ଗୋଟିଏ ଦିନରେ ୧୮ଟି ବୈଠକ କରି ଆପଣ କ୍ଲାନ୍ତ ଅନୁଭବ କରୁନାହାନ୍ତି କି? 5T ସଚିବଙ୍କ ପ୍ରଶ୍ନରେ ଏପରି ଉତ୍ତର ଦେଲେ ନବୀନ….

The Sakala Picture
Published On

ଭୁବନେଶ୍ବର : ନିବେଶ ନିମନ୍ତେ ସାରା ଦେଶରେ ଓଡ଼ିଶା ସର୍ବୋତ୍କୃଷ୍ଟ ରାଜ୍ୟ। ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜନେସ କ୍ରମାଙ୍କରେ ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି। ଦକ୍ଷ ମାନବସମ୍ବଳ ସୃଷ୍ଟି ଓ ସହଜ ଶିଳ୍ପ ନୀତି ପ୍ରଣୟନ କ୍ଷେତ୍ରରେ ଦେଶରେ ଓଡ଼ିଶାର ପ୍ରଚେଷ୍ଟା ଅଦ୍ୱିତୀୟ। ଏଥିପାଇଁ ଦେଶ ବିଦେଶର ନିବେଶକମାନେ ଓଡ଼ିଶା ମୁହାଁ ହୋଇଛନ୍ତି। ଏହି କ୍ରମରେ ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭ୍‍ରେ ଯୋଗ ଦେବା ନିମନ୍ତେ […]

ଭୁବନେଶ୍ବର : ନିବେଶ ନିମନ୍ତେ ସାରା ଦେଶରେ ଓଡ଼ିଶା ସର୍ବୋତ୍କୃଷ୍ଟ ରାଜ୍ୟ। ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜନେସ କ୍ରମାଙ୍କରେ ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି। ଦକ୍ଷ ମାନବସମ୍ବଳ ସୃଷ୍ଟି ଓ ସହଜ ଶିଳ୍ପ ନୀତି ପ୍ରଣୟନ କ୍ଷେତ୍ରରେ ଦେଶରେ ଓଡ଼ିଶାର ପ୍ରଚେଷ୍ଟା ଅଦ୍ୱିତୀୟ। ଏଥିପାଇଁ ଦେଶ ବିଦେଶର ନିବେଶକମାନେ ଓଡ଼ିଶା ମୁହାଁ ହୋଇଛନ୍ତି। ଏହି କ୍ରମରେ ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭ୍‍ରେ ଯୋଗ ଦେବା ନିମନ୍ତେ ଦେଶର ବଡ଼ବଡ଼ ନିବେଶକ, ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବଡ଼ ବଡ଼ ଶିଳ୍ପପତି ଓ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସନ୍ଧ୍ୟାରେ ମୁମ୍ବାଇରେ ଅନୁଷ୍ଠିତ ନିବେଶକ ସମ୍ମେଳନରେ ଯୋଗଦେଇଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ଗୋଟିଏ ଦିନରେ ଛୋଟ ବଡକୁ ମିଶାଇ ମୋଟ୍ ୧୮ଟି ବୈଠକ କରିଛନ୍ତି ।ବ୍ୟସ୍ତତା ଭିତରେ ବି ଜନସେବା ମାନସିକତା ତାଙ୍କୁ କ୍ଲାନ୍ତ କରିପାରିନଥିଲା। ବେଶ ଉତ୍ସୁକତାର ସହ ମୁଖ୍ୟମନ୍ତ୍ରୀ ଗତକାଲି ଦେଶର ଶିଳ୍ପପତିମାନଙ୍କ ସହ ଆଲୋଚନା କରି ରାଜ୍ୟରେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଉପଲବ୍ଧ ଥିବା ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଏସବୁ ଭିତରେ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି । କ୍ୟାମେରା ଫ୍ରେମରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଏଥିରେ ରହିଛି ପାଣ୍ଡିଆନଙ୍କ ପ୍ରଶ୍ନ ଓ ନବୀନଙ୍କ ଉତର । ପାଣ୍ଡିଆନ ପଚାରିଛନ୍ତି ଗୋଟିଏ ଦିନରେ ଆପଣ ୧୮ଟି ବୈଠକ କରୁଛନ୍ତି, ଆପଣ କ୍ଲାନ୍ତ ଅନୁଭବ କରୁ ନାହାନ୍ତି କି । ଏହାର ଉତ୍ତରରେ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଲୋକଙ୍କ ପାଇଁ କାମ କରିବା ସମୟରେ କଷ୍ଟ ଅନୁଭବ ହୋଇନଥାଏ । ଆଉ ଏହି ୨୫ ସେକେଣ୍ଡରେ ଭିଡିଓ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ସାଧାରଣ ଲୋକଙ୍କ ପାଇଁ ଦିନ ରାତି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛି । ଯିଏ ଦେଖୁଛନ୍ତି ପ୍ରଶଂସା କରୁଛନ୍ତି । ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଏପରି ମଧ୍ୟ ପରିଶ୍ରମ କରିପାରନ୍ତି ଏବଂ ଏତେ ବୟସରେ ମଧ୍ୟ କ୍ଲାନ୍ତ ଅନୁଭବ କରନ୍ତି ନାହିଁ, ତାହା ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଥିବା ଭଲପାଇବା ଏବଂ ଲୋକସେବାର ମାନସିକତାକୁ ଦର୍ଶାଇଛି।

15 Sep 2022 By The Sakala

ଗୋଟିଏ ଦିନରେ ୧୮ଟି ବୈଠକ କରି ଆପଣ କ୍ଲାନ୍ତ ଅନୁଭବ କରୁନାହାନ୍ତି କି? 5T ସଚିବଙ୍କ ପ୍ରଶ୍ନରେ ଏପରି ଉତ୍ତର ଦେଲେ ନବୀନ….

ଭୁବନେଶ୍ବର : ନିବେଶ ନିମନ୍ତେ ସାରା ଦେଶରେ ଓଡ଼ିଶା ସର୍ବୋତ୍କୃଷ୍ଟ ରାଜ୍ୟ। ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜନେସ କ୍ରମାଙ୍କରେ ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି। ଦକ୍ଷ ମାନବସମ୍ବଳ ସୃଷ୍ଟି ଓ ସହଜ ଶିଳ୍ପ ନୀତି ପ୍ରଣୟନ କ୍ଷେତ୍ରରେ ଦେଶରେ ଓଡ଼ିଶାର ପ୍ରଚେଷ୍ଟା ଅଦ୍ୱିତୀୟ। ଏଥିପାଇଁ ଦେଶ ବିଦେଶର ନିବେଶକମାନେ ଓଡ଼ିଶା ମୁହାଁ ହୋଇଛନ୍ତି। ଏହି କ୍ରମରେ ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭ୍‍ରେ ଯୋଗ ଦେବା ନିମନ୍ତେ ଦେଶର ବଡ଼ବଡ଼ ନିବେଶକ, ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବଡ଼ ବଡ଼ ଶିଳ୍ପପତି ଓ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସନ୍ଧ୍ୟାରେ ମୁମ୍ବାଇରେ ଅନୁଷ୍ଠିତ ନିବେଶକ ସମ୍ମେଳନରେ ଯୋଗଦେଇଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ଗୋଟିଏ ଦିନରେ ଛୋଟ ବଡକୁ ମିଶାଇ ମୋଟ୍ ୧୮ଟି ବୈଠକ କରିଛନ୍ତି ।ବ୍ୟସ୍ତତା ଭିତରେ ବି ଜନସେବା ମାନସିକତା ତାଙ୍କୁ କ୍ଲାନ୍ତ କରିପାରିନଥିଲା। ବେଶ ଉତ୍ସୁକତାର ସହ ମୁଖ୍ୟମନ୍ତ୍ରୀ ଗତକାଲି ଦେଶର ଶିଳ୍ପପତିମାନଙ୍କ ସହ ଆଲୋଚନା କରି ରାଜ୍ୟରେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଉପଲବ୍ଧ ଥିବା ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ।

ଏସବୁ ଭିତରେ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି । କ୍ୟାମେରା ଫ୍ରେମରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଏଥିରେ ରହିଛି ପାଣ୍ଡିଆନଙ୍କ ପ୍ରଶ୍ନ ଓ ନବୀନଙ୍କ ଉତର । ପାଣ୍ଡିଆନ ପଚାରିଛନ୍ତି ଗୋଟିଏ ଦିନରେ ଆପଣ ୧୮ଟି ବୈଠକ କରୁଛନ୍ତି, ଆପଣ କ୍ଲାନ୍ତ ଅନୁଭବ କରୁ ନାହାନ୍ତି କି । ଏହାର ଉତ୍ତରରେ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଲୋକଙ୍କ ପାଇଁ କାମ କରିବା ସମୟରେ କଷ୍ଟ ଅନୁଭବ ହୋଇନଥାଏ । ଆଉ ଏହି ୨୫ ସେକେଣ୍ଡରେ ଭିଡିଓ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।

ସାଧାରଣ ଲୋକଙ୍କ ପାଇଁ ଦିନ ରାତି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛି । ଯିଏ ଦେଖୁଛନ୍ତି ପ୍ରଶଂସା କରୁଛନ୍ତି । ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଏପରି ମଧ୍ୟ ପରିଶ୍ରମ କରିପାରନ୍ତି ଏବଂ ଏତେ ବୟସରେ ମଧ୍ୟ କ୍ଲାନ୍ତ ଅନୁଭବ କରନ୍ତି ନାହିଁ, ତାହା ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଥିବା ଭଲପାଇବା ଏବଂ ଲୋକସେବାର ମାନସିକତାକୁ ଦର୍ଶାଇଛି।

https://www.thesakala.in/latest-odisha-news/working-for-people-is-not-tiring-cm-naveen-answer-to-vk-pandian-question/article-14995
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର