ଆଜିଠୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଦିନ ୨ରୁ ଆରମ୍ଭ ହେବ ସାଂସ୍କୃତିକ ଶୋଭାଯାତ୍ରା

The Sakala Picture
Published On

ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜି ଠାରୁ ଆରମ୍ଭ ହେଉଛି। ଏହା ୧୧ ଦିନ ଧରି ଚାଲିବ। ଏନେଇ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ବରଗଡ଼ ସହର ପାଲଟିବ ମଥୁରା ନଗରୀ। ଚାଲିବ କଂସ ମହାରାଜଙ୍କ ରାଜୁତି। କଂସ ମହାରାଜଙ୍କଠାରୁ ସମସ୍ତ କଳାକାର ଚଳିତ ବର୍ଷ ଖୁବ୍ ଉତ୍ସାହିତ ଅଛନ୍ତି। ରାଜ୍ୟ ସରକାର ପ୍ରତ୍ୟେକ କଳାକାରଙ୍କ ଲାଗି ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିସାରିଛନ୍ତି। ଶୁକ୍ରବାର ଦିନ ଦୁଇଟାରୁ  ବରଗଡ଼ ଗାନ୍ଧୀ […]

ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜି ଠାରୁ ଆରମ୍ଭ ହେଉଛି। ଏହା ୧୧ ଦିନ ଧରି ଚାଲିବ। ଏନେଇ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ବରଗଡ଼ ସହର ପାଲଟିବ ମଥୁରା ନଗରୀ। ଚାଲିବ କଂସ ମହାରାଜଙ୍କ ରାଜୁତି। କଂସ ମହାରାଜଙ୍କଠାରୁ ସମସ୍ତ କଳାକାର ଚଳିତ ବର୍ଷ ଖୁବ୍ ଉତ୍ସାହିତ ଅଛନ୍ତି। ରାଜ୍ୟ ସରକାର ପ୍ରତ୍ୟେକ କଳାକାରଙ୍କ ଲାଗି ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିସାରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ଶୁକ୍ରବାର ଦିନ ଦୁଇଟାରୁ  ବରଗଡ଼ ଗାନ୍ଧୀ ଛକରୁ ପ୍ରଥମେ ଆରମ୍ଭ  ହେବ ସାଂସ୍କୃତିକ ଶୋଭାଯାତ୍ରା। ସନ୍ଧ୍ୟା ୫ ଟାରେ  ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା  କରାଯିବ। ତା ପରେ ସମଲେଶ୍ଵରୀ ମନ୍ଦିରରୁ ଆସି ହାଟପଦା ସ୍ଥିତ ରାଜ ଦରବାରରେ ସନ୍ଧ୍ୟା ୭ଟାରେ ପହଞ୍ଚି ରାଜ ଦରବାର ଉଦଘାଟନ ହେବା ସହ ଚାଲିବ ମହାରାଜ କଂସଙ୍କ ରାଜୁତି। ଏହି ଶୋଭାଯାତ୍ରାରେ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ଵିନୀ କୁମାର ଷଡ଼ଙ୍ଗୀ,ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଧନୁଯାତ୍ରା ମହୋତ୍ସବ ସମିତିର ସଂଯୋଜକ ସୁରେଶ୍ଵର ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ବରଗଡ଼ ବିଡିଓ ବେର କ୍ରୁସ ଡୁଙ୍ଗଡୁଙ୍ଗ, ତହସିଲଦାର ସୋନାଲି ପଟ୍ଟନାୟକ, ଗୋପାଳକୃଷ୍ଣ ଦାଶ, ବରିଷ୍ଟ ସାମ୍ୱାଦିକ ରବି ନାରାୟଣ ପଣ୍ଡା, ସୁରେନ୍ଦ୍ର ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେବେ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର