ମା’ଙ୍କୁ ରୋଜଗାର ଦେଇଛି ‘ମିଶନ ଶକ୍ତି’

The Sakala Picture
Published On

ଭୁବନେଶ୍ୱର : ରାଜଧାନର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବେ କେବଳ ଛତୁଆ, ଫିନାଇଲ୍‍ରେ ସୀମିତ ହୋଇ ନାହାନ୍ତି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଚୁଡ଼ା କାକରା ଓ ପୋଡ଼ପିଠାର ଚାହିଦା କ୍ରମେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟକର ଉପାୟରେ ପ୍ରସ୍ତୁତ ଏହି ଖାଦ୍ୟ ସାମଗ୍ରୀଗୁଡ଼ିକ ରାଜଧାନୀର ରାସ୍ତାକଡ଼ରେ ବିକ୍ରୟ କେନ୍ଦ୍ରରେ ବିକ୍ରି ମଧ୍ୟ କରୁଛନ୍ତି। କରୋନା ସମୟରେ ଅନେକ ଲୋକ ରୋଜଗାର ହରାଇଥିବା ବେଳେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଏବେ […]

ଭୁବନେଶ୍ୱର : ରାଜଧାନର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବେ କେବଳ ଛତୁଆ, ଫିନାଇଲ୍‍ରେ ସୀମିତ ହୋଇ ନାହାନ୍ତି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଚୁଡ଼ା କାକରା ଓ ପୋଡ଼ପିଠାର ଚାହିଦା କ୍ରମେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟକର ଉପାୟରେ ପ୍ରସ୍ତୁତ ଏହି ଖାଦ୍ୟ ସାମଗ୍ରୀଗୁଡ଼ିକ ରାଜଧାନୀର ରାସ୍ତାକଡ଼ରେ ବିକ୍ରୟ କେନ୍ଦ୍ରରେ ବିକ୍ରି ମଧ୍ୟ କରୁଛନ୍ତି। କରୋନା ସମୟରେ ଅନେକ ଲୋକ ରୋଜଗାର ହରାଇଥିବା ବେଳେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଏବେ ଦିନରାତି ପିଠା ପ୍ରସ୍ତୁତି କରୁଛନ୍ତି। କୌଣସି ସ୍ୱତନ୍ତ୍ର ଅବସର ନ ଥିଲେ ସୁଦ୍ଧା ସେମାନେ ଏକାଠି ହୋଇ ବିଭିନ୍ନ ରକମର ପିଠା ପ୍ରସ୍ତୁତ କରୁଛନ୍ତି। ୟୁନିଟ୍‍-୩ ଖାରବେଳ ନଗରସ୍ଥିତ ସୁପ୍ରଭାତ ମହିଳା ମହାସଂଘ ଅଧୀନରେ ଥିବା ସୁଗୃହିଣୀ ଓ ସ୍ନେହମୟୀ ମହିଳା ଏସ୍‍ଏଚ୍‍ଜିର ୧୫ରୁ ୨୦ଜଣ ମହିଳା ଏଥିରେ ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ସେମାନେ ଚୁଡ଼ା ପୋଡ଼ପିଠା, ମଣ୍ଡା, କାକରା ଆଦି ଖାଦ୍ୟ ସବୁ ପାରମ୍ପରିକ ଉପାୟରେ ତିଆରି କରୁଛନ୍ତି। ଏହାଦ୍ୱାରା ସେମାନେ ରୋଜଗାରକ୍ଷମ ହେବା ସହ ଲୋକଙ୍କୁ ସ୍ୱାସ୍ଥ୍ୟକର ଓ ସୁସ୍ୱାଦୁ ପିଠା ଯୋଗାଉଛନ୍ତି। ୨୦୧୯ ମସିହାରୁ ମା’ମାନଙ୍କ ଦ୍ୱାରା ଏହି ଏସ୍‍ଏଚ୍‍ଜି ତିଆରି ହୋଇଥିବାବେଳେ ୨୦୨୦ ମସିହାରୁ ପିଠା ତିଆରି କରି ବିକ୍ରି କରିବା ପ୍ରୟାସ ଜାରି ରହିଛି। ଲକ୍‍ଡାଉନ୍‍ ଯୋଗୁଁ କିଛି ଲୋକ ରୋଜଗାର ହରାଇଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ଏଭଳି ପ୍ରୟାସ ଜାରି ରଖିଛନ୍ତି। କରୋନା ସଂକ୍ରମଣ ଲାଗି ରହିଥିଲେ ବି ସାମାଜିକ ଦୂରତା ଓ ମାସ୍କ ପିନ୍ଧି ମହିଳାମାନେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ମହିଳାମାନେ ଏବେ ବାହାଘର, ବ୍ରତଘର ଆଦି ବିଭିନ୍ନ ପର୍ବପର୍ବାଣି ପାଇଁ ଖାଦ୍ୟ ଯୋଗାଉଛନ୍ତି। ଦିନକୁ ୨ଶହରୁ ଊର୍ଦ୍ଧ୍ବ ଚୁଡ଼ା କାକରା ପିଠାର ମଧ୍ୟ ଅର୍ଡର ରହୁଥିବାବେଳେ ଚୁଡ଼ା ପୋଡ଼ପିଠାର ଚାହିଦା ରହିଛି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ଚୁଡା ପୋଡ଼ ପିଠାର ଦାମ୍‍ ୧୫୦ଟଙ୍କା ରହିଥିବାବେଳେ ଚୁଡ଼ା କାକରାର ଦାମ୍‍ ୫ଟଙ୍କା ରହିଛି। ସନ୍ଧ୍ୟାରେ ୟୁନିଟ୍‍-୩ସ୍ଥିତ ଏକ ସ୍ଥାନରେ ମହିଳାମାନେ ପିଠା ତିଆରି ବିକ୍ରି କରୁଛନ୍ତି। ସଦସ୍ୟମାନେ ପିଠା ବିକ୍ରି କରି ଦିନକୁ ୨ହଜାରରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି। ଗୋଷ୍ଠୀର ସଦସ୍ୟା ଗୀତର ବିଶ୍ୱାସ ଏଭଳି ଏକ ଭିନ୍ନ ଧରଣର ପିଠା ତିଆରି ଆରମ୍ଭ କରିଥିଲେ। ଆଗକୁ ଲାଉ ଓ ପାଣିକଖାରୁରେ ପୋଡ ପିଠା ତିଆରି କରି ଲୋକଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ବୋଲି କୁହନ୍ତି ମହାସଂଘର ସଭାନେତ୍ରୀ ସୁପ୍ରିୟା ମହାନ୍ତି। ଲକ୍‍ଡାଉନ୍‍ ସମୟରେ କିଛି ଲୋକ ହାତବାନ୍ଧି ବସିଥିବାବେଳେ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ପାଇଁ ରୋଜଗାର ମିଳିଛି। ଆଗକୁ ଘରକୁ ଘର ବୁଲି କିମ୍ବା ଏକ ସ୍ଥାୟୀଭାବେ ପିଠା, ନିମ୍‍କୀ, ଛତୁଆ, ବରା ଆଦି ତିଆରି କରି ବିକ୍ରି କରିବାର ଯୋଜନା ରହିଛି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର