ଅନ୍ତିମ ଦିନରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା; ମୁକ୍ତାକାଶ ରଙ୍ଗମଞ୍ଚରେ ଆଜି ମାମୁଁ କଂସକୁ ବଧ କରିବେ କୃଷ୍ଣ

The Sakala Picture
Published On

ବରଗଡ: ଆଜି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପଡିବ ଯବନିକା । କୃଷ୍ଣଙ୍କ ହାତରେ ବଧ ହେବେ ମାମୁଁ କଂସ । ଗତ ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜି ଅନ୍ତିମ ଦିବସରେ ପହଞ୍ଚିଛି। ମଥୁରା ନଗରୀରେ ଚାଲିଥିବା କଂସ ରାଜୁତିର ଆଜି ଅନ୍ତ ଘଟିବ। ଆଜି ବିଶ୍ୱର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ମାମୁ କଂସକୁ ବଧ କରିବେ କୃଷ୍ଣ। ସୂଚନାଯୋଗ୍ୟ, ଦଶମ ଦିବସରେ ମଥୁରାରେ ପହଞ୍ଚିଛନ୍ତି ବନବିହାରୀ । ପ୍ରଭୁଙ୍କୁ […]

ବରଗଡ: ଆଜି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପଡିବ ଯବନିକା । କୃଷ୍ଣଙ୍କ ହାତରେ ବଧ ହେବେ ମାମୁଁ କଂସ । ଗତ ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜି ଅନ୍ତିମ ଦିବସରେ ପହଞ୍ଚିଛି। ମଥୁରା ନଗରୀରେ ଚାଲିଥିବା କଂସ ରାଜୁତିର ଆଜି ଅନ୍ତ ଘଟିବ। ଆଜି ବିଶ୍ୱର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ମାମୁ କଂସକୁ ବଧ କରିବେ କୃଷ୍ଣ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ସୂଚନାଯୋଗ୍ୟ, ଦଶମ ଦିବସରେ ମଥୁରାରେ ପହଞ୍ଚିଛନ୍ତି ବନବିହାରୀ । ପ୍ରଭୁଙ୍କୁ ଦର୍ଶନ ପାଇ ଭକ୍ତଙ୍କ ଭିତରେ ଆନନ୍ଦ, ଉତ୍ସାହ ଲାଗି ରହିଛି । ଆଜି କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, କୁବଳୟା ହସ୍ତୀ ବଧ, ଚାଣୁର ଓ ମୁଷ୍ଟିକ ଆଦି ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ ସହ ଉଗ୍ରସେନଙ୍କ ରାଜ୍ୟାଭିଷେକ ଏବଂ ମଥୁରା କାରାଗାରରୁ ଦେବକୀ ବସୁଦେବଙ୍କୁ ମୁକ୍ତି ଦୃଶ୍ୟ ଅଭିନିତ ହେବ ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଏପଟେ ମହାରାଜ କଂସ ଧନୁଯାତ୍ରାର ଦଶମ ଦିନରେ ନଗର ଭ୍ରମଣ ସହ ରଂଗମହଲରେ ନାଚଗୀତର ମଜା ନେଉଛନ୍ତି । ରାତ୍ରୀ ନିଦ୍ରାରେ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ମଥୁରାଧିପତି । ହଠାତ ନିଦରୁ ଉଠି ନିଜ ମନ୍ତ୍ରୀ ପରିଷଦକୁ ଜଣାଇଛନ୍ତି । ମନ୍ତ୍ରୀ ସେନାପତି ମହାରାଜ କଂସଙ୍କୁ ଆଶ୍ଵସ୍ତି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର