ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ବିରୋଧ ପରେ ଯୋଗାଣ ମନ୍ତ୍ରୀଙ୍କ ୟୁ ଟର୍ଣ୍ଣ: କାଲି ମନା କରିଥିଲେ, ଆଜି କହିଲେ ଏହିମାନେ କିଣିପାରିବେ ୫ କେଜି ଗ୍ୟାସ୍

Madhusudan Das Picture
Published On

ଭୁବନେଶ୍ୱର: ବିରୋଧ ପରେ ୟୁ ଟର୍ଣ୍ଣ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ରଖିଲା ଖାଦ୍ୟ ଯୋଗାଣ ବିଭାଗ । କାଲି ମନା କରିଥିଲେ, ଆଜି କହିଲେ ପରିଚୟପତ୍ର ଦେଖାଇ ୫ କେଜି ଗ୍ୟାସ କିଣିପାରିବେ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ । ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ । e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ । 

ଆହୁରି ପଢ଼ନ୍ତୁ: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲେ ଗ୍ରାମବାସୀ, ୧୦ ଦିନ ପରେ ହାଡ଼ ଓ ପାଉଁଶ ଜବତ

ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଏବେ ଖାଉଟିମାନେ ଚିନ୍ତାରେ । ସରକାର କହୁଛନ୍ତି ରାଜ୍ୟରେ ଏଲପିଜିର କୌଣସି ଅଭାବ ନାହିଁ ମାତ୍ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଗ୍ୟାସ ପାଇଁ କାହାର ବୁକିଂ ହେଉନି ତ କାହାର ବୁକିଂ ହୋଇ OTP ଆସିଲେ ବି ତାଙ୍କୁ ଗ୍ୟାସ ମିଳୁନାହିଁ । ଗ୍ୟାସ ପାଇଁ ଲମ୍ବା ଲାଇନ କରିବାକୁ ପଡୁଛି । 

ଆହୁରି ପଢ଼ନ୍ତୁ: ଓଡ଼ିଶା ତାପଜ ବିଦ୍ୟୁତ୍‌ ନୀତି-୨୦୦୮ରେ ସଂଶୋଧନ: ଗ୍ରାହକଙ୍କୁ ୨୦୦ କୋଟିର ବୋଝ !

ସୂଚନା ଅନୁଯାୟୀ, ରବିବାର ଖୋଲା ବଜାରରେ ୫ କେଜି ବିଶିଷ୍ଟ ଗ୍ୟାସ ଟାଙ୍କି ବିକ୍ରି ଉପରେ ଲାଗିଥିଲା ରୋକ୍। ଯଦି କେହି ବିକ୍ରି କରୁଥିବା ବେଳେ ଧରାପଡ଼ିବେ, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗ୍ୟାସ ବିକ୍ରି ନେଇ ଇ-କେୱାଇସି କରାଯିବ । କେବଳ ଯାହା ନାଁରେ କାର୍ଡ ଥିବ, ଗ୍ୟାସ ଏଜେନ୍ସିରୁ ସେମାନେ ହିଁ ଗ୍ୟାସ ଟାଙ୍କି ନେଇପାରିବେ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ। ଅପରପକ୍ଷେ ରାଜ୍ୟରେ ୫ କେଜି ବିଶିଷ୍ଟ ରନ୍ଧନ ଗ୍ୟାସ ଟାଙ୍କି ବିକ୍ରି ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ କଂଗ୍ରେସ ଓ ବିଜେଡି ନେତା । ହଠାତ୍ ଏଭଳି ଆଇନ କରିବା ଦ୍ୱାରା ବିଭିନ୍ନ ସହରରେ ରହି ପଢ଼ୁଥିବା ଛାତ୍ରଛାତ୍ରୀ ଓ ବଡ଼ ଟାଙ୍କି କିଣିବାକୁ ଅକ୍ଷମ ପରିବାରମାନେ ଅସୁବିଧାରେ ପଡ଼ିବେ ବୋଲି ଦୁଇ ଦଳ ନେତାମାନେ କହିଥିଲେ । 

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ବ୍ରହ୍ମପୁର: ୯ଦିନରେ ୩ ଏନକାଉଣ୍ଟର, ପୁଲିସ ଗୁଳିରେ ଅଭିଯୁକ୍ତ ଜଗା ସାହୁ ଆହତ

06 Apr 2026 By Madhusudan Das

ବିରୋଧ ପରେ ଯୋଗାଣ ମନ୍ତ୍ରୀଙ୍କ ୟୁ ଟର୍ଣ୍ଣ: କାଲି ମନା କରିଥିଲେ, ଆଜି କହିଲେ ଏହିମାନେ କିଣିପାରିବେ ୫ କେଜି ଗ୍ୟାସ୍

ଭୁବନେଶ୍ୱର: ବିରୋଧ ପରେ ୟୁ ଟର୍ଣ୍ଣ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ରଖିଲା ଖାଦ୍ୟ ଯୋଗାଣ ବିଭାଗ । କାଲି ମନା କରିଥିଲେ, ଆଜି କହିଲେ ପରିଚୟପତ୍ର ଦେଖାଇ ୫ କେଜି ଗ୍ୟାସ କିଣିପାରିବେ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ । ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ । e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ । 

ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଏବେ ଖାଉଟିମାନେ ଚିନ୍ତାରେ । ସରକାର କହୁଛନ୍ତି ରାଜ୍ୟରେ ଏଲପିଜିର କୌଣସି ଅଭାବ ନାହିଁ ମାତ୍ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଗ୍ୟାସ ପାଇଁ କାହାର ବୁକିଂ ହେଉନି ତ କାହାର ବୁକିଂ ହୋଇ OTP ଆସିଲେ ବି ତାଙ୍କୁ ଗ୍ୟାସ ମିଳୁନାହିଁ । ଗ୍ୟାସ ପାଇଁ ଲମ୍ବା ଲାଇନ କରିବାକୁ ପଡୁଛି । 

ସୂଚନା ଅନୁଯାୟୀ, ରବିବାର ଖୋଲା ବଜାରରେ ୫ କେଜି ବିଶିଷ୍ଟ ଗ୍ୟାସ ଟାଙ୍କି ବିକ୍ରି ଉପରେ ଲାଗିଥିଲା ରୋକ୍। ଯଦି କେହି ବିକ୍ରି କରୁଥିବା ବେଳେ ଧରାପଡ଼ିବେ, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗ୍ୟାସ ବିକ୍ରି ନେଇ ଇ-କେୱାଇସି କରାଯିବ । କେବଳ ଯାହା ନାଁରେ କାର୍ଡ ଥିବ, ଗ୍ୟାସ ଏଜେନ୍ସିରୁ ସେମାନେ ହିଁ ଗ୍ୟାସ ଟାଙ୍କି ନେଇପାରିବେ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ। ଅପରପକ୍ଷେ ରାଜ୍ୟରେ ୫ କେଜି ବିଶିଷ୍ଟ ରନ୍ଧନ ଗ୍ୟାସ ଟାଙ୍କି ବିକ୍ରି ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ କଂଗ୍ରେସ ଓ ବିଜେଡି ନେତା । ହଠାତ୍ ଏଭଳି ଆଇନ କରିବା ଦ୍ୱାରା ବିଭିନ୍ନ ସହରରେ ରହି ପଢ଼ୁଥିବା ଛାତ୍ରଛାତ୍ରୀ ଓ ବଡ଼ ଟାଙ୍କି କିଣିବାକୁ ଅକ୍ଷମ ପରିବାରମାନେ ଅସୁବିଧାରେ ପଡ଼ିବେ ବୋଲି ଦୁଇ ଦଳ ନେତାମାନେ କହିଥିଲେ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର