ କରିଛନ୍ତି? ଭବିଷ୍ୟତରେ ଓଡ଼ିଶାର ଯୁବକଯୁବତୀଙ୍କୁ ନିଯୁକ୍ତିଦାତା ଏମିତି ଏକ ପ୍ରଶ୍ନ ପଚାରିବାର ସୁଯୋଗ ସୃଷ୍ଟି କରିବାରେ ଲାଗିଛି ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର। ରାଜଧାନୀରେ ଠିଆ ହୋଇଥିବା ରାଜ୍ୟର ଏହା କେବଳ ଉଚ୍ଚତମ ଅଟ୍ଟାଳିକା ନୁହେଁ; ବରଂ ରାଜ୍ୟ ଯୁବଗୋଷ୍ଠୀଙ୍କ ଦକ୍ଷତାକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇଥିବା ସୁପ୍ରତିଷ୍ଠିତ କୀର୍ତ୍ତିମାନ। ବିଶ୍ବଦକ୍ଷତା କେନ୍ଦ୍ରର ପରିକଳ୍ପନା ବୃତ୍ତିଗତ ସଫଳତା […]

ଭୁବନେଶ୍ୱର(ଦତ୍ତାତ୍ରେୟ): ‘ଆର୍ ୟୁ ସ୍କିଲ୍ଡ ଅର୍ ସ୍କିଲ୍ଡ ଇନ୍‌ ଓଡ଼ିଶା’’; ଆପଣ ଦକ୍ଷ ନା ଓଡ଼ିଶାରୁ ଦକ୍ଷତା ହାସଲ କରିଛନ୍ତି? ଭବିଷ୍ୟତରେ ଓଡ଼ିଶାର ଯୁବକଯୁବତୀଙ୍କୁ ନିଯୁକ୍ତିଦାତା ଏମିତି ଏକ ପ୍ରଶ୍ନ ପଚାରିବାର ସୁଯୋଗ ସୃଷ୍ଟି କରିବାରେ ଲାଗିଛି ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର। ରାଜଧାନୀରେ ଠିଆ ହୋଇଥିବା ରାଜ୍ୟର ଏହା କେବଳ ଉଚ୍ଚତମ ଅଟ୍ଟାଳିକା ନୁହେଁ; ବରଂ ରାଜ୍ୟ ଯୁବଗୋଷ୍ଠୀଙ୍କ ଦକ୍ଷତାକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇଥିବା ସୁପ୍ରତିଷ୍ଠିତ କୀର୍ତ୍ତିମାନ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ବିଶ୍ବଦକ୍ଷତା କେନ୍ଦ୍ରର ପରିକଳ୍ପନା
ବୃତ୍ତିଗତ ସଫଳତା ପାଇଁ ଡିଗ୍ରୀ ଦରକାର ଓ ଏହା ସହିତ ଦକ୍ଷତା ବି ଦରକାର। କିନ୍ତୁ ବଡ଼କଥା ହେଲା ସେ ଦକ୍ଷତା ସମୟପଯୋଗୀ ହେବା ଦରକାର। ଓଡ଼ିଆ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଆରମ୍ଭ କରିଛନ୍ତି। ଏହି ପରିକଳ୍ପନାର ଏକ ସଫଳ ରୂପାୟନ ହେଉଛି ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ବା ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର। ରାଜ୍ୟ ସରକାରଙ୍କ ଏହି ମହତ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଛି ବିଶ୍ବସ୍ତରୀୟ ଏହି ଅନୁଷ୍ଠାନ।

ଇଞ୍ଜିନିୟରିଂ ଓ ସେବା କ୍ଷେତ୍ରରେ ତାଲିମ
୨୦୨୧ ମସିହାରେ ଖୋଲିଥିବା ବିଶ୍ୱ ଦକ୍ଷତାକେନ୍ଦ୍ରରେ ସମୟ, ଶିଳ୍ପ ଓ ଭବିଷ୍ୟତର ଆବଶ୍ୟକତାକୁ ଦେଖି ବିଭିନ୍ନ ବୈଷୟିକ ଓ ସେବା ସମ୍ପର୍କିତ ତାଲିମ ପ୍ରଦାନ କରାଯାଉଛି। ଏଠାରେ ରହିଛି ଅତ୍ୟାଧୁନିକ ଲାବୋରେଟୋରୀ। ନିଯୁକ୍ତିପରେ ସେମାନଙ୍କୁ ଯେଉଁସବୁ ମେସିନ, ଟେକ୍ନୋଲୋଜି ସହ କାମ କରିବାକୁ ପଡ଼ିବ ତାହା ଏଠାକାର ଲାବୋରେଟୋରୀରେ ରହିଛି। ତେଣୁ ଏଠାରୁ ବାହାରୁଥିବା ଛାତ୍ରଛାତ୍ରୀ ନିଯୁକ୍ତିର ପ୍ରଥମ ଦିନରୁ ହିଁ କାମ କରିବାର ଦକ୍ଷତା ରଖିଛନ୍ତି।

ଅତ୍ୟାଧୁନିକ ତାଲିମ ବ୍ୟବସ୍ଥା
ଆଇଟିଆଇ କିମ୍ବା ଡିପ୍ଲୋମା କରିଥିବା ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇପାରିବେ। ଏ ସବୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ସିଙ୍ଗାପୁରର ଆଇଟିଇଇଏସ୍ ଦ୍ବାରା ପ୍ରସ୍ତୁତ ହୋଇଛି। ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରର ନଲେଜ ପାର୍ଟନର ଭାବେ କାମ କରୁଛି ଆଇଟିଇଇଏସ୍। ପାରମ୍ପରିକ ପାଠ୍ୟକ୍ରମ ବଦଳରେ ଅତ୍ୟାଧୁନିକ ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏହା ଛାତ୍ରଛାତ୍ରୀଙ୍କୁ ଇଣ୍ଡଷ୍ଟ୍ରିରେଡି କରୁଛି। ଏଠାରୁ ତାଲିମ ଶେଷ କରିଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟପ୍ରକ୍ରିୟାକରଣ, ଔଷଧ, ପେଟ୍ରୋକେମିକାଲ୍ସ, ଲଜିଷ୍ଟିକ୍ସ ଓ ଅଟୋମୋବାଇଲ ଶିଳ୍ପ କ୍ଷେତ୍ରରେ ବହୁତ ନିଯୁକ୍ତି ସୁଯୋଗ ରହିଛି ବୋଲି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅଳକା ମିଶ୍ର କହିଛନ୍ତି।

ଶିଳ୍ପାନୁଷ୍ଠାନରେ କାମ କରିବାର ଅନୁଭବ
ଆଇଟିଆଇ ଓ ଡିପ୍ଲୋମା କରି ଆସିଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଥିଓରି ଜ୍ଞାନର ଅଭାବ ନ ଥାଏ। କିନ୍ତୁ ପ୍ରୟୋଗାତ୍ମକ ଜ୍ଞାନର ଅଭାବ ପାଇଁ ସେମାନେ ନିଜକୁ ଶିଳ୍ପ ଉପଯୋଗୀ କରିପାରନ୍ତି ନାହିଁ। ତେଣୁ ବିଶ୍ବ ଦକ୍ଷତାବିକାଶ କେନ୍ଦ୍ରରେ ପ୍ରାକ୍ଟିକାଲ ଜ୍ଞାନକୁ ହିଁ ବେଶୀ ଗୁରୁତ୍ବ ଦିଆଯାଇଛି। ସେଥିପାଇଁ ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ପ୍ରାକ୍ଟିକାଲର ବ୍ୟବସ୍ଥା ରହିଛି। ଏଠାରେ ୨୭ରୁ ଅଧିକ ଅତ୍ୟାଧୁନିକ ଲାବୋରେଟୋରି ରହିଛି। ଏଠାରେ ଛାତ୍ରଛାତ୍ରୀ ଇଲେକ୍ଟ୍ରିକାଲ ଠାରୁ ଆରମ୍ଭ କରି ଭର୍ଟିକାଲ ଇଞ୍ଜିନିୟରିଂର ପ୍ରାକ୍ଟିକାଲ କରିବାର ବହୁ ସୁଯୋଗ ପାଆନ୍ତି। ଏଠାକାର ଲାବୋରେଟୋରି ଦେଖିଲେ ଶିଳ୍ପାନୁଷ୍ଠାନର ଭ୍ରମ ସୃଷ୍ଟି ହୁଏ। ବଡ଼ବଡ଼ ଶିଳ୍ପାନୁଷ୍ଠାନରେ ଥିବା ବିଭିନ୍ନ ଅତ୍ୟାଧୁନିକ ମେସିନାରି ସହ ସେଠାରେ ବ୍ୟବହାର ହେଉଥିବା ଟେକ୍ନୋଲୋଜିର ବ୍ୟବସ୍ଥା ମଧ୍ୟ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରରେ ରହିଛି।

ବିଶ୍ବସ୍ତରୀୟ ତାଲିମଦାତା
ଏଠାରେ ବିଶ୍ବସ୍ତରୀୟ ତାଲିମ ବ୍ୟବସ୍ଥା ସହ ତାଲିମଦାତାମାନେ ମଧ୍ୟ ବିଶ୍ବସ୍ତରୀୟ। ପ୍ରଶିକ୍ଷକମାନେ ସିଙ୍ଗାପୁର ଆଇଟିଇଇଏସ୍‌ରୁ ତାଲିମପ୍ରାପ୍ତ। ଏହା ସହିତ ବିଭିନ୍ନ ସମୟରେ ଆଇଟିଇଇଏସ୍ ଓ ଅନ୍ୟ ଶିଳ୍ପାନୁଷ୍ଠାନରୁ ମଧ୍ୟ ବିଶେଷଜ୍ଞମାନେ ତାଲିମ ଦେବାକୁ ଆସିଥାନ୍ତି। ଫଳରେ ଛାତ୍ରଛାତ୍ରୀଙ୍କର ଜ୍ଞାନ ବଢ଼ିବା ସହ ଏହା ସେମାନଙ୍କ ଦକ୍ଷତା ବିକାଶରେ ସାହାଯ୍ୟ କରିଥାଏ।

ଉଦ୍ୟୋଗୀ ହେବାର ପ୍ରେରଣା
ଛାତ୍ରଛାତ୍ରୀ କେବଳ ଏଠାରେ ନିଜକୁ ଚାକିରି ପାଇଁ ପ୍ରସ୍ତୁତ କରୁଛନ୍ତି ତାହା ନୁହେଁ, ଏଠାରୁ ତାଲିମ ନେଇଥିବା ଛାତ୍ରଛାତ୍ରୀ ନିଜସ୍ବ ଉଦ୍ୟୋଗ ଓ ବ୍ୟବସାୟ କରିବା ପାଇଁ ମଧ୍ୟ ଦକ୍ଷତା ଓ ଆତ୍ମବିଶ୍ବାସ ହାସଲ କରିପାରୁଛନ୍ତି। ଏଠାରୁ ପାସ୍ କରିବା ପରେ ସମସ୍ତେ ଚାକିରି କରିବାକୁ ଚାହାନ୍ତି ନାହିଁ। କେତେକ ନିଜର ଉଦ୍ୟୋଗ ଓ ବ୍ୟବସାୟ ଆରମ୍ଭ କରିବା ପାଇଁ ମଧ୍ୟ ସ୍ବପ୍ନ ଦେଖିଥାନ୍ତି।

ସେବା କ୍ଷେତ୍ରରେ ବି ତାଲିମ
ଇଞ୍ଜିନିୟରିଂ ସମେତ ସେବା କ୍ଷେତ୍ର ପାଇଁ ସ୍ବତନ୍ତ୍ର ତାଲିମର ବ୍ୟବସ୍ଥା ଏଠାରେ ରହିଛି। ବ୍ୟୁଟି ୱେଲ୍‌ନେସ ଆଣ୍ଡ ସ୍ପା ଏବଂ ହେୟାର ଫେଶନ ଆଣ୍ଡ ଡିଜାଇନ। ଏଠାରେ ମହିଳାମାନେ ଫେସିଆଲ, ବ୍ରାଇଡାଲ ମେକ୍ଅପ୍, ନେଲ୍ ଆର୍ଟ, ବେସିକ ଫେସିଆଲ ଟ୍ରିଟ୍ମେଣ୍ଟସ, ମ୍ୟାନିକିଓର, ପ୍ୟାଡିକିଓର, ହେଡ୍ ମସାଜ, ହେୟାର କଟିଂ, ହେୟାର ଡିଜାଇନିଂ, ମସାଜ ଥେରାପି ଭଳି ଅନେକ ବିଷୟରେ ତାଲିମ ନେଉଛନ୍ତି। ଏଠାରୁ ତାଲିମ ନେବା ପରେ ମହିଳାମାନେ ବ୍ୟୁଟିସିଆନ ଭାବେ କାମ କରିପାରିବେ। ଏହା ସହିତ ନିଜସ୍ବ ବ୍ୟୁଟିପାର୍ଲର କିମ୍ବା ୱେଲନେସ୍‌ ସେଣ୍ଟର ଖୋଲିପାରିବେ। ଏହି ପାଠ୍ୟକ୍ରମ ପାଇଁ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ କିମ୍ବା ଡିପ୍ଲୋମା।

୫ ଅତ୍ୟାଧୁନିକ ଇଞ୍ଜିନିୟରିଂ କୋର୍ସ
ଏଠାରେ ପାରମ୍ପରିକ ଇଞ୍ଜିନିୟରିଂ ପାଠ୍ୟକ୍ରମ ବଦଳରେ ସମୟ ଓ ଶିଳ୍ପାନୁଷ୍ଠାନ ଆବଶ୍ୟକ କରୁଥିବା ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିରେ ଛାତ୍ରଛାତ୍ରୀଙ୍କୁ ଦକ୍ଷ କରାଯାଏ। ଏଠାରେ ଥିବା ପାଠ୍ୟକ୍ରମଗୁଡ଼ିକ ହେଲା ମେକାଟ୍ରୋନିକ୍ସ, ମେକାନିକାଲ୍‌ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଓ ଭର୍ଟିକାଲ ଟେକ୍ନୋଲୋଜି। ଆଇଟିଆଇ କିମ୍ବା ଡିପ୍ଲୋମା ପାସ୍ କରିଥିବା ଛାତ୍ରଛାତ୍ରୀ ଏଥିରେ ନାମ ଲେଖାଇପାରିବେ।

ନିଜକୁ ଉପସ୍ଥାପନ କରିବାର ତାଲିମ
ଡିଗ୍ରୀ, ଅଛି ଦକ୍ଷତା ବି ଅଛି, ଆତ୍ମବିଶ୍ବାସ ବି ଅଛି। ଏସବୁ ଥାଇ ବି ବେଳେ ବେଳେ ଚାକିରି ମିଳିବା ସମ୍ଭବ ହୁଏନାହିଁ। କାରଣ ନିଜକୁ ନିଯୁକ୍ତିଦାତାଙ୍କ ସମ୍ମୁଖରେ ଠିକ୍‌ରେ ଉପସ୍ଥାପନ କରିପାରିବା ଜରୁରୀ। ଏ କୌଶଳ ବି ଶିଖିବାର ଆବଶ୍ୟକତା ରହିଛି। ତେଣୁ ସବୁ ପାଠ୍ୟକ୍ରମଭିତ୍ତିକ ତାଲିମ ସହ ଏଠାରେ ଜୀବନ କୌଶଳ ତାଲିମ ପ୍ରଦାନ କରାଯାଉଛି। ସେଗୁଡ଼ିକ ହେଲା ଯୋଗାଯୋଗ ଦକ୍ଷତା, ବୃତ୍ତିଗତ ଓ ବ୍ୟକ୍ତିଗତ ବିକାଶ, ଉଦ୍ୟୋଗ ବିକାଶ, ମକ୍ ଇଣ୍ଟରଭ୍ୟୁ ଓ ଯୋଗାଭ୍ୟାସ। ଏହା ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବା ସହ ସେମାନେ କୌଣସି ଚାକିରି ପାଇଁ ସାକ୍ଷାତକାରର ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରୁଛନ୍ତି।

ଆଇଟିଆଇର ବିକାଶରେ ପ୍ରମୁଖ ଭୂମିକା
ବିଶ୍ବ ଦକ୍ଷତାବିକାଶ କେନ୍ଦ୍ର କେବଳ ଏଠାରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତାବିକାଶର ତାଲିମ ଦିଏ ତାହା ନୁହେଁ; ବରଂ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଆଇଟିଆଇର ଭିତ୍ତିଭୂମି ବିକାଶ ଓ ସେଠାକାର ତାଲିମ ବ୍ୟବସ୍ଥାର ବିକାଶ ପାଇଁ କାମ କରିଥାଏ। ଆଇଟିଆଇର ପ୍ରିନ୍ସିପାଲମାନଙ୍କୁ ପର୍ଯ୍ୟାୟ କ୍ରମେ ତାଲିମ ପାଇଁ ସିଙ୍ଗାପୁର ପଠାଯାଉଛି। ସେମାନେ ତାଲିମ ନେଇ ଫେରିବା ପରେ ଆଇଟିଆଇଗୁଡ଼ିକରେ ଦକ୍ଷତା ବିକାଶ ବ୍ୟବସ୍ଥାକୁ ସମୟ ଓ ଶିଳ୍ପୋଯୋଗୀ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏଥିପାଇଁ ବିଶ୍ବ ଦକ୍ଷତାବିକାଶ କେନ୍ଦ୍ର ପକ୍ଷରୁ ସବୁ ସହଯୋଗ କରିଥାଏ। ଅଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ବିଶ୍ବ ଦକ୍ଷତାବିକାଶ କେନ୍ଦ୍ର ଫଳପ୍ରସୂ ଉଦ୍ୟମ କରୁଛି।

ପୂର୍ବରୁ କିଛି ନ ହେଲେ ଆଇଟିଆଇ କରିବାର ମାନସିକତାରେ ପରିବର୍ତ୍ତନ ଆସିଛି। ଆଇଟିଆଇଗୁଡ଼ିକର କାୟାକଳ୍ପ ପରିବର୍ତ୍ତନ ହେଉଥିବାରୁ ଛାତ୍ରଛାତ୍ରୀ ଆଇଟିଆଇରେ ପଢ଼ିବା ପାଇଁ ସେମାନଙ୍କ ପ୍ରଥମ ପସନ୍ଦରେ ରଖୁଥିବାର ଉଦାହରଣ ବଢ଼ିବାରେ ଲାଗିଛି।

ଫଳପ୍ରଦ ହେଉଛି ‘ଫିନିସିଙ୍ଗ୍‌‌ ସ୍କୁଲ୍‌‌’ ଢାଞ୍ଚା
‘ଫିନିସିଙ୍ଗ୍‌‌ ସ୍କୁଲ’ ବା ‘ଇଣ୍ଡଷ୍ଟ୍ରି ରେଡିନେସ୍‌‌’ ଢାଞ୍ଚାରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରାଯାଉଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍‌‌ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍‌‌ ସର୍ଭିସେସ୍‌‌ ଦୁଇଟି ବିଭାଗରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ପ୍ରାର୍ଥୀମାନଙ୍କୁ ତାଲିମ ଦିଆଯାଉଛି। ଯୁବପିଢ଼ିର ଦକ୍ଷତା ବିକାଶ ସହିତ ସେମାନଙ୍କ ନିଯୁକ୍ତି ସମ୍ଭାବନା ବୃଦ୍ଧି ପାଇଁ ଏହି କେନ୍ଦ୍ରରେ ବର୍ଷକୁ ଦୁଇଟି ବ୍ୟାଚ୍‌‌ରେ ତାଲିମ ଦିଆଯାଉଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଗୁଣାତ୍ମକ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଓ ଉନ୍ନତ ମାନର ବିଭିନ୍ନ ଯନ୍ତ୍ରପାତି ଏବଂ ତାଲିମ ଉପକରଣ ରହିଛି। ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ପରିଚିତ ସିଙ୍ଗାପୁରସ୍ଥିତ ଆଇଟିଇଇଏସ୍‌‌ ସଂସ୍ଥାର ସହଯୋଗକ୍ରମେ ବିଶ୍ୱ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। ଓଡ଼ିଶାରୁ ଦକ୍ଷତା ବିକାଶ ତାଲିମ ନେଇ ବାହାରୁଥିବା ଯୁବକ ଯୁବତୀମାନଙ୍କୁ ଆଗାମୀ ଦିନରେ ଦେଶ ବିଦେଶରେ ନିଯୁକ୍ତି ବେଳେ ନିଶ୍ଚୟ ଗୁରୁତ୍ୱ ମିଳିବ।

ଖାଇବା, ରହିବା ମାଗଣା
ଉଭୟ ଇଞ୍ଜିନିୟରିଂ ଓ ସେବା ପାଠ୍ୟକ୍ରମ ପାଇଁ ତାଲିମ ଅବଧି ଏକ ବର୍ଷ। ପାଠ୍ୟକ୍ରମ ବାବଦକୁ ୨୦ ହଜାର ଟଙ୍କା ଦେବାକୁ ପଡ଼ିଥାଏ। କିନ୍ତୁ ହଷ୍ଟେଲରେ ରହିବା, ଖାଇବା, ୟୁନିଫର୍ମ ଓ ପରିବହନ ସୁବିଧା ମାଗଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି। ପାଠ୍ୟକ୍ରମ ଫି ୨ଟି କିସ୍ତିରେ ଦେବାକୁ ପଡ଼ିଥାଏ। କିନ୍ତୁ ମହିଳାମାନଙ୍କୁ ପାଠ୍ୟକ୍ରମ ବାବଦକୁ କୌଣସି ଫି ଦେବାକୁ ପଡ଼ି ନ ଥାଏ। ଏପରିକି ଗରିବ ଛାତ୍ରଛାତ୍ରୀ କୋର୍ସ ଫି ଦେବାକୁ ସକ୍ଷମ ନ େହଲେ ସେମାନଙ୍କ ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା ମଧ୍ୟ ରହିଛି।
ବର୍ଷକୁ ୨ଟି ବ୍ୟାଚରେ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇଥାନ୍ତି। ଆସନ୍ତା ବ୍ୟାଚରେ ନାମଲେଖା ପାଇଁ ଶନିବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଏଥିପାଇଁ ଅନ୍‌ଲାଇନରେ ଏକ ପରୀକ୍ଷା ହୋଇଥାଏ। ସେହି ପରୀକ୍ଷା ଆଧାରରେ ଏକ ମେଧ ତାଲିକା ପ୍ରସ୍ତୁତ ହୋଇଥାଏ। ମେଧା ତାଲିକା ଅନୁସାରେ ନାମଲେଖାଇବା ପାଇଁ ସୁଯୋଗ ମିଳିଥାଏ।

ତାଲିମ ପରେ ପ୍ଲେସ୍‌ମେଣ୍ଟର ସୁବିଧା
ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଏଠାକାର ଛାତ୍ରଛାତ୍ରୀଙ୍କୁ ସିଙ୍ଗାପୁରର ଆଇଟିଇକୁ ପଠାଯାଇଥାଏ। ପ୍ରତି ବ୍ୟାଚ୍‌ର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ୧୫ ଦିନ ପାଇଁ ସେଠାକୁ ଯାଇଥାନ୍ତି।

ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସିଙ୍ଗାପୁରରେ ପେଡ୍ ଇଣ୍ଟର୍ଣ୍ଣସିପ୍ ଓ ବିଭିନ୍ନ ନାମୀଦାମୀ କମ୍ପାନିରେ ପ୍ଲେସ୍‌ମେଣ୍ଟ ସୁବିଧା ଯୋଗାଇ ଦିଆଯାଇଥାଏ। ସିଙ୍ଗାପୁର ସରକାର ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ପାଇଁ ସେଠାକାର ବିଭିନ୍ନ ନାମୀଦାମୀ ପ୍ରତିଷ୍ଠାନରେ ପେଡ୍ ଇଣ୍ଟର୍ଣ୍ଣସିପ୍ ପାଇଁ ସଂଯୋଜକ ଭାବେ କାର୍ଯ୍ୟ କରୁଛନ୍ତି।

୨୦୨୧ ମସିହାରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଥିଲା। ଏହାର ପ୍ରଥମ ବ୍ୟାଚ୍‌ରୁ ବାହାରିଥିବା ପ୍ରାର୍ଥୀମାନଙ୍କ ଭିତରୁ ୨୪ ଜଣ ଆଜି ସିଙ୍ଗାପୁରରେ ବିଭିନ୍ନ କମ୍ପାନିରେ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ କରିବାର ସୁଯୋଗ ପାଇଛନ୍ତି। ସେହିପରି ବିଭିନ୍ନ ବ୍ୟାଚ୍‌ରେ ଉତ୍ତୀର୍ଣ୍ଣ ହେଉଥିବା ପ୍ରାର୍ଥୀମାନେ କିପରି ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ ‘ପ୍ଲେସମେଣ୍ଟ’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ଏଠାରେ ସ୍ବତନ୍ତ୍ର ପ୍ଲେସମେଣ୍ଟ ସେଲ୍‌ ରହିଛି।

ମିଶନଶକ୍ତି ସହ ଚୁକ୍ତି
ମିଶନଶକ୍ତିର ସଦସ୍ୟାମାନଙ୍କୁ ତାଲିମ ଦେଇ ଆତ୍ମନିର୍ଭରଶୀଳ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବିଶ୍ବ ଦକ୍ଷତାବିକାଶ କେନ୍ଦ୍ର। ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରରେ ବର୍ଷିକିଆ ଇଞ୍ଜିନିୟରିଂ ଓ ସେବା ପାଠ୍ୟକ୍ରମ ପ୍ରଦାନ କରାଯିବା ସହ ସ୍ବଳ୍ପ ଅବଧିର ସ୍ବତନ୍ତ୍ର ତାଲିମ ମଧ୍ୟ ପ୍ରଦାନ କରାଯାଉଛି।
ଏହି କ୍ରମରେ ମିଶନଶକ୍ତିର ସଦସ୍ୟାମାନଙ୍କୁ ଓଡ଼ିଆ ବ୍ରାଇଡାଲ୍ ମେକଅପ୍ ତାଲିମ ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ଗତ ଫେବ୍ରୁଆରୀ ମାସରେ ୧୭ଟି ଜିଲ୍ଲାର ୪୦ଜଣ ମହିଳାଙ୍କୁ ୩୦ ଦିନିଆ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମ ଅଧୀନରେ ମେକଅପ୍‌, ହେୟାର ଡିଜାଇନିଂ, ସ୍ପା, ପେଡିକିୟୋର, ମ୍ୟାନିକିଓର ଶିଖିଥିଲେ ମହିଳାମାନେ।

ଖାଲି ରୂପଚର୍ଯ୍ୟା କିମ୍ବା ପ୍ରସାଧନ ନୁହେଁ ବ୍ୟୁଟି ସେଣ୍ଟର, ସ୍ପା ସେଣ୍ଟର, ୱେଲନେସ୍ ସେଣ୍ଟର ପରିଚାଳନା ଓ ଗ୍ରାହକସେବାର ତାଲିମ ମଧ୍ୟ ପ୍ରଦାନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ତାଲିମ ନେଇ ଫେରିଥିବା ମହିଳାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ସେମାନେ ଗାଁକୁ ଫେରିବା ପରେ କେମିତି ସେମାନେ ସ୍ବାବଲମ୍ବନର ରାସ୍ତା ପାଇବେ ସେଥିପାଇଁ ଉଭୟ ମିଶନଶକ୍ତି ଓ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ତାଲିମ ପ୍ରଦାନ କରିଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରକୁ ସଶକ୍ତ କରୁଛି ସିଏସ୍‌‌ଆର୍‌‌
ରାଜ୍ୟ ତଥା ଦେଶର ବହୁ ନାମୀଦାମୀ ଘରୋଇ କମ୍ପାନୀଗୁଡ଼ିକ ସହ ବିଶ୍ୱ ଦକ୍ଷତା କେନ୍ଦ୍ର ରାଜିନାମା ସ୍ୱାକ୍ଷର କରୁଛି। ତନ୍ମଧ୍ୟରେ ବେଦାନ୍ତ ଓ ଟାଟା ଭଳି କମ୍ପାନୀ ସାମିଲ ରହିଛନ୍ତି। ଏହି କମ୍ପାନୀଗୁଡ଼ିକ ନିଜ ନିଜର ସମାଜ ମଙ୍ଗଳ ପାଣ୍ଠି(ସିଏସ୍‌‌ଆର୍‌‌)କୁ ରାଜ୍ୟର ଯୁବକଯୁବତୀମାନଙ୍କର ଦକ୍ଷତା ବିକାଶରେ ବିନିଯୋଗ କରୁଛନ୍ତି। କମ୍ପାନୀଗୁଡ଼ିକ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଆସି ଭିତ୍ତିଭୂମି ଓ ଦକ୍ଷତା ବିକାଶର ବିଭିନ୍ନ ଦିଗ ଉପରେ ସମୀକ୍ଷା କରୁଛନ୍ତି। ଏହାପରେ ଦକ୍ଷତା କେନ୍ଦ୍ରର ବିକାଶନ ନେଇ ରୂପରେଖ ପ୍ରସ୍ତୁତ କରାଯାଉଛି। ସମୟ ସମୟରେ କର୍ମକ୍ଷେତ୍ରରେ ଆବଶ୍ୟକ ଦକ୍ଷତା ସମ୍ପର୍କିତ ସୂଚନା ନିମନ୍ତେ କମ୍ପାନୀଗୁଡ଼ିକୁ ତାଲିମ ପାଉଥିବା ଛାତ୍ରଛାତ୍ରୀମାନେ ଗସ୍ତକରି କାମ ଶିଖୁଛନ୍ତି।

ସଫଳତାର ଅନେକ କାହାଣୀ
ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ସ୍ବପ୍ନ ଦେଖିବାର ଶକ୍ତି ଦେବା ସହ ସେମାନଙ୍କ ସ୍ବପ୍ନରେ ଡେଣା ଲଗାଇଛି ବିଶ୍ବ ଦକ୍ଷତାବିକାଶ କେନ୍ଦ୍ର। ଏଠାରେ ତାଲିମ ନେଇ ଛାତ୍ରଛାତ୍ରୀ କେବଳ ନିଜ ସ୍ବପ୍ନ ପୂରଣ କରିଛନ୍ତି ତାହା ନୁହେଁ, ସେମାନଙ୍କ ପରିବାରର ଆର୍ଥିକ କଷଣକୁ ଦୂର କରିପାରିଛନ୍ତି। ସେମିତି ଜଣେ ଛାତ୍ରୀ ହେଲେ ବରଗଡ଼ ଜିଲ୍ଲାର ଅଞ୍ଜୁଲତା ନେଗୀ।

ବରଗଡ଼ରୁ ଦୁବାଇ ଯାତ୍ରା
ଅଞ୍ଜୁଲତାଙ୍କର ଭାରି ଅଭାବୀ ପରିବାର। ଜଣେ ନାମମାତ୍ର କୃଷକଙ୍କ ଝିଅ। ଛୋଟବେଳୁ ମାଆଙ୍କୁ ହାଡ଼ଭଙ୍ଗା ପରିଶ୍ରମ କରିବାର ଦେଖିଛନ୍ତି। ପରିବାର ମୁହଁରେ ଦାନା ଗଣ୍ଡେ ଦେବା ପାଇଁ ରକ୍ତକୁ ଝାଳ କରି ନିଗାଡ଼ିଥିବାର କଷ୍ଟ ଅନୁଭବ କରିଛନ୍ତି। ଭେଡେନ ଆଇଟିଆଇରୁ ପାଠ ସରିବା ପରେ ଆଗକୁ କ’ଣ କରିବେ ଚିନ୍ତାରେ ପଡ଼ିଯାଇଥିଲେ। ଠିକ୍ ଏହି ସମୟରେ ଆଲୋକ ଦେଖାଇଥିଲା ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର। ଏଠାରେ ତାଲିମ ନେବା ବେଳେ କେବଳ ତାଙ୍କର ଦକ୍ଷତାର ବିକାଶ ହୋଇ ଥିଲା ତାହା ନୁହେଁ; ଏଠାକାର ତାଲିମ ବ୍ୟବସ୍ଥା ତାଙ୍କ ଭିତରେ ଆତ୍ମବିଶ୍ବାସ ଭରିଦେଇଥିଲା। ଏଠାରୁ ପାଠପଢ଼ା ସରିବା ପରେ ତାଙ୍କୁ ଦୁବାଇର ଏକ ପ୍ରତିଷ୍ଠିତ କମ୍ପାନିରେ ଉଚ୍ଚ ଦରମାରେ ଚାକିରି ମିଳିଛି। ବରଗଡ଼ ଜିଲ୍ଲାର ଏକ ଗ୍ରାମାଞ୍ଚଳରୁ ଆସିଥିବା ଅଞ୍ଜୁଲତା ଏବେ ପ୍ରାଚୁର୍ଯ୍ୟର ଦେଶ ଦୁବାଇରେ ନିଜ ପରିବାରର ସମୃଦ୍ଧି ପାଇଁ ରାସ୍ତା ପାଇଛନ୍ତି। ଏ ରାସ୍ତା ଦେଖାଇଛି ବିଶ୍ବ ଦକ୍ଷତାବିକାଶ କେନ୍ଦ୍ର।

16 Jul 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର